ETV Bharat / bharat

ଟ୍ବିଟରରେ ନୂଆ ଫିଚର ‘ଫ୍ଲିଟ’, ଲୁଚାଇବ ଅନାବଶ୍ୟକ ଟ୍ବିଟ - ଫ୍ଲିଟ ଫିଚର

ଏଣିକି ଟ୍ବିଟରରୁ ଆପଣ ଚାହିଁଲେ ନିଜ ଟ୍ବିଟକୁ ସର୍ବସାଧାରଣଙ୍କଠାରୁ ଲୁଚାଇପାରିବେ । ଏନେଇ ଫିଚର ଫ୍ଲିଟକୁ ଭାରତରେ ପରୀକ୍ଷାମୂଳକ ଭାବେ ଲଞ୍ଚ କରିବା ପାଇଁ ଘୋଷଣା କରିଛି ଟ୍ବିଟର ।

new feature to twitter, twitter latest news, fleet in twitter, fleet feature, latest technology news, ଟ୍ବିଟରରେ ନୂଆ ଫିଚର, ଟ୍ବିଟର ଲାଟେଷ୍ଟ ନ୍ୟୁଜ୍‌, ଟ୍ବିଟରରେ ଫ୍ଲିଟ, ଫ୍ଲିଟ ଫିଚର, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଟ୍ବିଟରରେ ନୂଆ ଫିଚର ‘ଫ୍ଲିଟ’, ଲୁଚାଇବ ଅନାବଶ୍ୟକ ଟ୍ବିଟ
author img

By

Published : Jun 10, 2020, 7:47 AM IST

ହାଇଦ୍ରାବାଦ: ଏଣିକି ଟ୍ବିଟରରୁ ଆପଣ ଚାହିଁଲେ ନିଜ ଟ୍ବିଟକୁ ସର୍ବସାଧାରଣଙ୍କଠାରୁ ଲୁଚାଇପାରିବେ । ଏନେଇ ଫିଚର ଫ୍ଲିଟକୁ ଭାରତରେ ପରୀକ୍ଷାମୂଳକ ଭାବେ ଲଞ୍ଚ କରିବା ପାଇଁ ଘୋଷଣା କରିଛି ଟ୍ବିଟର । ଏହି ଫିଚରର ବ୍ୟବହାରରେ ସିଲେକ୍ଟ କରିଥିବା ଯେକୌଣସି ଟ୍ବିଟ 24 ଘଣ୍ଟା ପାଇଁ ଲୁଚିଯିବା ସହ ଏହି ଟ୍ବିଟରେ କୌଣସି ରିଟ୍ବିଟ, ଲାଇକ ଓ କମେଣ୍ଟ ଦେଖାଯିବ ନାହିଁ ।

ସ୍ନାପଚାଟର ଷ୍ଟୋରୀ ଫିଚରରୁ ଅନୁପ୍ରାଣିତ ହୋଇ ଟ୍ବିଟର ଏହି ଫିଚର ଲଞ୍ଚ କରିଛି । ଯାହାକୁ ବର୍ତ୍ତମାନ ପର୍ଯ୍ୟାୟକ୍ରମେ ବ୍ରାଜିଲ ଓ ଇଟାଲୀରେ ପରୀକ୍ଷା କରାଯାଉଛି । ତେବେ ମଙ୍ଗଳବାରଠାରୁ ଏହା ଭାରତରେ ମଧ୍ୟ ପରୀକ୍ଷାମୂଳକ ଭାବେ ପର୍ଯ୍ୟାୟକ୍ରମେ ଲଞ୍ଚ ହେବ । ଉଭୟ ଆଇଓଏସ ଓ ଆଣ୍ଡ୍ରଏଡ ୟୁଜର୍ସ ଏହି ଫିଚର ପାଇପାରିବେ । ଏଥିପାଇଁ ୟୁଜର୍ସଙ୍କୁ ଲାଟେଷ୍ଟ ଭର୍ସନ ଟ୍ବିଟର ଅପଡେଟ କରିବାକୁ ହେବ ।

ଏନେଇ ଟ୍ବିଟର ଇଣ୍ଡିଆ କାର୍ଯ୍ୟକାରୀ ନିର୍ଦ୍ଦେଶକ କହିଛନ୍ତି କି ସେ ଭାରତରେ ଏହି ଫିଚର ରୋଲ ଆଉଟକୁ ନେଇ ବହୁତ ଆଶାବାଦୀ ଅଛନ୍ତି । ଏହି ଫିଚରକୁ ପରୀକ୍ଷା କରିବାରେ ବିଶ୍ବରେ ଭାରତ ତୃତୀୟ ଦେଶ । ତେବେ ଏହି ଫିଚର ଦ୍ବାରା ଭାରତୀୟ ୟୁଜର୍ସଙ୍କ ଉପରେ କ’ଣ ପ୍ରଭାବ ପଡିବ ତାହା ଦେଖିବାର ବିଷୟ । ସେ ଅଧିକ ସୂଚନା ଦେଇ କହିଛନ୍ତି କି, ଏହି ଫିଚର ସହାୟତାରେ କେବଳ ଟେକ୍ସଟ ନୁହେଁ ବରଂ ଭିଡିଓ, ଜିଫି ଓ ଫୋଟୋ ଆଦିକୁ ମଧ୍ୟ ଲୁଚାଇ ହେବ ।

ତେବେ ଫ୍ଲିଟ କ୍ରିଏଟ କରିବାକୁ ହେଲେ ନିଜ ପ୍ରୋଫାଇଲର ବାମ ପାର୍ଶ୍ବ ଉପରେ ଥିବା ଅଭତାରରେ କ୍ଲିକ କରନ୍ତୁ । ଏବେ ଇଚ୍ଛା ମୁତାବକ ଫଟୋ, ଭିଡିଓ କିମ୍ବା ଟେକ୍ସଟ ଲେଖିସାରିବା ପରେ ମିଡିଆରେ ଫ୍ଲିଟ ଅପ୍ସନ ଉପରେ କ୍ଲିକ କରନ୍ତୁ । ତଏହା କରିବା ଦ୍ବାରା ଆପଣ କ୍ରିଏଟ କରିଥିବା ଟ୍ବିଟ ଲୁଚି ରହିବ । ଅନ୍ୟପଟେ ନିଜ ପ୍ରୋଫାଇଲ ତଳେ ଥିବା ଫ୍ଲିଟ ଅପ୍ସନକୁ ଯାଇ ଆପଣ ଅନ୍ୟ ପ୍ରୋଫାଇଲରେ କେତୋଟି ଫ୍ଲିଟ ରହିଛି ତାହା ଦେଖିପାରିବେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.