ETV Bharat / bharat

ପୁଣି ଘୁଞ୍ଚିଲା ଓଲିଙ୍କ ଭାଗ୍ୟ, NCPର ଷ୍ଟାଣ୍ଡିଂ କମିଟି ବୈଠକ 10 ଯାଏଁ ସ୍ଥଗିତ

ଓଲିଙ୍କ ଭବିଷ୍ୟତକୁ ନେଇ ହେବାକୁ ଥିବା ନେପାଳ କମ୍ୟୁନିଷ୍ଟ ପାର୍ଟିର ଷ୍ଟାଣ୍ଡିଂ କମିଟି ବୈଠକ ପୁଣି ଥରେ ସ୍ଥଗିତ ହୋଇଛି । ଏହାକୁ ଜୁଲାଇ 10 ତାରିଖ ସକାଳ 11 ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଅଧିକ ପଢନ୍ତୁ...

author img

By

Published : Jul 8, 2020, 11:50 AM IST

ନେପାଳର ରାଜନୈତିକ ସଙ୍କଟ
ନେପାଳର ରାଜନୈତିକ ସଙ୍କଟ

କାଠମାଣ୍ଡୁ: ନେପାଳର ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ପୁଣିଥରେ ଆଶ୍ବସ୍ତି ମିଳିଛି । ଓଲିଙ୍କ ଭବିଷ୍ୟତକୁ ନେଇ ହେବାକୁ ଥିବା ନେପାଳ କମ୍ୟୁନିଷ୍ଟ ପାର୍ଟିର ଷ୍ଟାଣ୍ଡିଂ କମିଟି ବୈଠକ ପୁଣି ଥରେ ସ୍ଥଗିତ ହୋଇଛି । ଏହାକୁ ଜୁଲାଇ 10 ତାରିଖ ସକାଳ 11ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । NCPର ଷ୍ଟାଣ୍ଡିଂ କମିଟି ବୈଠକ ନେପାଳରେ ଦେଖାଦେଇଥିବା ରାଜନୈତିକ ସଙ୍କଟକୁ ନେଇ ହୋଇଥାନ୍ତା ।

ପ୍ରଥମେ ଦଳର ଷ୍ଟାଣ୍ଡିଂ କମିଟି ବୈଠକ ଗତ ଶନିବାର ହେବାକୁ ଥିଲେ ମଧ୍ୟ ତାହା ସୋମବାରକୁ ଘୁଞ୍ଚାଇ ଦିଆଯାଇଥିଲା। ହେଲେ ଦଳର ଅଧ୍ୟକ୍ଷ ମାନେ ଆଲୋଚନା ପାଇଁ ସମୟ ମାଗିବା ପରେ ଏହାକୁ ପୁଣିଥରେ ବୁଧବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ସେପଟେ ନେପାଳ କମ୍ୟୁନିଷ୍ଟ ପାର୍ଟିର ନେତା ପୁଷ୍ପ କମଲ ଦହଲ ପ୍ରଧାନମନ୍ତ୍ରୀ ଓଲିଙ୍କ ସହ 2 ଥର ବୈଠକ କରିଥିଲେ । କିନ୍ତୁ ଏହି ବୈଠକର କୌଣସି ଫଳାଫଳ ବାହାରିନଥିଲା ।

ସୂଚନାଯୋଗ୍ୟ ଯେ, ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ନେଇ ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାରୁ ଦଳରେ ମଧ୍ୟ ଏହାକୁ ନେଇ ବିଭାଜନ ଦେଖାଦେଇଛି। ନେପାଳ କମ୍ୟୁନିଷ୍ଟ ପାର୍ଟି(ଏନସିପି)ର ବରିଷ୍ଠ ନେତାମାନେ ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ଅନ୍ୟପକ୍ଷରେ ଓଲି ନିଜ ଆସନ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.