ETV Bharat / bharat

ସେପ୍ଟେମ୍ବର 21ରୁ ନେପାଳର ଘରୋଇ ବିମାନ ସେବା ଆରମ୍ଭ

author img

By

Published : Sep 15, 2020, 7:51 AM IST

ସେପ୍ଟେମ୍ବର 21 ରୁ ନେପାଳ ଉଭୟ ଘରୋଇ ବିମାନ ଏବଂ ଆନ୍ତଃ ଜିଲ୍ଲା ଯାନବାହାନ ଚଳାଚଳ ଆରମ୍ଭ କରିବ। ଏନେଇ ସଂସ୍କୃତି, ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଯୋଗେଶ ଭଟ୍ଟରାଇ କହିଛନ୍ତି।

ସେପ୍ଟେମ୍ବର 21ରୁ ନେପାଳର ଘରୋଇ ବିମାନ ସେବା ଆରମ୍ଭ
ସେପ୍ଟେମ୍ବର 21ରୁ ନେପାଳର ଘରୋଇ ବିମାନ ସେବା ଆରମ୍ଭ

କାଠମାଣ୍ଡୁ: ସେପ୍ଟେମ୍ବର 21ରୁ ନେପାଳ ଉଭୟ ଘରୋଇ ବିମାନ ଏବଂ ଆନ୍ତଃ ଜିଲ୍ଲା ଯାନବାହାନ ଚଳାଚଳ ଆରମ୍ଭ କରିବ। ଏନେଇ ସଂସ୍କୃତି, ପର୍ଯ୍ୟଟନ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଯୋଗେଶ ଭଟ୍ଟରାଇ କହିଛନ୍ତି।

ଗଣମାଧ୍ୟମ ସହିତ ଟେଲିଫୋନିକ୍ ବାର୍ତ୍ତାଳାପରେ ଭଟ୍ଟରାଇ ନିଶ୍ଚିତ କରିଛନ୍ତି ଯେ, ମନ୍ତ୍ରୀ ପରିଷଦ ସୋମବାର ଏକ ବୈଠକ କରିଥିଲା। ଯେଉଁଥିରେ ସେମାନେ ସେପ୍ଟେମ୍ବର 21 ରୁ ଘରୋଇ ବିମାନ ଏବଂ ଆନ୍ତଃ ଜିଲ୍ଲା ଯାନବାହାନ ଚଳାଚଳ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଘରୋଇ କ୍ଷେତ୍ରର ଅନୁରୋଧ ତଥା ଜନସାଧାରଣଙ୍କ ଚାହିଦାକୁ ଅଣଦେଖା କରି ମହାମାରୀ ଯୋଗୁଁ ସରକାର ଘରୋଇ ବିମାନ ଚଳାଚଳ ସ୍ଥଗିତ ରଖିବାକୁ ଅକ୍ଟୋବର 1 ପର୍ଯ୍ୟନ୍ତ ବୃଦ୍ଧି କରିବାର ସମ୍ଭାବନା ରହିଛି ବୋଲି ହିମାଳୟ ଟାଇମ୍ସ ରିପୋର୍ଟ କରିଥିଲା।

ଏହି ସମୟରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର 1,170 ନୂତନ କୋରୋନାଭାଇରସ୍ ମାମଲା ରିପୋର୍ଟ କରିଛି। ଯାହା ସଂକ୍ରମଣ ହାରକୁ 55,329 କୁ ନେଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.