ପାଟନା: ସୀତାମଢୀ ନିକଟସ୍ଥ ଭାରତ ସୀମାରେ ନିର୍ମାଣାଧିନ ରାସ୍ତା କାମ ଉପରେ ରୋକ ଲାଇଛନ୍ତି ନେପାଳ ସରକାର । ଏନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ନେପାଳର ତରାଇ ଅଞ୍ଚଳର ନେତା ମଧ୍ୟ ଏହାର କଡା ବିରୋଧ ଜାହିର କରିଛନ୍ତି ।
ଏହି ଘଟଣାକୁ ନେଇ ସୀତାମଢୀ ଜିଲ୍ଲାପାଳ ନିଜ ବୟାନ ଦେଇଛନ୍ତି । ଏହି ବିବାଦର ଖୁବ ଶିଘ୍ର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସମ୍ପୂର୍ଣ୍ଣ ଘଟଣା ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି । ଅଧିକାରୀମାନେ ମଧ୍ୟ ସୀମାରେ ସ୍ଥିତି ଯାଞ୍ଚ କରୁଛନ୍ତି ।
ସେହିପରି ଏଏସବି ଅଧିକାରୀ ଯବାନ ମଧ୍ୟ ବାରମ୍ବାର ସୀମାରେ କ୍ୟାମ୍ପ କରି ସ୍ଥିତି ଉପରେ ନଜର ରଖିଛନ୍ତି । ଭାରତ-ନେପାଳ ସୀମାର ମିଠାମୋଡ ନିକଟରେ ନେପାଳ ପୋଲିସ 104 ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଇଦେଇଛନ୍ତି । ତେବେ କିଛି ସମୟ ପୂର୍ବରୁ ଗୁରୁବାର ନେପାଳରେ ଭାରତୀୟ ଟିଭି ନ୍ୟୁଜ ଚ୍ୟାନେଲର ପ୍ରସାରଣ ଉପରେ ମଧ୍ୟ ରୋକ ଲଗାଇଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ