ଅମରାବତୀ: ବିବାହକୁ 2 ଦିନ ପୂରି ନଥିବା ବେଳେ ଜଣେ ନବବିବାହିତା ବଧୂଙ୍କ ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାର ଗରୁଡ କଣ୍ଡିରେ ଜଣେ ନବବିବାହିତା ମହିଳାଙ୍କ ବିବାହକୁ ଦୁଇ ଦିନ ବିତିନଥିବା ବେଳେ ହୃଦଘାତରେ ପ୍ରାଣ ହରାଇଛନ୍ତି।
ଗତ 28 ନଭେମ୍ବରରେ ନାଦୀନାମ ମଣ୍ଡଳର ତୁରକଲକୋଟାର ସୁରେଶଙ୍କ ସହ ଗରୁଡ କଣ୍ଡିର ଦମୟନ୍ତିଙ୍କ ବିବାହ ଅନୁଷ୍ଠିତ ହୋଇଥିଲା। ମାତ୍ର ଗତ ଶନିବାର ଶାଶୂଘରେ ହୃଦଘାତରେ ଦମୟନ୍ତିଙ୍କ ମୃତ୍ୟୁ ଘଟିଛି।