ETV Bharat / bharat

କୋରୋନା ଭାଇରସର ବିସ୍ତାର କରୁଛି ଭାରତ: ନେପାଳ ପ୍ରଧାନମନ୍ତ୍ରୀ - ଭାରତକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି ନେପାଳ

କୋରୋନା ଭାଇରସ ବିସ୍ତାରକୁ ନେଇ ଭାରତକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି ନେପାଳ । ସୋମବାର ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି ଯେ, ଭାରତ କାରଣରୁ ନେପାଳରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

nepal pm blames india for covid19 spread
କୋରୋନା ଭାଇରସର ବିସ୍ତାର କରୁଛି ଭାରତ: ନେପାଳ ପ୍ରଧାନମନ୍ତ୍ରୀ
author img

By

Published : May 25, 2020, 9:26 PM IST

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଭାରତ ଏବଂ ନେପାଳ ମଧ୍ୟରେ ବିବାଦ । ସୀମାକୁ ନେଇ ଉଭୟ ଦେଶ ମୁହାଁମୁହିଁ ହୋଇଥିବା ବେଳେ ଏବେ ଆଉ ଏକ ନୂଆ ବିବାଦ ମୁଣ୍ଡ ଟେକିଛି । ଏଥର କୋରୋନା ଭାଇରସ ବିସ୍ତାରକୁ ନେଇ ଭାରତକୁ ଆଙ୍ଗୁଳି ନିର୍ଦ୍ଦେଶ କରିଛି ନେପାଳ । ସୋମବାର ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି କହିଛନ୍ତି ଯେ, ଭାରତ କାରଣରୁ ନେପାଳରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି ।

ସେ କହିଛନ୍ତି ଯେ, ଭାରତରୁ ଆସୁଥିବା ଲୋକମାନଙ୍କର ସଠିକ ଭାବରେ ଯାଞ୍ଚ କରାଯାଉନାହିଁ । ଯେଉଁ କାରଣରୁ ନେପାଳରେ କୋରୋନା ବୃଦ୍ଧି ପାଉଛି । ଓଲି ଏହା ମଧ୍ୟ କହିଛନ୍ତି ଯେ ଦକ୍ଷିଣ ଏସିଆର ଅନ୍ୟ ଦେଶ ତୁଳନାରେ ନେପାଳରେ ଏହି ଭାଇରସର ବିସ୍ତାର ବହୁତ କମ୍ ରହିଛି ।

ପ୍ରକାଶ ଥାଉ କି ସୋମବାର ନେପାଳରେ 79ଟି ନୂତନ କୋରୋନା ପଜିଟିଭ ମାମଲା ସାମନାକୁ ଆସିଛି । ଏଥିସହ ଦେଶରେ ସଂକ୍ରମିତଙ୍କ ସଂଖ୍ୟା 682କୁ ବୃଦ୍ଧି ପାଇଛି । ଦେଶରେ କୋରୋନା ଆକ୍ରାନ୍ତଙ୍କ ବୃଦ୍ଧିକୁ ଦୃଷ୍ଟିରେ ରଖି ଓଲି ଏଭଳି ବୟାନ ଦେଇଛନ୍ତି ।

କୋରୋନା ବିସ୍ତାରକୁ ରୋକିବା ପାଇଁ ନେପାଳ ଜୁନ୍ 2 ପର୍ଯ୍ୟନ୍ତ ଦେଶବ୍ୟାପୀ ଲକଡାଉନ କରିଛି । ନେପାଳ ହେଉଛି ସେହି ଦେଶ ମଧ୍ୟରୁ ଗୋଟିଏ ଯେଉଁଠାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା କମ ରହିଛି । ସ୍ବାସ୍ଥ୍ୟ ଓ ଜନସଂଖ୍ୟା ମନ୍ତ୍ରଣାଳୟ ଅନୁଯାୟୀ ସୋମବାର ଦିନ ଚିହ୍ନଟ ହୋଇଥିବା 72ଟି ନୂତନ ସଂକ୍ରମିତଙ୍କ ସଂଖ୍ୟା ଅନ୍ୟ ନିର୍ଦ୍ଦିଷ୍ଟ ଦିନ ଠାରୁ ସର୍ବାଧିକ । ସେହିପରି ନେପାଳ 14 ଜୁନ୍ ପର୍ଯ୍ୟନ୍ତ ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଉଡ଼ାଣକୁ ମଧ୍ୟ ବାତିଲ କରିଛି ।

ତେବେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଭାରତ ପ୍ରତି ଏଭଳି ଆପତ୍ତିଜନକ ବୟାନ ପ୍ରଥମ ଥର ପାଇଁ ନୁହେଁ । ଗତ ସପ୍ତାହରେ ଓଲି କହିଥିଲେ ଯେ ଚୀନ ଏବଂ ଇଟାଲୀ ସଂକ୍ରମଣ ଅପେକ୍ଷା ଭାରତରୁ ଆସୁଥିବା କୋରୋନା ସଂକ୍ରମଣ ଅଧିକ । ଦେଶରେ ବଢୁଥିବା ସଂକ୍ରମଣ ପାଇଁ ସେ ବେଆଇନ ଭାବେ ଭାରତରୁ ପ୍ରବେଶ କରିଥିବା ଲୋକଙ୍କୁ ଦାୟୀ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.