ETV Bharat / bharat

ନେପାଳକୁ ଡବଲ୍ ଭୂକମ୍ପ ଝଟକା, ତୀବ୍ରତା 5.4 ଓ 6.0 ରେକର୍ଡ - ଦୁଇ ଥର ଭୂକମ୍ପରେ ଥରିଲା ନେପାଳ

ଦୁଇ ଥର ଭୂକମ୍ପରେ ଥରିଲା ନେପାଳ। ରିକ୍ଟର ସ୍କେଲରେ ତୀବ୍ରତା 5.4 ଓ 6.0 ରେକର୍ଡ କରାଯାଇଛି। ଏଭଳି ଏକ ତୀବ୍ର ଝଟକା ବୁଧବାର ସକାଳେ ଅନୁଭୂତ ହୋଇଛି। କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ନାହିଁ।

ନେପାଳକୁ ଡବଲ୍ ଭୂକମ୍ପ ଝଟକା, ତୀବ୍ରତା 5.4 ଓ 6.0 ରେକର୍ଡ

author img

By

Published : Sep 16, 2020, 7:40 AM IST

କାଠମାଣ୍ଡୁ: ଦୁଇ ଥର ଭୂକମ୍ପରେ ଥରିଲା ନେପାଳ। ରିକ୍ଟର ସ୍କେଲରେ ତୀବ୍ରତା 5.4 ଓ 6.0 ରେକର୍ଡ କରାଯାଇଛି। ଏଭଳି ଏକ ତୀବ୍ର ଝଟକା ବୁଧବାର ସକାଳେ ଅନୁଭୂତ ହୋଇଛି। ପ୍ରଥମ ଭୂକମ୍ପଟି ନେପାଳର କାଠମାଣ୍ଡୁରେ ଅନୁଭୂତ ହୋଇଥିବା ବେଳେ ଦ୍ବିତୀୟଟି ସିନ୍ଧୁପାଲଚୋକ ଜିଲ୍ଲାର ରାମଚେରେ ଏହାର କେନ୍ଦ୍ର ରେକର୍ଡ କରାଯାଇଛି। ଯାହାକି 2015 ମସିହାରେ ବନ୍ୟା, ଭୂସ୍ଖଳନ ଏବଂ ଭୂକମ୍ପରେ କ୍ଷତି ସହିଛି।

ଦେଶର ପୂର୍ବ ଭାଗରେ ମଧ୍ୟ କମ୍ପନ ଅନୁଭୂତ ହୋଇଥିଲା। ଏହା 2015 ମସିହାର ଭୂକମ୍ପ ପ୍ରବଣ ସ୍ଥାନ ବୋଲି ଏନଏସସି ଲୋକ ବିଜୟୀ ଆଡିକାରୀଙ୍କ ମୁଖ୍ୟ ଭୂକମ୍ପ ବିଶେଷଜ୍ଞ ଫୋନରେ କହିଛନ୍ତି। ଭୂକମ୍ପର କେନ୍ଦ୍ରସ୍ଥଳରୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ସୂଚନା ମିଳିନାହିଁ।

''କୌଣସି ଦୁର୍ଘଟଣା ଘଟିଛି ନା କାହାର ସାହାଯ୍ୟ ଦରକାର ତାହା ନିଶ୍ଚିତ କରିବାକୁ ଆମେ ଜିଲ୍ଲା ଭିତରେ ଥିବା ସମସ୍ତ ୱାର୍ଡ ସହ ଯୋଗାଯୋଗ କରିସାରିଛୁ। ଏନେଇ ଅବସ୍ଥାପିତ ପୋଲିସ ଅଧୀକ୍ଷକ ରାଜନ ଆଦିକାରୀ ଟେଲିଫୋନିକ୍ ବାର୍ତ୍ତାଳାପରେ ଗଣମାଧ୍ୟମକୁ କହିଛନ୍ତି।

2015 ରେ, ହିମାଳୟ ରାଷ୍ଟ୍ରରେ 7.9 ତୀବ୍ରତାର ଭୂକମ୍ପରେ 10,000 ଲୋକ ପ୍ରାଣ ହରାଇଥିଲେ। ଭୂକମ୍ପର ଅନ୍ୟତମ କେନ୍ଦ୍ର ସିନ୍ଧୁପାଲଚୋକ ସର୍ବାଧିକ କ୍ଷତି ସହିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.