ETV Bharat / bharat

ବିହାରରେ ଏନଡିଏ ଏକତ୍ର ଅଛି: କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ - ବିହାର ନିର୍ବାଚନ ଖବର

ବିହାରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ବିହାରରେ ଏନଡିଏ ଏକତ୍ର ଅଛି ଏବଂ ନିର୍ବାଚନ ମଇଦାନରେ ମଧ୍ୟ ଏକତ୍ର ଭାବରେ ଲଢିବୁ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ବିହାରରେ ଏନଡିଏ ଏକତ୍ର ଅଛି : କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ

author img

By

Published : Sep 26, 2020, 6:42 PM IST

ପାଟନା: ବିହାରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ତିନୋଟ ପର୍ଯ୍ୟାୟରେ ହେବ ନିର୍ବାଚନ । ବିହାର ନିର୍ବାଚନରେ ଦୁଇଟି ମେଣ୍ଟ ମଧ୍ୟରେ ଜୋରାଦାର ଲଢେଇ ହେଉଛି ଯାହା ଏନିଡିଏ ଓ ୟୁପିଏ । ବର୍ତ୍ତମାନ ବିଭିନ୍ନ ରାଜନୈତିକ ଦଳରେ ସିଟ ଆବଣ୍ଟନକୁ ନେଇ ଚାଲିଛି ଜୋରଦାର ମନ୍ତ୍ରଣା । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ବିହାରରେ ଏନଡିଏ ଏକତ୍ର ଅଛି ଏବଂ ନିର୍ବାଚନ ମଇଦାନରେ ମଧ୍ୟ ଏକତ୍ର ଭାବରେ ଲଢିବୁ ।

କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁକ୍ରବାର ପାଟନାରେ କହିଛନ୍ତି ଆମ ମେଣ୍ଟରେ ଯଦି କୌଣସି ସମସ୍ୟା ରହିଛି ତାହା ଆମେ ସମାଧାନ କରିବୁ । LJP ହେଉଛି କେନ୍ଦ୍ର ସରକାରଙ୍କ ଏକ ଅଂଶୀଦାର ଦଳ । ତାଙ୍କ ସହିତ ଆମେ ପୂର୍ବରୁ ମଧ୍ୟ ଏକତ୍ର ଭାବେ ନିର୍ବାଚନ ଲଢିଛୁ । ମୁଁ ଆଶା କରୁଛି ଆମେ ସମସ୍ତେ ମିଶି ଆଗାମୀ ନିର୍ବାଚନରେ ଲଢିବୁ ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ।

ସୂଚନା ଥାଉକି ବିହାର ରାଜନୀତିରେ ଏନଡିଏ ମେଣ୍ଟରେ ଜେଡିୟୁ ସହ ବିଜେପି ଓ ଏଲଜେପି ମୁଖ୍ୟ ଦଳ ରହିଛନ୍ତି । ଦଳରେ ସିଟ ଆବଣ୍ଟନକୁ ନେଇ ଏଲଜେପି ଓ ଜେଡିୟୁ ମଧ୍ୟରେ ମନାନ୍ତର ସୃଷ୍ଟି ହୋଇଛି । ସିଟ ଆବଣ୍ଟନକୁ ନେଇ ଏଲଜେପି ଅଧ୍ୟକ୍ଷ ଚିରାଗ ପାଶୱାନ ଖୁସି ନଥିବା ଜଣାପଡିଛି । ଯାହାକୁ ନେଇ ବିହାର ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.