ନୂଆଦିଲ୍ଲୀ: ଖୁବଶୀଘ୍ର ରାଜଧାନୀ ଦିଲ୍ଲୀରେ ଗଡିବ ନୂଆ କ୍ଲଷ୍ଟର ଲୋ ଫ୍ଲୋର ଏସି ସିଏନଜି ବସ । ସବୁଠୁ ଖାସ କଥା ହେଲା ଏହି ବସ ନୂଆ ରଙ୍ଗରେ ଆସିବ ।
ମିଳିଥିବା ସୂତ୍ର ଅନୁସାରେ, ଆଉ ଦିନ କେଇଟା ମଧ୍ୟରେ ଆସିବାକୁ ଥିବା ବସର ରଙ୍ଗ ଚୟନରେ ଚୂଡାନ୍ତ ନିଷ୍ପତି ହେବ । ତେବେ ବର୍ତ୍ତମାନ କ୍ଲଷ୍ଟର ସ୍କିମରେ ଚାଲୁଥିବା ବସ ଗୁଡିକ ଅରେଞ୍ଜ ରଙ୍ଗର ହୋଇଥିବାବେଳେ ଡିଟିସିର ସବୁ ବସ ଗୁଡିକ ଲାଲ ଏବଂ ସବୁଜ ରଙ୍ଗର ହୋଇଥାଏ ।
ମାତ୍ର ନୂଆ କ୍ଲଷ୍ଟର ବସ ଗୁଡିକର ରଙ୍ଗ ଭିନ୍ନ ହୋଇପାରେ । ଖବର ଅନୁସାରେ, ଚଳିତ ନଭେମ୍ବରରେ 50ଟି ଲୋ ଫ୍ଲାର ଏସି ସିଏନଜି ବସ ଗଡିବ ବୋଲି ଜଣାପଡିଛି । ତେବେ କୁହାଯାଉଛି ଯେ, କ୍ଲଷ୍ଟ ସ୍କିମରେ 100 ଟି ଲୋ ଫ୍ଲୋର ବସ ଆସିବାକୁ ଯାଉଛି । ଯେଉଁଥିରେ 50ଟି ଚଳିତ ମାସରେ ହିଁ ଆସିଯିବ । ଏସବୁ ବସ ଗୁଡିକ ଶୀତ ତାପ ନିୟନ୍ତ୍ରିତ ବସ ହେବ । ତେବେ ବର୍ତ୍ତମାନ କ୍ଲଷ୍ଟର ସ୍କିମରେ ଚାଲୁଥିବା ସବୁଯାକ ବସ ନନ ଏସି ।
ଏହାକୁ ଦୃଷ୍ଟିରେ ରଖି 650 ଲୋ ଫ୍ଲୋର ବସର ଟେଣ୍ଡର ମଧ୍ୟ ଦିଆଯାଇଛି । ଯେଉଁଥିରୁ 400 ବସ ଆସନ୍ତା କେଇ ମାସ ମଧ୍ୟେ ସଡକରେ ଗଡିବାକୁ ଆରମ୍ଭ କରିବ ବୋଲି ଜଣାପଡିଛି ।