ETV Bharat / bharat

ମୁଁ କେବେ ମୋଦିଙ୍କୁ ଦିଲ୍ଲୀରୁ ହଟାଇବା କଥା କହିନି: ମମତା ବାନାର୍ଜୀ - mamata banarjee on modi

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର କୋରୋନା ଭାଇରସ ଓ ଅମ୍ଫାନ ଝଡ ଭଳି ବିପର୍ଯ୍ୟୟରେ ମଧ୍ୟ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।

mamata banrjee
ମମତା ବାନାର୍ଜୀ
author img

By

Published : Jun 6, 2020, 2:04 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର କୋରୋନା ଭାଇରସ ଓ ଅମ୍ଫାନ ଝଡ ଭଳି ବିପର୍ଯ୍ୟୟରେ ମଧ୍ୟ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। ପରିବେଶ ଦିବସ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମମତା କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିଲ୍ଲୀରୁ ହଟାଇବା ବିଷୟରେ କଦାପି କହି ନାହିଁ, ବିପର୍ଯ୍ୟୟ ସମୟରେ ବିଜେପି ଆମକୁ କ୍ଷମତାରୁ ହଟାଇବାକୁ ଚେଷ୍ଟା କରୁଛି।

ବିଶ୍ବ ପରିବେଶ ଦିବସରେ ରି-ଗ୍ରୀନିଂ କୋଲ୍ କାର୍ଯ୍ୟକ୍ରମରେ ମମତା କହିଛନ୍ତି, ‘ଯେତେବେଳେ ଆମେ କୋରୋନା ଓ ଅମ୍ଫାନ ଭଳି ବିପର୍ଯ୍ୟୟ ମଧ୍ୟରେ ଜୀବନ ରକ୍ଷା କରୁଛୁ ସେତେବେଳେ ମୁଁ ବହୁତ ଖରାପ ଅନୁଭବ କରିଥିଲି। ଏଭଳି ପରିସ୍ଥିତିରେ କିଛି ରାଜନୈତିକ ଦଳ ଆମକୁ କ୍ଷମତାରୁ ହଟାଇବା କଥା କହୁଛନ୍ତି। ମୁଁ କଦାପି କହି ନାହିଁ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରୁ ହଟାଯାଉ’।

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ସରକାରଙ୍କୁ କୋରୋନା ସହିତ କାରବାର କରିବାରେ ଅବହେଳା କରିଥିବା ଅଭିଯୋଗ କରିଛନ୍ତି। ମମତା ଅମିତ ଶାହାଙ୍କୁ ଜବାବ ଦେଇ କହିଛନ୍ତି, ରାଜନୀତି କରିବା ପାଇଁ ଏହା ଠିକ୍ ସମୟ କି ? ଗତ ତିନି ମାସ ଧରି ସେମାନେ କେଉଁଠାରେ ଅଛନ୍ତି ? ଯେତେବେଳେ ଆମେ ତଳ ସ୍ତରରେ କାମ କରୁଥିଲୁ । ଉଭୟ କୋରୋନା ଓ ବିଜେପି ଷଡଯନ୍ତ୍ରରୁ ପଶ୍ଚିମବଙ୍ଗ ନିଶ୍ଚିତ ଭାବେ ଜିତିବ ବୋଲି ସେ କହିଛନ୍ତି।

ବିଜେପିକୁ ନେଇ ଖୋଳତାଡ କରି ମମତା ଆହୁରି ମଧ୍ୟ କହିଛନ୍ତି ଯେ ବିପର୍ଯ୍ୟୟ ସମୟରେ ମୁଁ ସମସ୍ତଙ୍କୁ ଅନୁରୋଧ କରିବି ଯେ ରାଜନୀତିରେ ଜଡିତ ହୁଅନ୍ତୁ ନାହିଁ । ମୁଁ ଦୁଃଖ ଅନୁଭବ କରୁଛି, ଯେତେବେଳେ ଆମେ ଲୋକଙ୍କୁ ବିପଦରୁ ରକ୍ଷା କରିବା ପାଇଁ କାର୍ଯ୍ୟ କରୁଛୁ, ସେହି ସମୟରେ ଏକ ଦଳ କ୍ରମାଗତ ଭାବରେ ପଶ୍ଚିମବଙ୍ଗରେ ସେମାନଙ୍କୁ କ୍ଷମତାରୁ ହଟାଇବା ପାଇଁ ପ୍ରଚାର କରୁଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.