ETV Bharat / bharat

ମାନସିକ ଭାରସାମ୍ୟ ହରାଇ ବସିଲେଣି ପ୍ରଧାନମନ୍ତ୍ରୀ ଓଲି: କଂଗ୍ରେସ ନେତା - abhishek-manu-singhvi

ଓଲିଙ୍କ ଉପରେ ଖପ୍ପା କଂଗ୍ରେସ ନେତା ଅଭିଷେକ ମନୁ ସିଂ ଭି। ମଙ୍ଗଳବାର ସେ ଟାର୍ଗେଟ କରିବା ସହ କହିଛନ୍ତି ମାନସିକ ଭାରସାମ୍ୟ ହରାଇ ବସିଲେଣି ନେପାଳ ପ୍ରଧାନମନ୍ତ୍ରୀ। ପ୍ରଭୁ ରାମଙ୍କ ଉପରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ନେପାଳରେ ଏବଂ ପ୍ରଭୁ ରାମ ନେପାଳୀ।

ମାନସିକ ଭାରସାମ୍ୟ ହରାଇ ବସିଲେଣି ନେପାଳ ପ୍ରଧାନମନ୍ତ୍ରୀ ଓଲି: କଂଗ୍ରେସ ନେତା

author img

By

Published : Jul 14, 2020, 2:18 PM IST

ନୂଆଦିଲ୍ଲୀ: ଓଲିଙ୍କ ଉପରେ ଖପ୍ପା କଂଗ୍ରେସ ନେତା ଅଭିଷେକ ମନୁ ସିଂ ଭି। ମଙ୍ଗଳବାର ସେ ଟାର୍ଗେଟ କରିବା ସହ କହିଛନ୍ତି ମାନସିକ ଭାରସାମ୍ୟ ହରାଇ ବସିଲେଣି ନେପାଳ ପ୍ରଧାନମନ୍ତ୍ରୀ। ନଚେତ୍ ସେ ପାରା ଓ କୁକୁରଙ୍କୁ ଶିକ୍ଷା ଦିଆଯିବା ଭଳି ଚୀନର ବୁଦ୍ଧିରେ ପରିଚାଳିତ ହେଉଛନ୍ତି। ଯାହା ସେପଟୁ ନିର୍ଦ୍ଦେଶ ଆସୁଛି ଓଲି ତାହାକୁ କାର୍ଯ୍ୟକାରୀ କରୁଛନ୍ତି।

ତେବେ ଓଲିଙ୍କ ଗାଦି ଟଳମଳ ହେବା ଦିନଠୁ ସେ ବାରଚାଉଳିଆ ହେଉଛନ୍ତି। ବିଭିନ୍ନ ସମୟରେ ବିଭ୍ରାନ୍ତିକର ମତ ଦେବା ସହ ସମାଲୋଚନାର ଶିକାର ହେଉଛନ୍ତି। ପ୍ରଭୁ ରାମଙ୍କ ଉପରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ନେପାଳରେ ଅବସ୍ଥିତ ଏବଂ ପ୍ରଭୁ ରାମ ନେପାଳୀ।

ଅଭିଷେକଙ୍କ କହିବା ଅନୁସାରେ, ପ୍ରଥମେ ନେପାଳ ଦ୍ବାରା ଦାବି ହୋଇନଥିବା ଅଞ୍ଚଳଗୁଡିକ ସେ ଦାବି କରିଥିଲେ। ବର୍ତ୍ତମାନ ସେ ରାମ , ସୀତା , ଅଯୋଧ୍ୟା ଏବଂ ରାମରାଜ୍ୟ କିଛି ମାଇଲ ଦୂରରେ ନେପାଳ ଭିତରେ ଅବସ୍ଥିତ ବୋଲି ”ସେ ଟ୍ୱିଟ୍ କରି କହିଛନ୍ତି।

ଗତକାଲି ନେପାଳ ପ୍ରଧାନମନ୍ତ୍ରୀ ମଧ୍ୟ ଏକ ନକଲି ଅଯୋଧ୍ୟା ସୃଷ୍ଟି କରି ଭାରତର ସଂସ୍କୃତିକୁ କୁଠାରଘାତ କରିଥିଲେ। ବାଲ୍ମିକି ଆଶ୍ରମ ନେପାଳରେ ଏକ ପବିତ୍ର ସ୍ଥାନ ଯେଉଁଠାରେ ରାଜା ଦଶରଥ ପୁତ୍ର ପାଇବା ପାଇଁ ପୂଜା କରିଥିଲେ। ଦଶରଥଙ୍କ ପୁଅ ରାମ ଭାରତୀୟ ନୁହଁନ୍ତି ଏବଂ ଅଯୋଧ୍ୟା ମଧ୍ୟ ନେପାଳରେ ଅଛି" ବୋଲି ପ୍ରଧାନମନ୍ତ୍ରୀ ଓଲି ଦାବି କରିଛନ୍ତି।

ପ୍ରଧାନମନ୍ତ୍ରୀ ଓଲି ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ଯୋଗାଯୋଗର କୌଣସି ମାଧ୍ୟମ ନଥିବା ବେଳେ ସୀତାଙ୍କୁ ବିବାହ କରିବା ପାଇଁ ଭଗବାନ ରାମ କିପରି ଜନକପୁରକୁ ଆସିପାରିବେ? ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ ଅବସ୍ଥିତ ବର୍ତ୍ତମାନର ଅଯୋଧ୍ୟାରୁ ଭଗବାନ ରାମ ଜନକପୁରକୁ ଆସିବା ଅସମ୍ଭବ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.