ETV Bharat / bharat

ଅଭିଳାଷୀ ଯୁବଶକ୍ତି ଥିବାରୁ ଭାରତ ଭାଗ୍ୟଶାଳୀ ରାଷ୍ଟ୍ର: ଗୃହମନ୍ତ୍ରୀ

ଅନ୍ତରାଷ୍ଟ୍ରୀୟ ଯୁବ ଦିବସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ହିଛନ୍ତି, କୌଣସି ବି ଦେଶର ବଡ ଶକ୍ତି ହେଉଛି ତାର ଯୁବ ବର୍ଗ । ଭାରତ ବାସ୍ତବରେ ଅତ୍ୟନ୍ତ ଭାଗ୍ୟଶାଳୀ ରାଷ୍ଟ୍ର, ଯାହା ପାଖରେ କୌଶଳରେ ପରିପୂର୍ଣ୍ଣ ପରିବର୍ତ୍ତନକାରୀ ଓ ଅଭିଳାଷୀ ଯୁବଶକ୍ତି ରହିଛି । ଅଧିକ ପଢନ୍ତୁ...

ଅଭିଳାଷୀ ଯୁବଶକ୍ତି ଥିବାରୁ ଭାରତ ଭାଗ୍ୟଶାଳୀ ରାଷ୍ଟ୍ର: ଗୃହମନ୍ତ୍ରୀ
ଅଭିଳାଷୀ ଯୁବଶକ୍ତି ଥିବାରୁ ଭାରତ ଭାଗ୍ୟଶାଳୀ ରାଷ୍ଟ୍ର: ଗୃହମନ୍ତ୍ରୀ
author img

By

Published : Aug 12, 2020, 5:28 PM IST

ନୂଆଦିଲ୍ଲୀ: ଅନ୍ତରାଷ୍ଟ୍ରୀୟ ଯୁବ ଦିବସରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କୌଣସି ବି ରାଷ୍ଟ୍ର ସବୁ ଠୁ ବଡ ଶକ୍ତି ତାର ଯୁବବର୍ଗ ବୋଲି କହିଛନ୍ତି । ଶାହା ଏକ ସିରିଜ ଟ୍ବିଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସ୍କିଲ ଇଣ୍ଡିଆ, ଷ୍ଟାଟଅପ୍‌, ମେକ ଇନ ଇଣ୍ଡିଆ ଓ ନୂଆ ଶିକ୍ଷାନୀତି ଭଳି ନିର୍ଣ୍ଣୟ ଯବବର୍ଗଙ୍କ ଅପାର କ୍ଷମତାକୁ ଉଜ୍ବଳମୟ କରୁଛି ।

ଶାହା କହିଛନ୍ତି, କୌଣସି ବି ଦେଶର ବଡ ଶକ୍ତି ହେଉଛି ତାର ଯୁବ ବର୍ଗ । ଭାରତ ବାସ୍ତବରେ ଅତ୍ୟନ୍ତ ଭାଗ୍ୟଶାଳୀ ରାଷ୍ଟ୍ର, ଯାହା ପାଖରେ କୌଶଳରେ ପରିପୂର୍ଣ୍ଣ ପରିବର୍ତ୍ତନକାରୀ ଓ ଅଭିଳାଷୀ ଯୁବଶକ୍ତି ରହିଛି ।

ଗୃହମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଉତ୍ସାହରେ ପରିପୂର୍ଣ୍ଣ ଯୁବବର୍ଗଙ୍କ ପାଖରେ ସୁଯୋଗର ସର୍ବଶ୍ରେଷ୍ଠ ଲାଭ ଉଠାଇବାର କ୍ଷମତା ରହିଛି । ତେବେ ଦେଶର ଯୁବବର୍ଗଙ୍କ ଉପରେ ବିଶ୍ବାସ ପ୍ରକଟ କରିବା ସହ ସେମାନେ ପ୍ରଧାନମନ୍ତ୍ରୀଙ୍କ ନୂଆ ଭାରତ ସ୍ବପ୍ନକୁ ସାକାର କରିବା ପାଇଁ ନିରନ୍ତର ପ୍ରୟାସ କରିବେ ବୋଲି କହିଛନ୍ତି ଶାହା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.