ETV Bharat / bharat

ଭାରତ-ଚୀନ ସୀମା ବିବାଦ: ନେପାଳରେ ଚୀନ ବିରୋଧରେ ପ୍ରଦର୍ଶନ - india china war latest news

ନେପାଳର ରାଜଧାନୀ କାଠମାଣ୍ଡୁ ସ୍ଥିତ ଚୀନ ଦୂତାବାସ ସମ୍ମୁଖରେ ଗୁରୁବାର ପ୍ରଦର୍ଶନ କରିଛନ୍ତି ନେପାଳର ମାନବଅଧିକାର କାର୍ଯ୍ୟକର୍ତ୍ତା ।

ଭାରତ-ଚୀନ ସୀମା ବିବାଦ
ଭାରତ-ଚୀନ ସୀମା ବିବାଦ
author img

By

Published : Jun 18, 2020, 3:08 PM IST

କାଠମାଣ୍ଡୁ: ଭାରତ-ଚୀନ ସୀମାରେ ଭାରତୀୟ ଯବାନ ଶହୀଦ ହେବାପରେ ଏବେ ଉଭୟ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି । ଏହି ଘଟଣା ପରେ ଅନେକ ଦେଶ ଭାରତକୁ ସମର୍ଥନ କରିଛନ୍ତି ଏବଂ ଘଟଣା ପାଇଁ ଚୀନକୁ ଦୋଷ ଦେଉଛନ୍ତି । ଏହି କ୍ରମରେ ନେପାଳ ଏହି ଘଟଣାରେ ଭାରତକୁ ସମର୍ଥନ ଦେଇଛି ।

ନେପାଳର ରାଜଧାନୀ କାଠମାଣ୍ଡୁ ସ୍ଥିତ ଚୀନ ଦୂତାବାସ ସମ୍ମୁଖରେ ଗୁରୁବାର ପ୍ରଦର୍ଶନ କରିଛନ୍ତି ନେପାଳର ମାନବଅଧିକାର କାର୍ଯ୍ୟକର୍ତ୍ତା । ସେମାନେ ସୀମାରେ ଶାନ୍ତି ବଜାୟ ରଖିବାକୁ ଚୀନ ନିକଟରେ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ସୋମବାର ପୂର୍ବ ଲଦାଖରେ ଭାରତ-ଚୀନ ସୀମାରେ ନିୟୋଜିତ ଭାରତୀୟ ଏବଂ ଚୀନ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଏଥିରେ ଭାରତର 20 ଜଣ ଯବାନ ଶହୀଦ ହୋଇଥିଲେ । ଘଟଣାପରେ ବୁଧବାର ଭାରତର ସମସ୍ତ ରାଜ୍ୟରେ ଚୀନ ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଉତ୍ତେଜିତ ଲୋକ ଚୀନରୁ ଆମଦାନୀ ହେଉଥିବା ଜିନିଷକୁ ପୋଡାଜଳା କରିଥିଲେ ଏବଂ ଏହାକୁ ବର୍ଜନ କରିବାକୁ ନାରା ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.