ETV Bharat / bharat

ଶାହିନବାଗ ପ୍ରଦର୍ଶନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି - ନାଗରିକତା ସଂଶୋଧନ ଆଇନ୍‌

ଦିଲ୍ଲୀର ଶାହିନବାଗ ଅଞ୍ଚଳରୁ ସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କୁ ହଟାଇବାର ଆବେଦନ ଉପରେ ଆଜି(ବୁଧବାର) ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅଧିକ ପଢନ୍ତୁ...

supreme-court
ସୁପ୍ରିମକୋର୍ଟ
author img

By

Published : Feb 26, 2020, 10:50 AM IST

ନୂଆଦିଲ୍ଲୀ: ଦିଲ୍ଲୀର ଶାହିନବାଗ ଅଞ୍ଚଳରୁ ସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କୁ ହଟାଇବାର ଆବେଦନ ଉପରେ ଆଜି(ବୁଧବାର) ସୁପ୍ରିମକୋର୍ଟରେ ଶୁଣାଣି ହେବ । ପ୍ରଦର୍ଶନକାରୀଙ୍କ ସହ ଆଲୋଚନା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ମଧ୍ୟସ୍ଥି ସୋମବାର ନିଜ ରିପୋର୍ଟ ସିଲବନ୍ଦ ଲଫାଫାରେ ଦାଖଲ କରିଥିଲେ ।

ମଧ୍ୟସ୍ଥି ଭାବରେ ନିଯୁକ୍ତ ହୋଇଥିବା ଓକିଲ ସାଧନା ରାମଚନ୍ଦ୍ରନ ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେଙ୍କ ସହ ଶାହିନବାଗ ଯାଇ ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ ନିଜ ରିପୋର୍ଟ ଜଷ୍ଟିସ ଏସ.କେ ପାଲ ଏବଂ ଜଷ୍ଟିସ କେ.ଏମ ଜୋଶେଫଙ୍କ ଖଣ୍ଡପୀଠକୁ ହସ୍ତାନ୍ତର କରିଥିଲେ । ତେବେ ମଧ୍ୟସ୍ଥିଙ୍କ ରିପୋର୍ଟ ଅନୁଧ୍ୟାନ କରିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ 26ରେ ହେବ ବୋଲି ଖଣ୍ଡପୀଠ କହିଥିଲେ ।

ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ବିରୋଧରେ ଗତ ଡିସେମ୍ବର 15 ତାରିଖରୁ ଶାହିନବାଗରେ ପ୍ରଦର୍ଶନ ଜାରି ରହିଛି । ଯାହା ଫଳରେ ଦିଲ୍ଲୀ-ନୋଏଡା ରାସ୍ତା ବନ୍ଦ ରହିଛି । ତେବେ ଶାହିନବାଗରୁ ପ୍ରଦର୍ଶନକାରୀଙ୍କୁ ହଟାଇବା ପାଇଁ ଏବଂ ରାସ୍ତା ଖାଲି କରିବା ପାଇଁ ସୁପ୍ରିମକୋର୍ଟରେ ଏକାଧିକ ଯାଚିକା ଦାଖଲ ହୋଇଥିଲା । ତେବେ ଏହାର ଶୁଣାଣି କରି ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥି ନିଯୁକ୍ତି କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.