ETV Bharat / bharat

ମାନଚିତ୍ର ବିବାଦ: ନେପାଳର ଉଚ୍ଚ ସଦନରେ ସଂଶୋଧିତ ବିଲ୍ ପାସ - ନେପାଳର ଉଚ୍ଚ ସଦନରେ ସଂଶୋଧିତ ବିଲ୍ ପାସ

ନେପାଳ ସଂସଦର ଉଚ୍ଚ ସଦନ ଗୁରୁବାର ସର୍ବସମ୍ମତିରେ ନୂଆ ମାନଚିତ୍ର ସଂଶୋଧନ ବିଧେୟକଙ୍କୁ ପାରିତ କରିଛି । ପ୍ରସ୍ତାବର ସମର୍ଥନରେ 57 ଟି ଭୋଟ ମିଳିଥିବା ବେଳେ ଏହା ବିରୋଧରେ ଗୋଟେ ବି ଭୋଟ ମିଳିନି ।

 ନେପାଳର ଉଚ୍ଚ ସଦନରେ ସଂଶୋଧିତ ବିଲ୍ ପାସ
ନେପାଳର ଉଚ୍ଚ ସଦନରେ ସଂଶୋଧିତ ବିଲ୍ ପାସ
author img

By

Published : Jun 18, 2020, 4:35 PM IST

କାଠମାଣ୍ଡୁ: ନେପାଳ ସଂସଦର ଉଚ୍ଚ ସଦନ ଗୁରୁବାର ସର୍ବସମ୍ମତିରେ ନୂଆ ମାନଚିତ୍ର ସଂଶୋଧନ ବିଧେୟକଙ୍କୁ ପାରିତ କରିଛି । ପ୍ରସ୍ତାବର ସମର୍ଥନରେ 57 ଟି ଭୋଟ ମିଳିଥିବା ବେଳେ ଏହା ବିରୋଧରେ ଗୋଟେ ବି ଭୋଟ ମିଳିନି । ପ୍ରକାଶଥାଉକି, ଏହି ପ୍ରସ୍ତାବ ଉପରେ ଭାରତ-ନେପାଳ ମଧ୍ୟରେ ନକ୍ସା ବିବାଦ ସାମ୍ନାକୁ ଆସିଛି ।

ନିକଟରେ ନେପାଳର ଲୋକସଭା ବାଚସ୍ପତି ରାଜନୈତିକ ପ୍ରଶାସନିକ ମାନଚିତ୍ର ସହ ଜଡିତ ଏକ ବିଲ୍ ଅନୁମୋଦନ କରିଛନ୍ତି। ଭାରତୀୟ ଜମିର କିଛି ଅଂଶ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ଅନ୍ୟପକ୍ଷେ ଭାରତ ଏଥିରେ ତୀବ୍ର ପ୍ରତିକ୍ରିୟା ରଖିଛି। ନେପାଳ ପକ୍ଷରୁ ପାରିତ ହୋଇଥିବା ସଂଶୋଧିତ ମାନଚିତ୍ରରେ ଭାରତର କାଲାପାନି ଓ ଲିମ୍ପିୟାଧୁରା ଅଞ୍ଚଳରେ ରହିଛି। ଭାରତୀୟ ମାନଚିତ୍ରରେ ଏହି ସମସ୍ତ ଅଂଶ ଉତ୍ତରାଖଣ୍ଡରେ ପଡେ । ତେବେ ଏହି ସମସ୍ତ କ୍ଷେତ୍ର କୂଟନୈତିକ ଭାବେ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ।

ନେପାଳର ପ୍ରତିନିଧୀ ସଭା ସର୍ବସମ୍ମତି କ୍ରମେ 13 ଜୁନରେ ମାନଚିତ୍ର ସହ ଜଡିତ ସମ୍ବିଧାନ ସଂଶୋଧନ ବିଲ୍ ଅନୁମୋଦନ କରିଥିଲା। ସଂସଦରେ ଆଲୋଚନା ସମୟରେ ପ୍ରାୟ ସମସ୍ତ ଦଳ ଏଥିରେ ସହମତ ହୋଇଥିଲେ। ନେପାଳର ଆଇନ ମନ୍ତ୍ରୀ ଶିବମୟା ତୁମ୍ବାହମ୍ପେଙ୍କ ଦ୍ବାରା ଏହି ବିଲ୍ ଆଗତ କରାଯାଇଥିଲା । ଏହା ମାଧ୍ୟମରେ ଜାତୀୟ ପ୍ରତିକ ମାନଚିତ୍ରରେ ମଧ୍ୟ ସଂଶୋଧନ କରାଯାଇଛି ।

ଭାରତ-ନେପାଳ ସୀମାରେ ଲିପୁଲେଖ ଓ କାଲାପାନିକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଉତ୍ତରାଖଣ୍ଡର ପିଥୌରାଗଡ ଜିଲ୍ଲାର ଧରଚୁଲା ଠାରୁ ଲିପୁଲେଖ ପର୍ଯ୍ୟନ୍ତ ଭାରତ 80 କିଲୋମିଟର ରାସ୍ତା ନିର୍ମାଣ କରିଛି । ଏହାପରେ ନେପାଳ-ଭାରତ ମଧ୍ୟରେ ବିବାଦ ଗମ୍ଭୀର ରୂପ ନେଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.