ETV Bharat / bharat

ତାମିଲନାଡୁ ପୋଲିସ ହତ୍ୟା ଘଟଣା: 6 ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଏନଆଇଏ - ତାମିଲନାଡୁ ପୋଲିସ ହତ୍ୟା ଘଟଣା

ତାମିଲନାଡୁ କନ୍ୟାକୁମାରୀ ଜିଲ୍ଲାରେ ଜଣେ ପୋଲିସ ଅଧିକାରୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜଣେ ଆଇଏସଆଇଏସ ଆତଙ୍କବାଦୀ ସମେତ 6 ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସି(ଏନଆଇଏ) ।

nia
6 ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଏନଆଇଏ
author img

By

Published : Jul 11, 2020, 12:48 PM IST

ଚେନ୍ନାଇ: ଆଇଏସଆଇଏସ ଆତଙ୍କବାଦୀ ସମେତ 6 ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲେ ଏନଆଇଏ । ତାମିଲନାଡୁ କନ୍ୟାକୁମାରୀ ଜିଲ୍ଲାରେ ଜଣେ ପୋଲିସ ଅଧିକାରୀଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜଣେ ଆଇଏସଆଇଏସ ଆତଙ୍କବାଦୀ ସମେତ 6 ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ନ୍ୟାସନାଲ ଇଭେଷ୍ଟିଗେସନ ଏଜେନ୍ସି(ଏନଆଇଏ) ।

ଏହି 6 ଜଣ ହେଉଛନ୍ତି କନ୍ୟାକୁମାରୀରର ଅବଦୁଲ୍ ଶାମିମ୍, ୱାଇ ଥୋଫିକ୍, ତାମିଲନାଡୁ କୁଡାଲୋରର ଖଜା ମୋହିଦିନ ଏବଂ ଜଫର ଅଲ୍ଲୀ ଏବଂ ବେଙ୍ଗାଲୁରୁର ମେହବୁବ ପାଶା ଏବଂ ଏଜାସ ପାଶା । ତେବେ ଏମାନଙ୍କ ବିରୋଧରେ ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅଧିନରେ ମାମଲା ରୁଜୁ କରାଯାଇଥିବା ଏନଆଇଏ ମୁଖପାତ୍ର କହିଛନ୍ତି । ଏହା ପୂର୍ବୂରୁ ଚେନ୍ନାଇ ଏନଆଇଏ କୋର୍ଟରେ ଏହି ମାମଲା ନେଇ ଏକ ଚାର୍ଜସିଟ ଦାଖଲ କରାଯାଇଥିଲା ବୋଲି ଏନଆଇଏ ମୁଖପାତ୍ର କହିଛନ୍ତି ।

ପ୍ରକାଶ ଥାଉକି, ଗତ ଜାନୁୟାରୀ 8ରେ କାଲିଆକଭିଲୈ ପୋଲିସ ଷ୍ଟେସନର ସ୍ପେଶିଆଲ ସବ୍-ଇନ୍ସପେକ୍ଟର (ଏସଏସଆଇ) କାଲିଆକଭିଲୈ ମାର୍କେଟ ରୋଡ ଚେକ ପୋଷ୍ଟରେ ଡ୍ୟୁଟିରେ ଥିବା ସମୟରେ ଶମିମ୍ ଏବଂଥୋଫିକ ତାଙ୍କୁ ଛୁରୀ ଭୁଷିବା ସହ ଗୁଳି କରି ହତ୍ୟା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.