ଶ୍ରୀନଗର: ଆତଙ୍କୀ ଲିଙ୍କରେ ଗିରଫ ପରେ ନିଲମ୍ବିତ ଜମ୍ମୁ-କାଶ୍ମୀର ଡିଏସପି ଦାବିନ୍ଦର ସିଂହଙ୍କ ସହ ଜଡିତ ବିଭିନ୍ନ ସ୍ଥାନରେ ସ୍ଥାନରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଓ ଜମ୍ମୁ କଶ୍ମୀର ପୋଲିସ। ରବିବାର ସକାଳେ ଏନଆଇଏ ଘାଟିର ଭିନ୍ନ ଭିନ୍ନ ସ୍ଥାନରେ ଦାବିନ୍ଦର ସିଂହଙ୍କ ସହ ସଂଶ୍ଲିଷ୍ଟ ଥିବା ସନ୍ଦିଗ୍ଧ ସ୍ଥାନରେ ରେଡ କରିଛି । ଦକ୍ଷିଣ କାଶ୍ମୀରର ଅନେକ ଇଲାକାରେ ଏନଆଇ ଓ ଜମ୍ମୁ-କାଶ୍ମୀର ପୋଲିସର ମିଳିତ ଟିମ୍ ଛାନଭିନ କରିଛି ।
ଏନଆଇଏ ବହିଷ୍କୃତ ଡିଏସପି ଦାବିନ୍ଦର ସିଂହଙ୍କ ନିଜସ୍ବ କାର୍ଯ୍ୟାଳୟ ସମେତ ବାସଭବନରେ ଚଢାଉ କରିଛି । ଏହି ସ୍ଥାନରେ ପୂର୍ବରୁ ଆତଙ୍କବାଦୀଙ୍କୁ ସ୍ବଚ୍ଛନ୍ଦରେ ରଖୁଥିଲେ ଡିଏସପି ।
ଆତଙ୍କବାଦୀ ନଭୀଦଙ୍କ ସହ ଦାବିନ୍ଦରଙ୍କୁ ଜାନୁୟାରୀ ୧୧ରେ ଗିରଫ କରାଯାଇଥିଲା । ଏହା ପରେ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଥିଲା। ଗିରଫ ସମୟରେ ଦାବିନ୍ଦର ନଭୀଦଙ୍କୁ ଜମ୍ମୁକୁ ନେଇକି ଯାଉଥିଲେ। ସେଠାରେ ନାଭିଦଙ୍କ ପାକିସ୍ତାନ ଯିବାର କାର୍ଯ୍ୟକ୍ରମ ରହିଥିଲା ବୋଲି ଜଣେ ଅଧିକାରୀ ଜଣାଇଛନ୍ତି।
ଏହା ପୂର୍ବରୁ ଚଳିତ ସପ୍ତାହରେ ଡିଏସପି ଦାବିନ୍ଦର ସିଂହଙ୍କୁ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦନଠାରୁ ପୁରା ବର୍ଷକର ଦରମା ମିଳୁଥିଲା ବୋଲି ସୂଚନା ସାମ୍ନାକୁ ଆସିଥିଲା ।