ବେଙ୍ଗାଲୁରୁ: ଭାରତରେ ଦିନକୁ ଦିନ ବଦଳିବାରେ ଲାଗିଛି ଶିକ୍ଷାର ପରିଭାଷା । ପୂର୍ବରୁ ଶିକ୍ଷା ଗ୍ରହଣରେ ଜ୍ଞାନ ଆହରଣ ମୁଖ୍ୟ ଉଦ୍ଦେଶ୍ୟ ରହୁଥିବା ବେଳେ ଏବେ କେବଳ ସାର୍ଟିଫିକେଟରେ ସୀମିତ ରହୁଛି ଶିକ୍ଷାର ପରିଧି । କେବଳ ସେତିକି ନୁହେଁ ଶିକ୍ଷାମୁଷ୍ଠାନର ପାଠ ଓ ଜ୍ଞାନ ବାସ୍ତବ କାର୍ଯ୍ୟ କ୍ଷେତ୍ରରେ ବିଶେଷ ବ୍ୟବହୃତ ହେଉ ନଥିବା ବା ସମ୍ପୂର୍ଣ୍ଣ ଭିନ୍ନ ଥିବା ଅନେକ ସମୟରେ ମତ ଆସୁଛି । ଏମିତିରେ ବୁଧବାର ଦେଶର ଶିକ୍ଷା କ୍ଷେତ୍ରରେ ଆସିଛି ଏକ ବିରାଟ ପରିବର୍ତ୍ତନ । ଯାହା 34 ବର୍ଷ ଧରି ପ୍ରଚଳିତ ଥିବା ଷିକ୍ଷା ବ୍ୟବସ୍ଥାରେ ଆଣିଛି ପୂର୍ଣ୍ଣଛେଦ ଲଗାଇବା ସହ ଆଣିଛି ଶିକ୍ଷା ଗ୍ରହଣର ଆଧୁନିକ ବ୍ୟବସ୍ଥା ।
ଏହାର ନାମ ରହିଛି ନ୍ୟୁ ନ୍ୟାସନାଲ ଏଜୁକେଶନ ପଲିସି(ଏନଇପି) 2020 । ଏନଇପିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷା ବ୍ୟବସ୍ଥାରେ ଜରୁରୀ ପରିବର୍ତ୍ତନ ଆଣି ଏହାକୁ ଉଦ୍ୟୋଗ କ୍ଷେତ୍ରର ଆବଶ୍ୟକତା ପୂରଣ ଦିଗରେ ବ୍ୟବହୃତ କରିପାରିବା । କେବଳ ସେତିକି ନୁହେଁ ଶିକ୍ଷା ପ୍ରତି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆକୃଷ୍ଟ କରିବା । ଏକାଧିକ ଶିକ୍ଷାନୁଷ୍ଠାନକୁ ଏକାଠି କରି ସ୍ବୟଂଚାଳିତ ମାନ୍ୟତା ଦେବା ଦ୍ବାରା ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଧାରିବା ଓ ତୃଣମୂଳସ୍ତରରେ ଦେଶର ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗ୍ରହଣୀୟ କରିବା ।
ଏନଇପି ଡ୍ରାଫ୍ଟ ପାଇଁ ପ୍ରସ୍ତୁତ ପ୍ୟାନେଲରେ ଭାରତୀୟ ସ୍ପେଶ ରିସର୍ଚ୍ଚ ଅର୍ଗାନାଇଜେଶନର ପୂର୍ବତନ ମୁଖ୍ୟ ଡ଼ଃ କେ କସ୍ତୁରୀରଙ୍ଗାନ ସାମିଲ ରହିଛନ୍ତି । ତାଙ୍କର ଲକ୍ଷ୍ୟ ହେଉଛି ଏହି ନୂଆ ଡ୍ରାଫ୍ଟ ଦ୍ବାରା ଛାତ୍ରାଛାତ୍ରୀଙ୍କୁ ଶିକ୍ଷା ପ୍ରତି ଅଧିକ ଆକୃଷ୍ଟ କରିବା ସହ ଶିକ୍ଷା ଓ ଉଦ୍ୟୋଗ କ୍ଷେତ୍ର ମଧ୍ୟରେ ରହିଥିବା ବଡ ତଫାତ୍କୁ ଦୂର କରିବା । ଏଥିପାଇଁ ସେ ମେଡିକାଲ ଓ ଆଇନ ଶିକ୍ଷା ବ୍ୟତୀତ ଅନ୍ୟ ସମସ୍ତ ଶିକ୍ଷା ପାଇଁ ଏକକ ନିୟମ ଆଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟତଃ ଦେଶରେ ଉଚ୍ଚ ଶିକ୍ଷା ପାଇଁ ଏକ କିଛି ପରିବର୍ତ୍ତନ ଆଣିବା ପାଇଁ ଡ୍ରାଫ୍ଟ କାର୍ଯ୍ୟକାରୀ ହେବ ।
ଏନେଇ ଇଟିଭି ଭାରତ ସହ ସ୍ବତନ୍ତ୍ର ଭାବେ ଆଲୋଚନା କରିଥିଲେ କମିଟି ସଦସ୍ୟ ଡ଼ଃ ଏମକେ ଶ୍ରୀଧର । ସେ କହିଛନ୍ତି କି ନୂଆ ପଲିସିକୁ ଏପରି ଢଙ୍ଗରେ ପ୍ରସ୍ତୁତ କରାଯାଉଛି ଯାହା ଦ୍ବାରା ଶିକ୍ଷା ବ୍ୟବସ୍ଥା ଉଦ୍ୟୋଗ କ୍ଷେତ୍ର ଆବଶ୍ୟକତାକୁ ସଫଳତାର ସହ ପୂରା କରିବାରେ ସକ୍ଷମ ହେବ । ସେ ଏହା ମଧ୍ୟ କହିଛନ୍ତି କି ଦେଶରେ କାର୍ଯ୍ୟକ୍ଷେତ୍ର ବା ଉଦ୍ୟୋଗ କ୍ଷେତ୍ରରେ ପରିବର୍ତ୍ତନ ଏକ ନୂଆ ସାଧାରଣ କଥା । ତେଣୁ ଏହା ସହିତ ଖାପ ଖୁଆଇ ଚାଲିବାକୁ ହେଲେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ।
କ୍ୟାଫେଟେରିଆ ଆପ୍ରୋଚ:
ନୂଆ ଶିକ୍ଷା ପଲିସି ମୁଖ୍ୟତଃ ଗଠନାତ୍ମକ ଶୈଳୀରେ ଡିଦାଇନ ହୋଇଛି । ଏଥିରେ ଛାତ୍ରଛାତ୍ରୀମାନେ ନିଜ ପସନ୍ଦର ବିଷୟ ଚୟନ କରି ପଢିବା ପାଇଁ ଅଧିକ ସ୍ବାଧୀନତା ମିଳିବ । କଳା ଓ ବିଜ୍ଞାନ କ୍ଷେତ୍ରରେ ସେପରି କୌଣସି ନିର୍ଦ୍ଦିଷ୍ଟ ତଫାତ୍ ରହିବ ନାହିଁ । ଏହା ନା ଯେ କେବଳ ଛାତ୍ରଛାତ୍ରୀଙ୍କ ପ୍ରଥମ ଚାକିରୀ ପାଇଁ ସାହାଯ୍ୟ କରିବା ବରଂ ଭବିଷ୍ୟତରେ ସେମାନ ଚାହିଁଲେ ଦିଗ ପରିବର୍ତ୍ତନ କରିବା ପାଇଁ ମଧ୍ୟ ସେମାନଙ୍କୁ ସୁଯୋଗ ଯୋଗାଇବ ।
6 ପ୍ରତିଶତ ଟାର୍ଗେଟ:
ନୂଆ ଶିକ୍ଷା ପଲିସି ଅନୁଯାୟୀ କେନ୍ଦ୍ର ସରକାର ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ଅଧିକ ପୁଞ୍ଜି ନିବେଶ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଯାହା ଜିଡିପିରେ 6 ପ୍ରତିଶତ ଯୋଗଦାନ କରିବ । ବର୍ତ୍ତମାନ ସ୍ଥିତିରେ ସରକାର ଜିଡିପିର 4.4 ପ୍ରତିଶତ ଶିକ୍ଷା କ୍ଷେତ୍ରରେ ବିନିଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।
ଭାରତରେ ଜ୍ଞାନ ଅର୍ଥନୀତି:
ସମୟ ସହ ବଢୁଥିବା ଆବଶ୍ୟକତା ଓ ବାସ୍ତବ କ୍ଷେତ୍ରେର ଶିକ୍ଷାର ବ୍ୟବହାରିତାକୁ ନଜରରେ ରଖି ପ୍ରସ୍ତୁତ ହୋଇଥିବା ନୂଆ ଶିକ୍ଷା ପଲିସି ଆଗାମୀ ଦିନରେ ଭାରତରେ ଶିଜ୍ଞା ଅର୍ଥନୀତି ସୃଷ୍ଟି କରିବ ବୋଲି ଆଶା ରହିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ଏହି ନୂଆ ଶିକ୍ଷା ପଲିସି ଦ୍ବାରା ଶିକ୍ଷା ଗ୍ରହଣ କରି ଛାତ୍ରଛାତ୍ରୀମାନେ ଦେଶରେ ଅର୍ଥନୀତିରେ ଅଧିକ ଯୋଗଦାନ କରିପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ