ETV Bharat / bharat

କଙ୍ଗନାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟାନୁଷ୍ଠାନକୁ ଶରଦ ପାଓ୍ବାରଙ୍କ ବିରୋଧ - ଏନସିପି ମୁଖ୍ୟ ସରଦ ପାଓ୍ବାରଙ୍କ ବୟାନ

ଏନସିପି ମୁଖ୍ୟ ଶରଦ ପାଓ୍ବାର କଙ୍ଗନାଙ୍କ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ବୁଲଡୋଜର ଚଳାଇବାକୁ ନେଇ କଡା ପ୍ରତିକ୍ରିୟା ଦେବା ସହ ଏହାକୁ ଅନାବଶ୍ୟକ କାର୍ଯ୍ୟାନୁଷ୍ଠାନର ଆଖ୍ୟା ଦେଇଛନ୍ତି । ଅଧିକ ପଢନ୍ତୁ...

କଙ୍ଗନାଙ୍କ କାର୍ଯ୍ୟାଳୟ ଉପରେ କାର୍ଯ୍ୟାନୁଷ୍ଠାନକୁ ସରଦ ପାଓ୍ବାରଙ୍କ ବିରୋଧ

author img

By

Published : Sep 9, 2020, 8:17 PM IST

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ବିଏମସିର କାର୍ଯ୍ୟାନୁଷ୍ଠାନ ନେବା ଉଦ୍ଧବ ସରକାରଙ୍କୁ ପଡିଛି ଭାରି । ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘ ସମେତ ବିରୋଧି ବିଜେପି ଏବଂ ସୋସିଆଲ ମିଡିଆରେ କଡା ପ୍ରତିକ୍ରିୟା ପରେ କ୍ଷମତାସୀନ ମେଣ୍ଟ ସରକାର ସହଯୋଗୀ ଏନସିପି ମୁଖ୍ୟ ଶରଦ ପାଓ୍ବାର ମଧ୍ୟ ଏହି ନିଷ୍ପତ୍ତି ଉପରେ ଉଠାଇଛନ୍ତି ପ୍ରଶ୍ନ । ପାଓ୍ବାର କଙ୍ଗନାଙ୍କ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ବୁଲଡୋଜର ଚଳାଇବାକୁ ନେଇ କଡା ପ୍ରତିକ୍ରିୟା ଦେବା ସହ ଏହାକୁ ଅନାବଶ୍ୟକ କାର୍ଯ୍ୟାନୁଷ୍ଠାନର ଆଖ୍ୟା ଦେଇଛନ୍ତି ।

ବୁଧବାର ଆକ୍ରୋଶ ମୂଳକ ଭାବରେ ମହାରାଷ୍ଟ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ବିଏମସି କଙ୍ଗନା ରାଣାୱତଙ୍କ 15 ବର୍ଷ ପରିଶ୍ରମରେ ନିର୍ମାଣ ହୋଇଥିବା ମଣିକର୍ଣ୍ଣିକା ଅଫିସକୁ ମାଟିରେ ମିଶାଇଦେଇଥିଲା । ତାଙ୍କ ପ୍ରଡକ୍ସନ ହାଉସ ମଣିକର୍ଣ୍ଣିକା ଅଫିସ ବେଆଇନ ଭାବେ ନିର୍ମାଣ ହୋଇଥିବା ଦର୍ଶାଇ ପ୍ରଥମେ ବିଏମସି ନୋଟିସ୍ ଜାରି କରିବା ପରେ ଅଫିସ ଭାଙ୍ଗିବା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା ।

ଏହି ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ତାଙ୍କ ସହଯୋଗୀ ଶରଦ ପାଓ୍ବାରଙ୍କ ସାଥ ମଧ୍ୟ ମିଳିପାରିନାହିଁ । ବୁଧବାର ବିଏମସିର ଏହି ପଦକ୍ଷେପକୁ ଅନାବଶ୍ୟକ ବୋଲି କହିଛନ୍ତି ପାଓ୍ବାର । ତେବେ ପାଓ୍ବାରଙ୍କ ଏହି ବୟାନ ପରେ ସମାଲୋଚନାର ସାମ୍ନା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଅନ୍ୟପକ୍ଷେ ଏହି ଘଟଣାକୁ ନେଇ ପାଓ୍ବାର ମୁଖ୍ୟମନ୍ତ୍ରୀଙ୍କ ଆଧିକାରୀକ କାର୍ଯ୍ୟାଳୟ ବର୍ଷା ବଙ୍ଗଳାରେ ପହଞ୍ଚିଛନ୍ତି । ତେବେ ସକାଳର ଏହି ଘଟଣାକୁ ନେଇ ଶରଦ ପାଓ୍ବାର ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବାର ସମ୍ଭାବନା ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.