ETV Bharat / bharat

ଭାରତ ବିରୋଧରେ ଷଡଯନ୍ତ୍ର ! ଭାରତ-ନେପାଳ ସୀମାରେ ଦିଶିଲା ନୂଆ ଶିବିର - ଭାରତ-ନେପାଳ ସୀମା

ନେପାଳ ପୋଲିସ ଏବଂ ସଶସ୍ତ୍ର ବାହିନୀର ପୁରୁଣା ଅସ୍ତ୍ରଶସ୍ତ୍ରକୁ ବଦଳାଇ ସେମାନଙ୍କୁ ଚୀନର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଦିଆଯାଇଛି

ଭାରତ-ନେପାଳ ସୀମାରେ ଦିଶିଲା ନୂଆ ଶିବିର
ଭାରତ-ନେପାଳ ସୀମାରେ ଦିଶିଲା ନୂଆ ଶିବିର
author img

By

Published : Jun 29, 2020, 2:03 PM IST

ନୂଆଦିଲ୍ଲୀ : ଭାରତ-ନେପାଳ ମଧ୍ୟରେ ଦୀର୍ଘ ଦିନରୁ ସୀମା ବିବାଦ ଜାରି ରହିଛି । ଇତି ମଧ୍ୟରେ ଭାରତ-ନେପାଳ ସୀମା ନିକଟସ୍ଥ ଭାଲମିକିନଗର ଗାନ୍ଧକରାଜ ନିକଟରେ ଦୁଇଟି ନୂଆ ଶିବିର ଦେଖିବାକୁ ମିଳିଛି । ତେବେ ନେପାଳ ଆଗାମି ସପ୍ତାହଠାରୁ ଗଣ୍ଡାକ ବ୍ୟାରେଜରେ ସେନା ବଳରେ ସଶସ୍ତ୍ର ପୋଲିସ ଫୋର୍ସ (ଏପିଏଫ)କୁ ନିୟୋଜିତ କରିବ ବୋଲି ସୂତ୍ରରୁ ପ୍ରକାଶ ପାଇଛି ।

ଗୋପନୀୟତା ସର୍ତ୍ତରେ ନେପାଳରୁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି, ପୋଲିସ ଏବଂ ସଶସ୍ତ୍ର ବାହିନୀର ପୁରୁଣା ଅସ୍ତ୍ରଶସ୍ତ୍ରକୁ ବଦଳାଇ ସେମାନଙ୍କୁ ଚୀନର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଦିଆଯାଇଛି ।

ବର୍ତ୍ତମାନ ଉଭୟ ପାର୍ଶ୍ୱରେ ଲଗାଯାଇଥିବା ଲକଡାଉନ୍ ପଦକ୍ଷେପ ଯୋଗୁଁ ଭାରତ-ନେପାଳ ସୀମାକୁ ସିଲ୍ କରାଯାଇଛି । ସମସ୍ତ ପ୍ରକାର ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ ଏହି ସମୟରେ ନେପାଳ ସନୌଲି ଏବଂ ମହେଶପୁର (ଥୁଥିବରୀ) ସୀମା ନିକଟରେ 12ଟି ତମ୍ବୁ ନିର୍ମାଣ କରିଥିଲା ​​ଯେଉଁଥିରେ ବିଦେଶୀ ଭାଷାରେ କିଛି ସଙ୍କେତ ଉଲ୍ଲେଖ କରାଯାଇଥିଲା ।

ଏହାପୂର୍ବରୁ ନେପାଳ ସୈନ୍ୟସ୍ତରୀୟ ଆଲୋଚନା ପରେ ଭାରତ ସୀମାରେ ଥିବା ପାଣ୍ଟୋଲା ଗ୍ରାମରେ ନିର୍ମିତ ଅସ୍ଥାୟୀ କ୍ୟାମ୍ପ ଏବଂ ୱାଚ୍ ଟାୱାରକୁ ହଟାଇ ଦେଇଥିଲା । ଭାରତୀୟ ଅଞ୍ଚଳରେ କୋରୋନା ପାଇଁ ଲଗାଯାଇଥିବା ଲକଡାଉନ ମଧ୍ୟରେ ସରିସାୱା ନଦୀର ଅପର ପାର୍ଶ୍ୱରେ ଏହି ସଂରଚନା ସ୍ଥାପିତ ହୋଇଥିଲା ଯାହା ଏକ ବିବାଦ ସୃଷ୍ଟି କରିଥିଲା।

ତେବେ ଜମି ବିବାକୁ ନେଇ ଉଭୟ ଦେଶ ମଧ୍ୟରେ ଦୀର୍ଘ ଦିନରୁ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଛି । ଯାହା ନିକଟ ଗ୍ରାମରେ ରହୁଥିବା ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.