ହାଇଦ୍ରାବାଦ: ‘ଗ୍ୟାସ କ୍ରୋମାଟୋଗ୍ରାଫୀ’ ବିଶ୍ଲେଷଣ କରିବାର ଏକ ପଦ୍ଧତି । ଖାଦ୍ୟ ଇଣ୍ଡଷ୍ଟ୍ରି ସହ ଚିକିତ୍ସା ବିଜ୍ଞାନ ଯାଏଁ ସବୁଠି ଏହି ପଦ୍ଧତିର ଉପଯୋଗ କରାଯାଇଥାଏ । ଖାଦ୍ୟରେ ଅପମିଶ୍ରଣର ମାତ୍ରା ଜାଣିବା ପାଇଁ ଏହି ପଦ୍ଧତି ବ୍ୟବହାର କରାଯାଇଥାଏ । ଏହି ପଦ୍ଧତି ସହଜ ସହ ଶସ୍ତା ମଧ୍ୟ । ଖାଦ୍ୟର ସ୍ବାଦ ଓ ସୁଗନ୍ଧ ବିଷୟରେ ରିସର୍ଚ୍ଚ କରିବା ପାଇଁ ମଧ୍ୟ ‘ଗ୍ୟାସ କ୍ରୋମାଟୋଗ୍ରାଫୀ’ର ବ୍ୟବହାର କରାଯାଇଥାଏ । ବର୍ତ୍ତମାନ ଏହାକୁ ଚିକିତ୍ସା କ୍ଷେତ୍ରରେ ମଧ୍ୟ ବ୍ୟବହାର କରାଯାଉଛି । ରକ୍ତ ପରୀକ୍ଷା ପାଇଁ ଏହାର ସହଯୋଗ ନିଆଯାଉଛି ।
‘ଗ୍ୟାସ କ୍ରୋମାଟୋଗ୍ରାଫୀ’ ମୁଖ୍ୟତଃ ଖାଦ୍ୟ ସୁରକ୍ଷା ସହ ଖାଦ୍ୟର ଗୁଣବତ୍ତାକୁ ବଢାଇବାରେ ଜରୁରୀ । ଏହାର ଗୁଣବତ୍ତାକୁ ପରୀକ୍ଷା କରିବା ପାଇଁ ବିଭିନ୍ନ ବିଶ୍ଲେଷଣ କରାଗଲା । ଏହି ରିସର୍ଚ୍ଚ କରିବା ପାଇଁ ଅନେକ ସମୟ ଲାଗିଥିଲା । କମ୍ପ୍ୟୁଟର ସହାୟତାରେ ଏହାକୁ ଆକଳନ କରାଗଲା । କାରଣ ରିସର୍ଚ୍ଚରେ ପ୍ରତି ସେକେଣ୍ଡର ଡାଟାର ଆବଶ୍ୟକ ରହିଥାଏ ଓ କମ୍ପ୍ୟୁଟର ହିଁ ଏହାକୁ ଭଲ ଭାବରେ ଆକଳନ କରିପାରିଥାଏ ।
‘ଗ୍ୟାସ କ୍ରୋମାଟୋଗ୍ରାଫୀ’ ମୁଖ୍ୟତଃ ମାସ୍ ସ୍ପେକଟ୍ରୋମେଟ୍ରୀ(GC-MS)କୁ ବ୍ୟବହାର କରିଥାଏ । ଉଦାହରଣ, ବଡ ବଡ ଖାଦ୍ୟ ଉତ୍ପାଦନକାରୀ କମ୍ପାନୀ କିଣ୍ବନ ପ୍ରକ୍ରିୟାରେ ଖାଦ୍ୟ ଉତ୍ପାଦନ କରିଥାନ୍ତି । ଏଥିରେ ଗ୍ୟାସ କ୍ରୋମାଟୋଗ୍ରାଫୀ ପ୍ରକ୍ରିୟା କିଣ୍ବନ ସମୟରେ ଅଣୁଜୀବ କେତେ ମାତ୍ରାରେ ଏହାକୁ ପ୍ରଭାବିତ କରେ, ତାହାକୁ ବିଶ୍ଲେଷଣ କରିଥାଏ ।
ଉଦାହରଣ, ପନିର୍ ଉତ୍ପାଦନ ପାଇଁ ପ୍ରଥମେ ବାଓଲୋଜିକାଲ କଲଚର ମଧ୍ୟରେ ଅଣୁଜୀବଙ୍କୁ ବଡ କରାଯାଇଥାଏ । ସେମାନେ ପନିରକୁ ସ୍ବାଦ ଦେଇଥାନ୍ତି ଓ କ୍ଷୀରକୁ ସମ୍ପୁର୍ଣ୍ଣ ପନିରରେ ପରିବର୍ତ୍ତନ କରିଥାନ୍ତି । ତେବେ ଏହି ଅଣୁଜୀବଙ୍କ ମାତ୍ରା ବୃଦ୍ଧି ହୋଇଗଲେ, ଖାଦ୍ୟ ନଷ୍ଟ ହେବାର ସମ୍ଭାବନା ରହିଥାଏ । ଗ୍ୟାସ କ୍ରୋମାଟୋଗ୍ରାଫୀ ପନିରରେ ଥିବା କେମିକାଲ କାରକକୁ ଆୟତ କରିଥାଏ । ଅଧିକ ସ୍ବାଦ ଓ ସୁଗନ୍ଧର ଖାଦ୍ୟ ପ୍ରସ୍ତୁତ ପାଇଁ ଉତ୍ପାଦନର ପ୍ରଣାଳୀକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡିଥାଏ । ଏହି ପ୍ରଣାଳୀ କ୍ଷୁଦ୍ର ଖାଦ୍ୟ କମ୍ପାନୀ ଗୁଡିକ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ । କଞ୍ଚାମାଲର ତଦାରଖ ସହ ଉତ୍ପାଦନର ଗୁଣବତ୍ତାକୁ ଜାଣିବା ପାଇଁ ଏହା ଅଧିକ ଲାଭଦାୟକ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ