ETV Bharat / bharat

ସଙ୍କଟରେ ଓଲିଙ୍କ ସିଂହାସନ: ନେପାଳ ବଜେଟ ଅଧିବେଶନ ସ୍ଥଗିତ

author img

By

Published : Jul 2, 2020, 1:16 PM IST

ଗୋଟେପଟେ ଭାରତ-ଚୀନ ସୀମାକୁ ନେଇ ବିବାଦ ତ ଅନ୍ୟପଟେ ନେପାଳ ସହ ଜମି ସଙ୍କଟ । ନେପାଳ ନୂତନ ମାନଚିତ୍ର ପ୍ରକାଶ କରିବା ଦିନଠାରୁ ଉଭୟ ଦେଶରେ ବିବାଦ ଆହୁରି ଗଭୀର ହୋଇଛି। ନେପାଳର ଆଭ୍ୟନ୍ତରୀଣ ରାଜନୀତିରେ ମଧ୍ୟ ଏହା ପ୍ରଭାବ ପକାଉଛି ।

ନେପାଳ ବଜେଟ ଅଧିବେଶନ
ନେପାଳ ବଜେଟ ଅଧିବେଶନ

କାଠମାଣ୍ଡୁ: ଗୋଟେପଟେ ଭାରତ-ଚୀନ ସୀମାକୁ ନେଇ ବିବାଦ ତ ଅନ୍ୟପଟେ ନେପାଳ ସହ ଜମି ସଙ୍କଟ । ନେପାଳ ନୂତନ ମାନଚିତ୍ର ପ୍ରକାଶ କରିବା ଦିନଠାରୁ ଉଭୟ ଦେଶରେ ବିବାଦ ଆହୁରି ଗଭୀର ହୋଇଛି। ନେପାଳର ଆଭ୍ୟନ୍ତରୀଣ ରାଜନୀତିରେ ମଧ୍ୟ ଏହା ପ୍ରଭାବ ପକାଉଛି । ସଙ୍କଟରେ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ଆସନ ।

ଗୁରୁବାର ସକାଳେ ପ୍ରଧାନମନ୍ତ୍ରୀ ଓଲି ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କୁ ଭେଟିଥିଲେ। ବୈଠକ ପରେ ସେ କ୍ୟାବିନେଟ ବୈଠକ ଡାକିଛନ୍ତି। ତେବେ ବୈଠକରେ ପ୍ରଥମେ ନିଜେ ଉପସ୍ଥିତ ନଥିଲେ ଓଲି । ପ୍ରଧାନମନ୍ତ୍ରୀ ଆଜି(ଗୁରୁବାର) ସକାଳ 11 ଟାରେ କ୍ୟାବିନେଟ ବୈଠକ ଡାକିଥିଲେ । ବୈଠକ ବାଲୁୱାଟରରେ ଥିବା ଓଲିଙ୍କ ସରକାରୀ ବାସଭବନରେ ଡକାଯାଇଛି । ଅନ୍ୟପକ୍ଷେ ନେପାଳ ସଂସଦରେ ଚାଲିଥିବା ବଜେଟ ଅଧିବେଶନକୁ ସ୍ଥଗିତ ରଖିବାକୁ ନେପାଳ ସରକାର ନିଷ୍ପତ୍ତି ନେଇଛନ୍ତି ।

ଗତ କିଛି ଦିନ ହେବ ତାଙ୍କ ଇସ୍ତଫା ଦାବି କରୁଛନ୍ତି ଖୋଦ ଶାସକ ଦଳର ନେତା । ତେବେ ଓଲିଙ୍କ ନିଷ୍ପତ୍ତିକୁ ନେଇ କୌଣସି ମନ୍ତ୍ରୀଙ୍କ ପାଖରେ ସୂଚନା ନାହିଁ । ଭାରତ ସହ ବିବାଦ ମଧ୍ୟରେ ଓଲିଙ୍କୁ କେବଳ ପ୍ରଧାନମନ୍ତ୍ରୀ ପଦ ନୁହେଁ ପାର୍ଟି ଅଧ୍ୟକ୍ଷ ପଦରୁ ମଧ୍ୟ ଇସ୍ତଫା ଦାବି କରାଯାଉଛି ।

ସେ ବର୍ତ୍ତମାନ ନେପାଳ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ଓ ପ୍ରଧାନମନ୍ତ୍ରୀ ହେବା ସହିତ ସେ ଦଳର ପ୍ରମୁଖ ନିଷ୍ପତ୍ତି ମଧ୍ୟ ନେଉଛନ୍ତି। ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡଙ୍କ ନେତୃତ୍ବରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଛି । ବୁଧବାର ଓଲି ନିଜ ନିକଟବର୍ତ୍ତୀ ମନ୍ତ୍ରୀ ଓ ପାର୍ଟି ନେତାଙ୍କ ସହ ବୈଠକ କରିଥିଲେ ।

ପ୍ରକାଶଥାଉକି, ନୂତନ କାର୍ଯ୍ୟକାଳ ଆରମ୍ଭରେ ନେପାଳର 2 କମ୍ୟୁନିଷ୍ଟ ଦଳ ଏକତ୍ରିତ ହୋଇ ସରକାର ଗଠନ କରିଥିଲେ । ଏହି ବିବାଦ ଉପୁଜିବା ପରେ ଭାରତକୁ ଦାୟୀ କରିଥିଲେ ଓଲି । ସେ କହିଥିଲେ, ତାଙ୍କ ସିଂହାସନରେ ସଙ୍କଟ ପଛରେ ଭାରତର ହାତ ଅଛି । ଯଦିଓ ସେ କୌଣସି ପ୍ରମାଣ ଦେଇପାରିନାହାଁନ୍ତି ବରଂ ଭାରତକୁ ଦୋଷ ଦେବା ପୂର୍ବରୁ ସେ ଚିନ୍ତା କରିବା ଉଚିତ୍ ବୋଲି ପ୍ରଚଣ୍ଡ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.