ଗାଜିଆବାଦ୍: ପ୍ରେମ ବିବାହ ଓ ପରିବାର ଲୋକଙ୍କ ସହମତି ଥିଲା। ବାହାଘର ଖୁସି ଖୁସି ସରିବା ପରେ ସବୁକିଛି ଠିକରେ ଚାଲିଥିଲା। ହଠାତ୍ କଣ ହେଲା କେଜାଣି 4 ବର୍ଷର ପ୍ରେମକୁ ନବଦମ୍ପତି 4 ଦିନରେ ଶେଷ କରିବାକୁ ନିଷ୍ପତ୍ତି ନେଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।
ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ଉତ୍ତରପ୍ରଦେଶର ଗାଜିଆବାଦ ଥାନା ଅନ୍ତର୍ଗତ କବୀରନଗରରେ। 4 ଦିନ ପୂର୍ବେ ବିବାହ କରିଥିବା ନବଦମ୍ପତି ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାଟି ଯେତିକି ଦୁଃଖଦାୟକ ସେତିକି ମର୍ମାହତ। ଜଣେ ଚଳନ୍ତା ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଜଣେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି ।
ସୂଚନା ଥାଉକି, ଗାଜିଆବାଦରେ ଏକ ଘରୋଇ ଟ୍ୟୁସନ ସଂସ୍ଥାରେ ଶିକ୍ଷକ ଥିଲେ ବିଶାଳ ଏବଂ ନୋଏଡାର ଏକ ବୈଷୟିକ କମ୍ପାନୀର ଏଚଆର ଥିଲେ ନିଶା । ଉଭୟଙ୍କ ମଧ୍ୟରେ 4 ବର୍ଷ ତଳେ ପ୍ରେମ ସମ୍ପର୍କ ରହିଥିଲା। ପ୍ରେମକୁ ସାର୍ଥକ କରିବା ପାଇଁ ଉଭୟ ପରିବାର ଲୋକଙ୍କ ସ୍ବୀକୃତି କ୍ରମେ ବିବାହ କରିଥିଲେ। କିନ୍ତୁ ଦୁହେଁ ଏପରି ନିଷ୍ପତ୍ତି କାହିଁକି ନେଲେ ଜଣାପଡୁ ନାହିଁ।
ପରିବାର ଲୋକଙ୍କ କହିବା ଅନୁସାରେ ପରିବାର ଲୋକଙ୍କ କହିବା ଅନୁସାରେ ବିବାହର ୪ ଦିନ ପରେ ବିଶାଳଙ୍କ ମୃତଦେହ ରେଳଲାଇନରୁ ଉଦ୍ଧାର କରାଯାଇଥିଲା। ଘଟଣା ବିଷୟରେ ଖବର ପାଇବା ପରେ ନିଶାଙ୍କୁ ସମସ୍ତେ ବୁଝେଇବାକୁ ଚେଷ୍ଟା କରିଥିଲେ ବି ସେ ଘରର ଏକ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିଲେ।