ETV Bharat / bharat

ଶେଷରେ ପଛଘୁଞ୍ଚା ଦେଲା ଚୀନ, 2 କିମି ପଛକୁ ହଟିଲେ ଡ୍ରାଗନ ସେନା - ଚୀନ

ଲଦାଖରେ ଭାରତୀୟ ଅଞ୍ଚଳ ଦଖଲ କରିବାକୁ ସ୍ବପ୍ନ ଦେଖୁଥିବା ଚୀନକୁ ପଛଘୁଞ୍ଚା ଦେବାକୁ ପଡିଛି । ଏଲଏସିରେ ହଜାର ସଂଖ୍ୟକ ସେନାଙ୍କୁ ପହରା ଦେଇ ମଧ୍ୟ ସଫଳତା ନପାଇ ଡ୍ରାଗନ ପ୍ରାୟ ଦୁଇ କିଲୋମିଟର ପଛକୁ ଯାଇଛି ।

_india china tension
ଶେଷରେ ପଛକୁ ହଟିଲା ଚୀନ
author img

By

Published : Jun 4, 2020, 3:09 PM IST

ନୂଆଦିଲ୍ଲୀ: ଶେଷରେ ପଛକୁ ହଟିଲା ଚୀନ । ଲଦାଖରେ ଭାରତୀୟ ଅଞ୍ଚଳ ଦଖଲ କରିବାକୁ ସ୍ବପ୍ନ ଦେଖୁଥିବା ଚୀନକୁ ପଛଘୁଞ୍ଚା ଦେବାକୁ ପଡିଛି । ଏଲଏସିରେ ହଜାର ସଂଖ୍ୟକ ସେନାଙ୍କୁ ପହରା ଦେଇ ମଧ୍ୟ ସଫଳତା ନପାଇ ଡ୍ରାଗନ ପ୍ରାୟ ଦୁଇ କିଲୋମିଟର ପଛକୁ ଯାଇଛି । କେବଳ ଏତିକି ନୁହେଁ ଗତ କିଛି ଦିନ ହେବ ଆକ୍ରମଣ ରୂପ ଧାରଣ କରିଥିବା ଚୀନ 3-4 ଦିନ ହେବ ଶାନ୍ତ ରହିଛି ।

ଚୀନ ପଛକୁ ହଟିବାର 3 ପ୍ରମୁଖ କାରଣ ରହିଛି । ପ୍ରଥମ କାରଣ ହେଉଛି ଭାରତୀୟ ସେନାର ଜୋରଦାର ପ୍ରତିବାଦ । ଗତ ଏପ୍ରିଲ 5 ତାରିଖରେ ଲଦାଖରେ ଏବଂ ଚାରି ଦିନ ପରେ ସିକ୍କୀମରେ ଚୀନ୍ ଏବଂ ଭାରତୀୟ ସେନାଙ୍କ ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ଉପୁଜିଥିଲା । ସିକ୍କିମ୍ ବିବାଦ ଏତେଦୂର ଆଗକୁ ବଢିନଥିବା ବେଳେ ଚୀନ ଲଦାଖର ଗାଲଭାନ୍ ଏବଂ ପୋଙ୍ଗୟାଙ୍ଗ ଶୋ ହ୍ରଦ ନିକଟରେ ଥିବା ଏଲଏସି ଉପରେ ନିଜର ଆକ୍ରୋଶ ପ୍ରଦର୍ଶନ କରିଥିଲା ​​ଏବଂ ଚାପ ପକାଇ ନିଜର ସୈନ୍ୟ ବୃଦ୍ଧି କରିବାରେ ଲାଗିଲା । କୁହାଯାଉଛି ଯେ ଚୀନ ଏଲଏସିରେ 5000 ସୈନ୍ୟ ମୁତୟନ କରିଥିଲା ।

ଏପଟେ ଏହାର ଜବାବ ଦେବାକୁ ଯାଇ ଭାରତ ମଧ୍ୟ ଏଲଏସିରେ ନିଜର ସେନା ବଢାଇବା ସହ ସୀମାରେ ଟ୍ୟାଙ୍କ ମୁତୟନ କରିଥିଲା। ଏହାପରେ ଭାରତ ମଧ୍ୟସ୍ଥତା ସହ ବିବାଦର ସମାଧାନ ପାଇଁ ରାସ୍ତା ଆପଣାଇଥିଲା । ତେବେ ଗତ ଜୁନ 6ରେ ଦୁଇ ଦେଶର ଲେଫ୍ଟନାଣ୍ଟ ଜେନେରାଲ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହେବାକୁ ଯାଉଛି । ପ୍ରକାଶ ଥାଉକି, ଏହି ବିବାଦ ଆରମ୍ଭ ହେବା ଦିନଠାରୁ ଏପର୍ଯ୍ୟନ୍ତ 10 ଥର ଆଲୋଚନା ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.