ETV Bharat / bharat

ଟେଲିଗ୍ରାମରେ ନୂଆ ଫିଚର, ଆସୁଛି ସୁରକ୍ଷିତ ଭିଡିଓ କଲ - ଜୁମକୁ ଟେଲିଗ୍ରାମର ଟକ୍କର

ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ଟେଲିଗ୍ରାମରେ ଯୋଡି ହେବାକୁ ଯାଉଛି କିଛି ନୂଆ ଅପଡେଟ । ବର୍ତ୍ତମାନ ସମୟରେ ନିଆଁ ବେଗରେ ବ୍ୟାପିଥିବା ଗ୍ରୁପ କଲ୍‌ ଟ୍ରେଣ୍ଡକୁ ଏବେ ନିଜ ଫିଚର ଲିଷ୍ଟରେ ସାମିଲ କରିବାକୁ ଯାଉଛି ଟେଲିଗ୍ରାମ । ଅଧିକ ପଢ଼ନ୍ତୁ...

telegram, video calling on telegram, new feature to telegram, telegram challenges zoom, technology news, ଟେଲିଗ୍ରାମ, ଟେଲିଗ୍ରାମରେ ଭିଡିଓ କଲିଂ, ଟେଲିଗ୍ରାମରେ ନୂଆ ଫିଚର, ଜୁମକୁ ଟେଲିଗ୍ରାମର ଟକ୍କର, ଟେକ୍ନୋଲୋଜି ନ୍ୟୁଜ୍‌
ଟେଲିଗ୍ରାମରେ ନୂଆ ଫିଚର, ଆସୁଛି ସୁରକ୍ଷିତ ଭିଡିଓ କଲ
author img

By

Published : Apr 29, 2020, 12:23 AM IST

ହାଇଦ୍ରାବାଦ: ଇନଷ୍ଟାଣ୍ଟ ମେସେଜିଂ ଆପ୍‌ ଟେଲିଗ୍ରାମରେ ଯୋଡି ହେବାକୁ ଯାଉଛି କିଛି ନୂଆ ଅପଡେଟ । ବର୍ତ୍ତମାନ ସମୟରେ ନିଆଁ ବେଗରେ ବ୍ୟାପିଥିବା ଗ୍ରୁପ କଲ୍‌ ଟ୍ରେଣ୍ଡକୁ ଏବେ ନିଜ ଫିଚର ଲିଷ୍ଟରେ ସାମିଲ କରିବାକୁ ଯାଉଛି ଟେଲିଗ୍ରାମ । ଚଳିତବର୍ଷ ଶେଷ ସୁଦ୍ଧା ଏହି ଫିଚର ରୋଲ ଆଉଟ କରିବା ନେଇ ଘୋଷଣା କରିଛି କମ୍ପାନୀ ।

କମ୍ପାନୀର କହିବା ଅନୁଯାୟୀ 2013 ମସିହାରେ ମେସେଜିଂର ଯେପରି ଏକ କ୍ରେଜ ଓ ଟ୍ରେଣ୍ଡ ଆରମ୍ଭ ହୋଇଥିଲା, ଠିକ୍‌ ସେହିପରି 2020 ମସିହାରେ ଟ୍ରେଣ୍ଡ ପାଲଟିଛି ଭିଡିଓ କଲ । ଲକଡାଉନ ସମୟରେ ଏହାର ସର୍ବାଧିକ ଡିମାଣ୍ଡ ରହିଥିବା ବେଳେ ଏପରି ଅନେକ ଆପ ରହିଛି ଯିଏ ଗ୍ରୁପ ଭିଡିଓ କଲ ପାଇଁ ରୋଲ ଆଉଟ କରିଛି ଅନେକ ଫିଚର । ସେ ସୁରକ୍ଷିତ ହେଉ କିମ୍ବା ବ୍ୟବହାର ଯୋଗ୍ୟ । ଏହି ଦୁଇଟି ମଧ୍ୟରୁ ଯେକୌଣସି ଗୋଟିଏ ପାଳନ କରିବାରେ ସକ୍ଷମ ଏହି ସବୁ ଆପ୍ସ । ହେଲେ ଉଭୟ କ୍ଷେତ୍ରରେ ଆଜି ଯାଏଁ କୌଣସି ଆପ୍‌ ପାରଦର୍ଶିତା ଦେଖାଇପାରିନାହିଁ । ଯାହାକୁ ପୂରଣ କରିବ ଟେଲିଗ୍ରାମ ।

ବର୍ତ୍ତମାନ ସୁଦ୍ଧା ଟେଲିଗ୍ରାମ ଏହି ରୋଲ ଆଉଟ କିଛି ସ୍ପଷ୍ଟ ସୂଚନା ଦେଇ ନଥିଲେ ମଧ୍ୟ ଏହା ଜୁମକୁ ଏକ କଡା ଟକ୍କର ଦେବ ବୋଲି ସ୍ପଷ୍ଟ ଅନୁମେୟ । ଗୋଟିଏ ପଟେ ଜୁମ ବିଭିନ୍ନ ପ୍ରାଇଭେସି ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଟେଲିଗ୍ରାମ ଏହାର ସମାଧାନ ସହ ନୂଆ ଭିଡିଓ କଲିଂ ଫିଚର ରୋଲ ଆଉଟ କରିବା ନେଇ ଜଣା ପଡିଛି । ସେପଟେ ବିଶ୍ବରେ ନିଜର 400 ମିଲିୟନ ୟୁଜର୍ସ ଥିବା ଟେଲିଗ୍ରାମ ଦୃଢୋକ୍ତି ଦେଇଥିବା ବେଳେ ଦୈନିକ ପ୍ରାୟ 1.5 ଲକ୍ଷ ନୂଆ ୟୁଜର୍ସ ଟେଲିଗ୍ରାମରେ ସାଇନ ଅପ କରୁଥିବା ଜଣା ପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.