ETV Bharat / bharat

ବାଂଲାଦେଶୀ ଯୁବତୀ ଚାଲାଣ କରି ଭାରତରେ ବେଶ୍ୟାବୃତ୍ତି, ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା NIA

author img

By

Published : May 24, 2020, 10:41 AM IST

ଭାରତରେ ବେଆଇନ ଭାବରେ ବାଂଲାଦେଶୀ ଯୁବତୀଙ୍କୁ ବେଶ୍ୟାବୃତ୍ତି କରାଇବା ଅଭିଯୋଗରେ ଅବଦୁଲ ସଲାମ ଓ ପତ୍ନୀକୁ ଏନଆଇଏ ଗିରଫ କରିଛି । ଏହାସହ ବେଶ୍ୟାବୃତ୍ତି ପାଇଁ ବାଂଲାଦେଶରୁ ଅଣାଯାଇଥିବା 3 ଜଣ ଯୁବତୀଙ୍କୁ ମଧ୍ୟ ଏହି ଚଢାଉ ସମୟରେ ସେମାନଙ୍କ ଲୁଚି ରହିଥିବା ସ୍ଥାନରୁ ଉଦ୍ଧାର କରାଯାଇଛି।

NIA nabbed mastermind behind bangladeshi racket
ବାଂଲାଦେଶୀ ଯୁବତୀ ଚାଲାଣ

ନୂଆଦିଲ୍ଲୀ: ଭାରତରେ ବେଆଇନ ଭାବରେ ବାଂଲାଦେଶୀ ଯୁବତୀଙ୍କୁ ବେଶ୍ୟାବୃତ୍ତି କରାଇବା ଅଭିଯୋଗରେ ଅବଦୁଲ ସଲାମ ଓ ପତ୍ନୀକୁ ଏନଆଇଏ ଗିରଫ କରିଛି । ଏହାସହ ବେଶ୍ୟାବୃତ୍ତି ପାଇଁ ବାଂଲାଦେଶରୁ ଅଣାଯାଇଥିବା 3 ଜଣ ଯୁବତୀଙ୍କୁ ମଧ୍ୟ ଏହି ଚଢାଉ ସମୟରେ ସେମାନଙ୍କ ଲୁଚି ରହିଥିବା ସ୍ଥାନରୁ ଉଦ୍ଧାର କରାଯାଇଛି। ଏହି ଚଢାଉ ସମୟରେ ଏନଆଇଏ ଦାବି କରିଛି ଯେ ଅନେକ ଗୁରୁତ୍ବପୂର୍ଣ୍ଣ ଦଲିଲ ମଧ୍ୟ ଉଦ୍ଧାର କରାଯାଇଛି। ଏହି ମାମଲାରେ ଜଣେ ଭାରତୀୟଙ୍କ ସମେତ 3 ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରାଯାଇଥିଲା ଏବଂ ସେମାନଙ୍କ ବିରୋଧରେ ଚାର୍ଜସିଟ ମଧ୍ୟ କୋର୍ଟରେ ଦାଖଲ କରାଯାଇଛି। ହାଇଦ୍ରାବାଦରେ ଏନଆଇଏ ଏହି ଚଢାଉ କରିଥିଲେ।

ଏନଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବିଦେଶରୁ ଝିଅ ଆଣି ଭାରତରେ ବେଶ୍ୟାବୃତ୍ତି କରାଯାଉଥିବା ହାଇଦ୍ରାବାଦ ପୋଲିସ ଏକ ମାମଲା ରୁଜୁ କରିଥିଲା। ପରେ ଏହି ମାମଲାର ତଦନ୍ତ ଏନଆଇଏକୁ ଦିଆଯାଇଥିଲା। ଏହି ଘଟଣାରେ ଜଷ୍ଟିନ ଛଦ୍ମନାମ ଅବଦୁଲ ସଲାମ (47 ବର୍ଷ)ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଏନଆଇଏ ଅନୁସନ୍ଧାନ ବେଳେ ଜାଣିବାକୁ ପାଇଛି। ଏହା ମଧ୍ୟ ଜାଣିବାକୁ ମିଳିଥିଲା ​​ଯେ ବାଂଲାଦେଶର ବାଳିକା ଓ ମହିଳାମାନେ ହାଇଦ୍ରାବାଦ ସମେତ ଭାରତର ବିଭିନ୍ନ ସହରରେ କାରବାର କରୁଛନ୍ତି। ଜଷ୍ଟିନ ନିଜ ନେଟୱାର୍କ ମାଧ୍ୟମରେ ଏହି କାର୍ଯ୍ୟ କରେ ।

ଏହି ମାମଲାରେ 3 ଜଣ ବାଂଲାଦେଶୀ ନାଗରିକ ମହମ୍ମଦ ୟୁସୁଫ ଖାନ, ସୋଜି ଓ ବିଟି ବେଗମ ଛଦ୍ମନାମ ଖାଦିଜା ଶେଖ ସମେତ ଜଣେ ଭାରତୀୟ ନାଗରିକ ଅମିନ ଅଲିଙ୍କୁ ଗିରଫ କରାଯାଇଛି। 12 ମାର୍ଚ୍ଚ 2020 ରେ ସମସ୍ତଙ୍କ ବିରୋଧରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା । କିନ୍ତୁ ସେବେଠାରୁ ଏହି ମାମଲାର ମାଷ୍ଟରମାଇଣ୍ଡ ଅବଦୁଲ ସଲାମ ଖସି ପଳାଇବାରେ ସକ୍ଷମ ହେଉଥିଲା।

ଅନୁସନ୍ଧାନକାରୀ ସଂସ୍ଥାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଚଢାଉ ବେଳେ ବାଂଲାଦେଶର 29 ବର୍ଷିୟ ନାଗରିକ ଅବଦୁଲ ସଲାମଙ୍କ ପତ୍ନୀ ଶିବଲି ଖାତୁନ ମଧ୍ୟ 2012 ରେ ବାଂଲାଦେଶରୁ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିଲେ। ପଚରାଉଚରା ବେଳେ ଜଣାପଡିଥିଲା ​​ଯେ ଶିବଲି ଖାତୁନ୍ କେବଳ ତାଙ୍କ ସ୍ବାମୀ ଅବଦୁଲଙ୍କୁ ବେଆଇନ କାର୍ଯ୍ୟରେ ସାହାଯ୍ୟ କରିନାହାଁନ୍ତି ବରଂ ସୀମା ଆରପାର୍ଶ୍ବରୁ ମାନବ ଚାଲାଣରେ ମଧ୍ୟ ସାହାଯ୍ୟ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.