ETV Bharat / bharat

ଆଜି ଶକ୍ତି ପରୀକ୍ଷା: ବିଜେପି ଦେବ ସଂଖ୍ୟାଗରିଷ୍ଠତା ପ୍ରମାଣ - floor test

ମନୋହର ପାରିକରଙ୍କ ନିଧନ ପରେ ସୋମବାର ବିଳମ୍ବିତ ରାତିରେ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ପ୍ରମୋଦ। ବିଧାନସଭା ବାଚସ୍ପତି ଥିବା ପ୍ରମୋଦ ଆଜି ତାଙ୍କର ଶକ୍ତି ପ୍ରଦର୍ଶନ କରିବେ। ବିଧାନସଭାରେ ତାଙ୍କ ନେତୃତ୍ବାଧୀନ ମେଣ୍ଟ ସରକାରର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ।

ଫାଇଲ ଫଟୋ
author img

By

Published : Mar 20, 2019, 9:19 AM IST

ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଗୋଟିଏ ଦିନ ପରେ ଏବେ ଅସଲ ପରୀକ୍ଷାର ସମ୍ମୁଖୀନ ହେବେ ପ୍ରମୋଦ ସାୱନ୍ତ। ଆଜି ଗୋଆ ବିଧାନସଭାରେ ଦଳର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ ନୂଆ ମୁଖ୍ୟମନ୍ତ୍ରୀ ପ୍ରମୋଦ। ତେବେ ଏଥିରେ ବିଜୟୀ ନେଇ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି।

ମନୋହର ପାରିକରଙ୍କ ନିଧନ ପରେ ସୋମବାର ବିଳମ୍ବିତ ରାତିରେ ଗୋଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ପ୍ରମୋଦ। ବିଧାନସଭା ବାଚସ୍ପତି ଥିବା ପ୍ରମୋଦ ଆଜି ତାଙ୍କର ଶକ୍ତି ପ୍ରଦର୍ଶନ କରିବେ। ବିଧାନସଭାରେ ତାଙ୍କ ନେତୃତ୍ବାଧୀନ ମେଣ୍ଟ ସରକାରର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବେ। ୪୦ ଆସନ ବିଶିଷ୍ଟ ଗୋଆ ବିଧାନସଭାରେ ଏବେ କୌଣସି ଦଳ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିନାହିଁ। ପୂର୍ବରୁ ଦୁଇ ଜଣ କଂଗ୍ରେସ ବିଧାୟକଙ୍କ ଇସ୍ତଫା ଦେଇଥିଲେ। ଗତ ମାସରେ ବିଜେପି ବିଧାୟକ ଫ୍ରାନ୍ସିସ ଡି ସୌଜା ଏବଂ ଏବେ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ପରଲୋକ ପରେ ମୋଟ ବିଧାୟକଙ୍କ ସଂଖ୍ୟା ୩୬କୁ ଖସିଆସିଛି।

ତେବେ ଆବଶ୍ୟକ ସଂଖ୍ୟା ୧୯ ଛୁଇଁବାକୁ ଏକାକି କୌଣସି ଗୋଟିଏ ଦଳ ସକ୍ଷମ ନାହାନ୍ତି। ବର୍ତ୍ତମାନ କଂଗ୍ରେସ ହାତରେ ସର୍ବାଧିକ ୧୪ ଜଣ ବିଧାୟକ ରହିଛନ୍ତି। ଅନ୍ୟପକ୍ଷରେ ବିଜେପି ପାଖରେ 12 ବିଧାୟକ ଅଛନ୍ତି। ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ୩ ଜଣ, ଗୋଆ ଫରୱାର୍ଡ ପାର୍ଟିର ୩ ଜଣ ଏବଂ ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନ ହାସଲ କରି ମେଣ୍ଟ ସରକାର ଚଳାଇଛି ବିଜେପି। ଏମାନଙ୍କ ଛଡା ବିଧାନସଭାରେ ଏନସିପିର ଜଣେ ଏବଂ ଆଉ ଦୁଇ ଜଣ ସ୍ବାଧୀନ ବିଧାୟକ ଅଛନ୍ତି। ଏବେ ଏମାନଙ୍କ ସମର୍ଥନ ହାସଲ କରିବାକୁ ବିଜେପି ଉଦ୍ୟମ କରିବ।

Intro:Body:

Panaji: From being an Ayurveda practitioner to being the Goa chief minister, 46-year-old Pramod Sawant has come a long way.

The two-time MLA from Sankhalim in North Goa, Sawant, who was Speaker of the state Assembly, is a dedicated RSS worker.

The politician, recently seen in the RSS uniform at a Sangh event, was on Monday sworn in as the new chief minister of Goa following Manohar Parrikar's death.

His elevation to the top post in the coastal state followed hectic parleys between the BJP and its alliance partners.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.