ETV Bharat / bharat

ବାତ୍ୟା ନିସର୍ଗ ମୁକାବିଲା: ମହାରାଷ୍ଟ୍ର ରାଇଗଡରେ 43 NDRF ଦଳ ନିୟୋଜିତ

author img

By

Published : Jun 3, 2020, 6:25 PM IST

ମହାରାଷ୍ଟ୍ର ରାଇଗଡରେ ବାତ୍ୟା ନସର୍ଗ ସ୍ଥଳ ଭାଗ ଛୁଇଁବା ପରେ ରଚିଛି ତାଣ୍ଡବ । ତେବେ ଏହାର ମୁକାବିଲା ପାଇଁ NDRF 43ଟି ଦଳ ନିୟୋଜିତ କରିଛି । ଅଧିକ ପଢନ୍ତୁ...

ନିସର୍ଗ ମହାରାଷ୍ଟ୍ରର ରାଇଗଡକୁ ଧକ୍କା ଦେବାପରେ NDRF 43 ଟି ଦଳ ନିୟୋଜିତ

ମୁମ୍ବାଇ: ମହାରାଷ୍ଟ୍ର ରାଇଗଡରେ ବାତ୍ୟା ନସର୍ଗ ସ୍ଥଳ ଭାଗ ଛୁଇଁବା ପରେ ରଚିଛି ତାଣ୍ଡବ । ତେବେ ଏହାର ମୁକାବିଲା ପାଇଁ NDRF 43ଟି ଦଳ ନିୟୋଜିତ କରିଛି | ବୁଧବାର ଅପରାହ୍ନରେ ମହାରାଷ୍ଟ୍ରର ରାଇଗଡ ଜିଲ୍ଲାରେ ବାତ୍ୟା ନିସର୍ଗ ଧକ୍କା ହେବା ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ପ୍ରାୟ 1 ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

ବାତ୍ୟା ପ୍ରଭାବରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ବିମାନ ଚଳାଚଳ ବନ୍ଦ ରହିଛି । ମହାରାଷ୍ଟ୍ରର ସାତୋଟି ଉପକୂଳବର୍ତ୍ତୀ ଜିଲ୍ଲାକୁ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଦ୍ୱାରା ରେଡ୍ ଆଲର୍ଟ ଜାରି ହୋଇଥିଲା । ମହାରାଷ୍ଟ୍ରରେ ନିୟୋଜିତ NDRF ଦଳ ମୁମ୍ବାଇ, ପାଲଘର, ଥାନେ, ରାଇଗଡ, ରତ୍ନଗିରି ଏବଂ ସିନ୍ଧୁଦୁର୍ଗ ଅଞ୍ଚଳରେ ନିୟୋଜିତ ହୋଇଛନ୍ତି ବୋଲି ଏନଡିଆରଏଫ ଅଧିକାରୀ କହିଛନ୍ତି ।

ମହାରାଷ୍ଟ୍ରରେ ବିଦ୍ୟାଳୟଗୁଡ଼ିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳୀରେ ପରିଣତ କରାଯାଇଛି ଏବଂ ଉପକୂଳ ନିକଟରେ ରହୁଥିବା ଅନେକ ପରିବାରକୁ ଏନଡିଆରଏଫ୍ ଦ୍ୱାରା ଏହି ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ, ଆଲିବାଗର ଉପକୂଳବର୍ତ୍ତୀ ଅଞ୍ଚଳର ବିଭିନ୍ନ ଗ୍ରାମରୁ ପ୍ରାୟ 790 ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା |

ଆମେ ସଠିକ୍ ସଂଖ୍ୟକ ସ୍ଥାନାନ୍ତର ବିଷୟରେ କୌଣସି ମନ୍ତବ୍ୟ ଦେଇ ପାରିବୁ ନାହିଁ କିନ୍ତୁ ଦାମନରେ ପ୍ରାୟ 3000 ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ କିଛି ଅପରେସନ୍ ଜାରି ରହିଛି ବୋଲି ଡେପୁଟି କମାଣ୍ଡାଣ୍ଟ, ଏନଡିଆରଏଫ, ଏ.କେ ପାଥକ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.