ETV Bharat / bharat

ଦାର୍ଜିଲିଂ ଟି ନାଁରେ ଭାରତରେ ବିକ୍ରି ହେଉଛି ନେପାଳୀ ଚା’ - name of darjeeling tea

ଏବେ ନେପାଳୀ ଚା'କୁ ଦାର୍ଜିଲିଂ ଚା' କହି ବଜାରରେ ବିକ୍ରି କରାଯାଉଛି । ଏହି କାରଣରୁ ଦାର୍ଜିଲିଂ ଟି ବିକ୍ରି ଉପରେ ମଧ୍ୟ ପ୍ରଭାବ ପଡିଥିବା ଦେଖିବାକୁ ମିଳୁଛି ।

ପ୍ରତିକାତ୍ମକ ଫଟୋ
author img

By

Published : Oct 18, 2019, 4:59 PM IST

କୋଲକାତା: ଦାର୍ଜିଲିଂ ଟି ନାଁରେ ନେପାଳୀ ଚା’ । ଦିନକୁ ଦିନ ଘରୋଇ ବଜାରରେ ବଢିବାରେ ଲାଗିଛି ନେପାଳୀ ଚା'ର ଦବଦବା । ଏବେ ନେପାଳୀ ଚା' କୁ ଦାର୍ଜିଲିଂ ଚା' କହି ବଜାରରେ ବିକ୍ରି କରାଯାଉଛି । ଏହି କାରଣରୁ ଦାର୍ଜିଲିଂ ଟି ବିକ୍ରି ଉପରେ ମଧ୍ୟ ପ୍ରଭାବ ପଡିଥିବା ଦେଖିବାକୁ ମିଳୁଛି । ଆଉ ଏଥିଯୋଗୁଁ ଚଳିତବର୍ଷ ଜାନୁଆରୀରୁ ସେପ୍ଟମ୍ବର ମଧ୍ୟରେ ଦାର୍ଜିଲିଂ ଚା'ର ଅସଲ ମୂଲ୍ୟ ଗତବର୍ଷ ତୁଳନାରେ 27 ପ୍ରତିଶତ କମିଛି ।

ଏହି କାରଣରୁ ଦାର୍ଜିଲିଂ ଟି'ର ମୋଟ ବିକ୍ରି 50 ପ୍ରତିଶତରୁ ମଧ୍ୟ କମ ରହିଛି । ଚଳିତବର୍ଷ ଅକ୍ଟୋବରରେ ଏହି ଟିର ମୂଲ୍ୟ କିଲୋ ପିଛା 356.19 ଟଙ୍କା ଥିବାବେଳେ ଗତବର୍ଷ ଏହା କିଲୋ ପିଛା 486.21ରହିଥିଲା ।

ସୂଚନା ଅନୁସାରେ, ଦାର୍ଜିଲିଂର 87 ଟି ଚା' ବଗିଚାରେ ପ୍ରତିବର୍ଷ 80-85 କିଲୋ ଚା’ ଉତ୍ପାଦନ କରାଯାଏ । ମାତ୍ର 2017 ମସିହାରେ ଦାର୍ଜିଲିଂରେ ଗୋରଖା ଜନମୁକ୍ତି ମୋର୍ଚ୍ଚାର ଆନ୍ଦୋଳନ ଯୋଗୁଁ ଏହା ଦୀର୍ଘ 4 ମାସ ଧରି ଧରି ବନ୍ଦ ରହିବା କାରଣରୁ ଚା’ ଉତ୍ପାଦନ ହୋଇ ପାରିନଥିଲା । ଆଉ ଏହି କାରଣରୁ ଚା' ର ଗୁଣବତ୍ତା ଉପରେ ମଧ୍ୟ ପ୍ରଭାବ ପଡିଛି ।

ଯାହାର ପ୍ରଭାବ ଏଯାଁଏ ବି ଦେଖିବାକୁ ମିଳୁଥିବା ଦାର୍ଜିଲିଂ ଟି ଆସୋସିଏସନ(DTA)ର ସଚିବ କୌଶିକ ବସୁ ସୂଚନା ଦେବା ସହ ଆସନ୍ତାବର୍ଷ ସୁଦ୍ଧା ଚା’ ମାନରେ ଉନ୍ନତି ଆସିବ ବୋଲି କହିଛନ୍ତି ।

ଅନ୍ୟପଟେ ନେପାଳ ସହ ଭାରତର ଫ୍ରି-ଟ୍ରେଡ ଚୁକ୍ତିନାମା ହୋଇଥିବାରୁ ନେପାଳୀ ଚା’ ଉପରେ ରୋକ ଲଗାଇବା ସମ୍ଭବ ନୁହେଁ । ଏହାସହ ନେପାଳୀ ଓ ଦାର୍ଜିଲିଂ ଚା ଏକାଭଳି ହୋଇଥିବାବୁ ଏହାକୁ ଚିହ୍ନିବାରେ ଗ୍ରାହକଙ୍କୁ ଆଧିକ ସମସ୍ୟା ହେଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.