ETV Bharat / bharat

ଲକଡାଉନ 2.0, ଜାତୀୟ ରାଜପଥରେ ଆଜି ଠୁ ଟୋଲ ଫି ଆଦାୟ

author img

By

Published : Apr 20, 2020, 9:55 AM IST

ଆଜିଠୁ ଜାତୀୟ ରାଜପଥରେ ଆଦାୟ ହେବ ଟୋଲ ଫି। ଏନେଇ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି। ଅଧିକ ଖବର ପଢନ୍ତୁ...

NHAI resumes toll collection
ଲକଡାଉନ 2.0, ଜାତୀୟ ରାଜପଥରେ ଆଜି ଠୁ ଟୋଲ ଫି ଆଦାୟ

ନୂଆଦିଲ୍ଲୀ: ଆଜିଠୁ ଜାତୀୟ ରାଜପଥରେ ଆଦାୟ ହେବ ଟୋଲ ଫି। ଏନେଇ ନ୍ୟାସନାଲ ହାଇୱେ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି। ତେବେ ଲକଡାଉନ 2.0ରେ ଏପ୍ରିଲ 20ରୁ କିଛି ନିୟମ ଉପରେ କଟକଣା କୋହଳ ସହ ନୂଆ ଗାଇଡ୍ ଆଣିବାକୁ କେନ୍ଦ୍ର ଇସାରା ଦେଇଥିଲା। ଯାହାକୁ ଦୃଷ୍ଟିରେ ରଖି ରବିବାର ଗୃହମନ୍ତ୍ରଣାଳୟ ପକ୍ଷରୁ ଟୋଲ ଆଦାୟ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଥାଉକି, ମାର୍ଚ୍ଚ 25ରେ କୋରୋନା ଭାଇରସ ବିସ୍ତାରକୁ ଲକ୍ଷ୍ୟ କରି କେନ୍ଦ୍ର ସରକାର ବିଭିନ୍ନ ଜାତୀୟ ରାଜପଥରେ ଟୋଲ ସଂଗ୍ରହକୁ ସାମୟିକ ସମୟ ପାଇଁ ସ୍ଥଗିତ ରଖିଥିଲେ। କିନ୍ତୁ ଲକଡାଉନ ଅବଧି ପୁର୍ନବାର ବଢାଇ ଦିଆଯିବାରୁ ଏହାକୁ କାର୍ଯ୍ୟକାରୀ କରାଯିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା।

ତେବେ ଦେଶର ସ୍ଥିତିକୁ ନଜରରେ ରଖି ଲକଡାଉନ ଅବଧିକୁ ମେ 3 ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏହାସହ ପ୍ରଧାନମନ୍ତ୍ରୀ ଅର୍ଥନୀତିକୁ ପଛରେ ପକାଇ ମଣିଷଙ୍କ ଜୀବନକୁ ଅଧିକ ପ୍ରାଥମିକତା ଦେଇ କହିଥିଲେ କି ''ଜାନ୍ ହେ ତୋ ଜାହାନ ହେ''।

ଯଦିଓ, ଏପ୍ରିଲ୍ 20 ରୁ କାର୍ଯ୍ୟ ଆରମ୍ଭ କରିବାକୁ ଗୃହ ମନ୍ତ୍ରଣାଳୟ ଅନେକ ଜରୁରୀ ଶିଳ୍ପକୁ ଆରାମ ପ୍ରଦାନ କରିଛି। ମନ୍ତ୍ରଣାଳୟ (NHAI)କୁ ଲେଖିଥିବା ଏକ ଚିଠିରେ କହିଛି ଯେ, ଉପଭୋକ୍ତା ଫି ସଂଗ୍ରହ ସରକାରୀ ଖର୍ଚ୍ଚରେ ସହାୟକ ହୋଇଥାଏ ଏବଂ ବଜେଟ ସହାୟତା ଦୃଷ୍ଟିରୁ ଏନଏଚଆଇକୁ ଆର୍ଥିକ ଶକ୍ତି ଯୋଗାଇଥାଏ। ଏହାସହ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଚିଠିରେ ଦର୍ଶାଇଛି ସମସ୍ତ ଟ୍ରକ ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ରାଜ୍ୟ ଓ ଆନ୍ତଃରାଜ୍ୟରେ ମାଲ ପରିବହନ କରିପାରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.