ETV Bharat / bharat

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ନେଇ ଚିନ୍ତାରେ କେରଳବାସୀ - କେରଳ ନାଗରିକଙ୍କୁ ଚିନ୍ତା ଦେଲା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

କୋରୋନା ଲକଡାଉନ କାରଣରୁ ବିଦେଶରେ କେରଳର ଅନେକ ନାଗରିକ ଫସି ରହିଛନ୍ତି । ବର୍ତ୍ତମାନ ପ୍ରବାସୀମାନେ ରାଜ୍ୟକୁ ଫେରିବାକୁ ଚାହୁଁଥିବା ବେଳେ ବିମାନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ରାଜ୍ୟ ସରକାର ସେମାନଙ୍କ ପାଇଁ କୋରୋନା ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି । ଅଧିକ ପଢନ୍ତୁ...

New state government's decision to panic among the citizens of the state living abroad
କେରଳ ନାଗରିକଙ୍କୁ ଚିନ୍ତା ଦେଲା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି
author img

By

Published : Jun 19, 2020, 6:59 AM IST

ଥିରୁଅନନ୍ତପୁରମ: କୋରୋନା ଲକଡାଉନ କାରଣରୁ ବିଦେଶରେ କେରଳର ଅନେକ ନାଗରିକ ଫସି ରହିଛନ୍ତି । ବର୍ତ୍ତମାନ ପ୍ରବାସୀମାନେ ରାଜ୍ୟକୁ ଫେରିବାକୁ ଚାହୁଁଥିବା ବେଳେ ବିମାନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ରାଜ୍ୟ ସରକାର ସେମାନଙ୍କ ପାଇଁ କୋରୋନା ପରୀକ୍ଷା ବାଧ୍ୟତାମୂଳକ କରିଛନ୍ତି ।

ଗଣମାଧ୍ୟମକୁ ସମ୍ବୋଧନ ବେଳେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ, ବନ୍ଦେ ଭାରତ ମିଶନ ଆରମ୍ଭରୁ ଆମେ କହୁଛୁ ଯେ ଯେଉଁମାନେ ରାଜ୍ୟକୁ ଫେରିବା ପାଇଁ ବିମାନ ଯାତ୍ରା ଆରମ୍ଭ କରୁଛନ୍ତି, ଏହା ପୂର୍ବରୁ ସେମାନଙ୍କୁ କୋରୋନା ପରୀକ୍ଷା କରିବାକୁ ପଡିବ । ଏଥିପାଇଁ ଆମେ କେନ୍ଦ୍ର ସରକାରଙ୍କୁ ମଧ୍ୟ ଅନୁରୋଧ କରିଥିଲୁ । ତେବେ ପ୍ରବାସୀ ବନ୍ଦେ ଭାରତ ମିଶନ ଅଧୀନରେ ରାଜ୍ୟକୁ ଫେରନ୍ତୁ କିମ୍ବା ଅନ୍ୟ କୌଣସି ଅନୁଷ୍ଠାନ ମାଧ୍ୟମରେ ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ହେବ ।

ମୁଖ୍ୟମନ୍ତ୍ରୀ ବିଜୟନ କହିଛନ୍ତି ଯେ, କିଛି ସଂକ୍ରମିତ ଯାତ୍ରୀଙ୍କ ସହ ଯାତ୍ରା କରିବା ସମସ୍ତ ଯାତ୍ରୀଙ୍କ ପାଇଁ ବିପଦଜନକ ହୋଇପାରେ । ଯଦି ପିସିଆର ପରୀକ୍ଷା କରାଯାଇପାରିବ ନାହିଁ ତେବେ ଆଣ୍ଟିବଡି ପରୀକ୍ଷା କରାଯିବା ଉଚିତ । ଏହି ପରୀକ୍ଷା ଶସ୍ତା ଏବଂ ଶୀଘ୍ର ରେଜେଲ୍ଟ ଆସିଥାଏ । ଆଉ ଯାତ୍ରୀମାନଙ୍କୁ ଏହା ସାହାଯ୍ୟ ମଧ୍ୟ କରିବ । ଭାରତ ସରକାରଙ୍କୁ ଦୂତାବାସ ମାଧ୍ୟମରେ ଏହି ପରୀକ୍ଷା କରାଇବା ଉଚିତ । ସେ କହିଛନ୍ତି ଯେ, ବିମାନ କମ୍ପାନୀଗୁଡିକ ସ୍ୱାସ୍ଥ୍ୟ ବିଭାଗ ସହିତ ମିଶି ଏହି ପରୀକ୍ଷା କରିପାରିବେ ।

ପ୍ରକାଶ ଥାଉ କି, ମାର୍ଚ୍ଚ 11ରେ କେରଳର ବିଧାନସଭା କେନ୍ଦ୍ରର ସର୍କୁଲାର ବିରୋଧରେ ଏକ ରିଜୋଲ୍ୟୁସନ ପାରିତ କରିଥିଲା । କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ସର୍କ୍ୟୁଲାରରେ କୁହାଯାଇଥିଲା ଯେ ଇଟାଲୀ ପରି କୋରୋନା ପ୍ରଭାବିତ ଦେଶରୁ ଭାରତୀୟମାନେ ସେପର୍ଯ୍ୟନ୍ତ ଫେରିପାରିବେ ନାହିଁ ଯେପର୍ଯ୍ୟନ୍ତ ସେମାନେ କୋରୋନା ନେଗେଟିଭ୍ ସାର୍ଟିଫିକେଟ୍ ଦେଖାଇନାହାନ୍ତି । କେନ୍ଦ୍ର ସରକାରଙ୍କ ଏହି ସର୍କୁଲାରକୁ ଅମାନବୀୟ ବୋଲି କହି ମୁଖ୍ୟମନ୍ତ୍ରୀ ଏହି ରିଜୋଲ୍ୟୁସନ ପାରିତ କରିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ରର ସର୍କ୍ୟୁଲାର ଭାରତୀୟମାନଙ୍କୁ ବିଦେଶରେ ଏକା ଛାଡିବ ସହ ସମାନ ହେବ ।

ସଂକଳ୍ପ ପୂର୍ବରୁ 10 ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ବିଜୟନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖି ସର୍କୁଲାର ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ସେ କହିଥିଲେ ଯେ ଇଟାଲୀ ଏବଂ ଦକ୍ଷିଣ କୋରିଆ ଭଳି ଦେଶ ଉପରେ କୋରୋନାକୁ ନେଇ ଚାପ ରହିଛି, ଏମିତି ସ୍ଥିତିରେ ଭାରତୀୟଙ୍କୁ ସ୍ବଦେଶ ଫେରାଇ ଆଣିବା ଉଚିତ୍ । ଯଦି ସେମାନେ ବିମାନବନ୍ଦରରେ ପଜିଟିଭ ଚିହ୍ନଟ ହୁଅନ୍ତି ତେବେ ସେମାନଙ୍କୁ ଆଇସୋଲେଟ କରାଯିବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ବିରୋଧରେ ଭୂଲ ଖବର ପ୍ରଚାର କରାଯାଉଛି । ଏହି ସମୟ ରାଜନୀତି କରିବାର ନୁହେଁ । ଆମେ ସମସ୍ତ ପ୍ରବାସୀଙ୍କୁ ସ୍ବାଗତ କରୁଛୁ । ଆମର ବିଚାରରେ କୌଣସି ପରିବର୍ତ୍ତନ ଆସିନାହିଁ । କିନ୍ତୁ ଆମେ କୋରୋନାକୁ ନେଇ ସତର୍କ ରହିବାକୁ ଚାହୁଁଛୁ । ଯଦି ପର୍ଯ୍ୟାପ୍ତ ପଦକ୍ଷେପ ନନିଆଯିବ ତେବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରକୁ ହୋଇଯିବ । ଏଥିସହ କେନ୍ଦ୍ର ସରକାରଙ୍କୁ କୋରୋନା ସଂକ୍ରମିତଙ୍କ ପାଇଁ ଅଲଗା ବିମାନର ବ୍ୟବସ୍ଥା କରିବା ଆବଶ୍ୟକ ରହିଛି ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.