ଲକ୍ଷ୍ନୌ: ଭାରତ ବିରୋଧୀ ହରକତରୁ ପଛାଉନି ନେପାଳ । ପ୍ରଥମେ ଉତ୍ତରାଖଣ୍ଡରେ କିଛି ଅଞ୍ଚଳକୁ ନିଜର ଦେଖାଇବା ସହ ଏବେ ଉତ୍ତରପ୍ରଦେଶ ସୀମାରେ ରାସ୍ତା ନିର୍ମାଣ ଆରମ୍ଭ କରିଛି । ଯାହା ଉତ୍ତରପ୍ରଦେଶ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ବନ୍ଦ ହୋଇଛି ।
ଉତ୍ତରପ୍ରଦେଶର ପିଲିଭିଟ୍ ଜିଲ୍ଲା(ଯାହାକି ନେପାଳ ସୀମାରେ ରହିଛି)ର ଏକ ଜନଶୂନ୍ୟ ଅଞ୍ଚଳରେ ନେପାଳ ରାସ୍ତା କାମ କରୁଥିବା ଦେଖିବାକୁ ମିଳିଥିଲା । ଯାହାର ସୂଚନା ପାଇବା ପରେ ଜିଲ୍ଲାପାଳ ଓ ଏସପି ଘଟଣାସ୍ଥଳରେ ପହଞ୍ଚି କାମ ବନ୍ଦ କରିଛନ୍ତି ।
ସୂଚନାଥାଉକି, କିଛିଦିନ ପୂର୍ବେ ନେପାଳ ତାର ନୂତନ ମାନଚିତ୍ରରେ ଭାରତର ଲିପୁଲେଖ, କାଲାପାନି ଓ ଲିମ୍ପିୟାଧୁରାକୁ ନିଜର ବୋଲି ବର୍ଣ୍ଣନା କରିଛି । ଯେଉଁଥିଲାଗି ବିବାଦ ଦେଖାଦେଇଛି ।