ETV Bharat / bharat

ନଭେମ୍ବର 29ରେ ଭାରତ ଆସିବେ ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି

author img

By

Published : Nov 19, 2019, 10:37 PM IST

ଭାରତ ଗସ୍ତରେ ନଭେମ୍ବର 29 ତାରିଖରେ ଆସିବା ପାଇଁ ରାଜି ହୋଇଛନ୍ତି ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋଟବୟା ରାଜପକ୍ଷେ ଅଧିକ ପଢନ୍ତୁ...

ଡିଜାଇନ ଫଟୋ

କଲୋମ୍ବୋ: ଶ୍ରୀଲଙ୍କା ରାଷ୍ଟ୍ରପତି ଭାବେ ସୋମବାର ଗୋଟବୟା ରାଜପକ୍ଷେ ଶପଥପାଠ କରିଛନ୍ତି । ଶ୍ରୀଲଙ୍କାରେ ଗୋଟବୟା ସରକାରରେ ବସିଲା ପରେ ଏବେ ଉଭୟ ଚୀନ ଓ ପାକିସ୍ତାନ ନୂଆ ସରକାରଙ୍କ ସହ ସହ ସମ୍ପର୍କ ସ୍ଥାପନା ନେଇ ଆଗଭର ରହିଛନ୍ତି । ଏପରିସ୍ଥଳେ ଭାରତ ଗସ୍ତରେ ନଭେମ୍ବର 29 ତାରିଖରେ ଆସିବା ପାଇଁ ରାଜି ହୋଇଛନ୍ତି ଗୋଟବୟା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ ରକ୍ଷା କରି ସେ ଭାରତ ଆସିବା ପାଇଁ ସମ୍ମତି ପ୍ରକାଶ କରିଛନ୍ତି ।

newly-elected-lankan-president-to-visit-india
ଫଟୋ ସୌଜନ୍ୟ: ଟ୍ବିଟର@DrSJaishankar

ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଶ୍ରୀଲଙ୍କାର ନବନିର୍ବାଚିତ ରାଷ୍ଟ୍ରପତି ଗୋଟବୟା ରାଜପକ୍ଷେଙ୍କ ସହ ମଙ୍ଗଳବାର କଲମ୍ବୋରେ ସାକ୍ଷାତ କରିଛନ୍ତି । ରାଷ୍ଟ୍ରପତି 29 ନଭେମ୍ବରରେ ଭାରତ ଯାତ୍ରା କରିବା ପାଇଁ ପିଏମ ମୋଦିଙ୍କ ନିମନ୍ତ୍ରଣ ପତ୍ରକୁ ସ୍ବୀକାର କରିଥିବା ବୈଦେଶିକ ମନ୍ତ୍ରୀ ଟ୍ବିଟ କରି ସୂଚନା ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଦେଶ ମନ୍ତ୍ରୀ ଏସ୍‌ ଜୟଶଙ୍କର ବିନା କୌଣସି ଯୋଜନାରେ ଅଘୋଷିତ ଭାବରେ ଶ୍ରୀଲଙ୍କାରେ ପହଞ୍ଚିଥିଲେ । ମଙ୍ଗଳବାର ସଧ୍ୟାରେ ଶ୍ରୀଲଙ୍କାରେ ପହଞ୍ଚିଛନ୍ତି ବିଦେଶ ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ରାଜପକ୍ଷେଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ ଦେଇଥିଲେ । ଏବେ ଶ୍ରୀଲଙ୍କା ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ରକ୍ଷା କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.