ବେଙ୍ଗାଲୁର: ସରକାର ସମ୍ଭାଳିପାରିଲେନି ସ୍ବାମୀ । 21 ଦିନ ଧରି ଚାଲିଥିବା କର୍ଣ୍ଣାଟକ ନାଟକରେ ଆଜି ପଡ଼ିଛି ଯବନିକା । ବିଧାନସଭାରେ ବହୁମତ ସାବ୍ୟସ୍ତ କରିପାରିଲା ନାହିଁ କଂଗ୍ରେସ- ଜେଡ଼ିଏସ ମେଣ୍ଟ ସରକାର । ଆସ୍ଥା ଭୋଟରେ 99 ଭୋଟ କୁମାରସ୍ବାମୀ ପାଇଥିବା ବେଳେ ବିରୋଧି ବିଜେପି ପାଇଛି 105 । ତେଣୁ ସରକାର ଗଠନ କରିବାକୁ ଏକପ୍ରକାର ସକ୍ଷମ ହୋଇଛି ଦଳ।
‘ମୁଁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇ କହୁଛି,ଏବେ ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବ ’ । ଏହି ବିଜୟ ଗଣତନ୍ତ୍ରର ବିଜୟ ଏବଂ ରାଜ୍ୟବାସୀଙ୍କ ବିଜୟ ବୋଲି କହିଛନ୍ତି କର୍ଣ୍ଣାଟକ ବିଜେପି ମୁଖ୍ୟ ବି.ଏସ୍ ୟେଦୁରପ୍ପା । ଏହା ସହ ସେ କୃଷକମାନଙ୍କ ପାଇଁ କହିଛନ୍ତି, ଆଗାମୀ ଦିନରେ କୃଷକମାନଙ୍କ ସମସ୍ୟା ସମ୍ବନ୍ଧରେ ଅଧିକ ମହତ୍ତ୍ବ ଦେବି । ଯଥାଶୀଘ୍ର ଉଚିତ୍ ପଦକ୍ଷେପ ଗ୍ରହଣ କରାଯିବ ବୋଲି ୟେଦୁରପ୍ପା ସାମ୍ବାଦିକମାନଙ୍କୁ କହିଛନ୍ତି ।