ETV Bharat / bharat

କୋରୋନା ଅପଡେଟ: ଗୋଟିଏ ଦିନରେ 75760 ସଂକ୍ରମିତ, 1023 ମୃତ - Ministry of Health

ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ ସଂଖ୍ୟା । ବର୍ତ୍ତମାନ ପରିସ୍ଥିତିରେ 33 ଲକ୍ଷ ପାର କରିଛି ଏହି ସଂଖ୍ୟା । ସୁସ୍ଥ ହୋଇଛନ୍ତି 25 ଲକ୍ଷ 23 ହଜାର 772 ଜଣ । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଗୋଟିଏ ଦିନରେ 75,760 ସଂକ୍ରମିତ, 1,023 ମୃତ

author img

By

Published : Aug 27, 2020, 10:19 AM IST

ନୂଆଦିଲ୍ଲୀ: ଦେଶରେ ଉପରମୁହାଁ କୋରୋନା ସଂକ୍ରମଣ ସଂଖ୍ୟା । ପ୍ରତ୍ୟେକ ଦିନ ବହୁ ପରିମାଣରେ ସଂକ୍ରମଣ ସଂଖ୍ୟା ରିପୋର୍ଟ ହେଉଛି । ଯାହାକୁ ନେଇ ବର୍ତ୍ତମାନ ପରିସ୍ଥିତିରେ 33 ଲକ୍ଷ ପାର କରିଛି ଏହି ସଂଖ୍ୟା । ତେବେ କିଛି ଦିନ ବ୍ୟବଧାନରେ ବୁଧବାର ପୁଣି ସର୍ବାଧିକ ସଂଖ୍ୟକ ପଜିଟିଭ ରିପୋର୍ଟ ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ସଦ୍ୟତମ ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 75 ହଜାର 760ଟି ପଜିଟିଭ ରିପୋର୍ଟ ହୋଇଥିବାବେଳେ, ଏଥିରେ 1 ହଜାର 23 ଜଣଙ୍କର ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା 33 ଲକ୍ଷ 10 ହଜାର 235 ରେ ପହଞ୍ଚିଛି ଏହି ସଂଖ୍ୟା ।

ସେହିପରି 25 ଲକ୍ଷ 23 ହଜାର 772 ଜଣ ସୁସ୍ଥ ହୋଇଥିବା ବେଳେ, 7 ଲକ୍ଷ 25 ହଜାର 991 ଜଣ ଚିକିତ୍ସାଧୀନ ଅଛନ୍ତି । ସେହିପରି ଏଥିରେ 60 ହଜାର 472 ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଦେଶର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ର ରହିଛି । ଏହାକୁ ମିଶାଇ 9 ଟି ରାଜ୍ୟରେ ଏବେ କୋରୋନା ସଂକ୍ରମଣ ସଂଖ୍ୟା ଲକ୍ଷାଧିକ ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.