ETV Bharat / bharat

ରାଜପଥରେ ନ୍ୟୁଇଣ୍ଡିଆକୁ ପ୍ରଦର୍ଶିତ କରିବେ NCC-NSS କ୍ୟାଡର: ମୋଦି

author img

By

Published : Jan 24, 2020, 6:55 PM IST

NCC ଓ NSS କ୍ୟାଡରଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ । ସମସ୍ତଙ୍କୁ ରାଷ୍ଟ୍ରର ସାମୁହିକ ସଙ୍କଳ୍ପ ସହ ନିଜକୁ ଯୋଡିବାର ଆବଶ୍ୟକତା ରହିଛି କହିଲେ ମୋଦି । ଅଧିକ ପଢନ୍ତୁ...

ରାଜପଥରେ ନ୍ୟୁଇଣ୍ଡିଆକୁ ପ୍ରଦର୍ଶିତ କରିବେ NCC-NSS କ୍ୟାଡର: ମୋଦି
ରାଜପଥରେ ନ୍ୟୁଇଣ୍ଡିଆକୁ ପ୍ରଦର୍ଶିତ କରିବେ NCC-NSS କ୍ୟାଡର: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି NCC ଓ NSS କ୍ୟାଡରଙ୍କୁ ସମ୍ବୋଧିତ କରି 'ଏକ ଭାରତ, ଶ୍ରେଷ୍ଠ ଭାରତ' ର ପ୍ରକୃତ ସଂଜ୍ଞା ବୁଝାଇଛନ୍ତି । ଯେତେବେଳେ ଆମେ ଏକ ଭାରତ, ଶ୍ରେଷ୍ଠ ଭାରତ' ର କଥା କହୁଛୁ ସେତେବେଳେ ପ୍ରକୃତରେ ଭାରତ କଣ ନେଇ ଆମକୁ ମନେରଖିବାକୁ ପଡିବ ବୋଲି କହିଛନ୍ତି ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର କୌଣସି ବି ବ୍ୟକ୍ତି , କୌଣସି ବି କ୍ଷେତ୍ରରେ ପଛରେ ନ ରହିଯାଉ ଆମକୁ ଏହା ସୁନିଶ୍ଚିତ କରିବାକୁ ପଡିବ । ଆମେ ଯେଉଁ ନ୍ୟୁଇଣ୍ଡିଆ ଆଡକୁ ଆଗକୁ ବଢୁଛେ, ସେଠାରେ ଏହି ଆକାଂକ୍ଷା ଓ ସ୍ବପ୍ନକୁ ପୁରା କରିବାକୁ ପଡିବ । ଆମ ସମସ୍ତଙ୍କୁ ରାଷ୍ଟ୍ରର ସାମୁହିକ ସଙ୍କଳ୍ପ ସହ ନିଜକୁ ଯୋଡିବାର ଆବଶ୍ୟକତା ରହିଛି ।

NCC ଓ NSS ଏକ ପ୍ରକାରର ମିନି ଇଣ୍ଡିଆ

ଆସନ୍ତା ସାଧାରଣତନ୍ତ୍ର ଦିବସ ପାଇଁ ଶୁଭେଚ୍ଛା । NCC ଓ NSS କ୍ୟାଡର ଏକ ପ୍ରକାରର ମିନି ଇଣ୍ଡିଆ । ଆପଣମାନେ ଏକ ପ୍ରକାର ମିନି ଇଣ୍ଡିଆ ଓ ନ୍ୟୁଇଣ୍ଡିଆକୁ ପ୍ରଦର୍ଶିତ କରିବାକୁ ଯାଉଛନ୍ତି । ଭାରତ କଣ ଏହା ଆମ ଦେଶ ଓ ପୁରା ବିଶ୍ବ ଆପଣମାନଙ୍କ ଜରିଆରେ ଦେଖିବ, ଜାଣିବ ଓ ବୁଝିବାକୁ ପ୍ରୟାସ କରିବ ।

ଦେଶର କଳାକୁ ସାମ୍ନାକୁ ଆଣନ୍ତି ଆଦିବାସୀ ଭାଇ-ଭଉଣୀ

NCC ଓ NSS ମାଧ୍ୟମରେ ଅନୁଶାସନ ଓ ସେବାର ଏକ ସମୃଦ୍ଧ ପରମ୍ପରା ଯେବେ ରାଜପଥରେ ଦୃଶ୍ୟମାନ ହୁଏ ସେତେବେଳେ କୋଟିକୋଟି ଯୁବବର୍ଗ ଏହାଦ୍ବାରା ପ୍ରେରିତ ଓ ପ୍ରୋତ୍ସାହିତ ହୋଇଥାନ୍ତି । ଦେଶର ସମୃଦ୍ଧି କଳା ଓ ସଂସ୍କୃତିରେ ଭରପୁର ଦେଶର ଐତିହ୍ୟକୁ ପ୍ରଦର୍ଶିତ କରିବାକୁ ଯାଉଥିବା ପ୍ରଜ୍ଞାପନୀ ମେଢେ ଯେତେବେଳେ ରାଜପଥରେ ଯିବ ସେତେବେଳ ସମ୍ପୂର୍ଣ୍ଣ ବିଶ୍ବ ମନ୍ତ୍ରମୁଗ୍ଧ ହୋଇ ଏହାକୁ ଦେଖିବ । ଆଦିବାସୀ ଭାଇ-ଭଉଣୀ ନିଜର ପ୍ରଦର୍ଶନ ମାଧ୍ୟମରେ ଅଦଭୁତ କଳାକୁ ଦେଶର ସାମ୍ନାକୁ ଆଣିଥାନ୍ତି ।

ଭାରତ ଏକ ରାଷ୍ଟ୍ର ସହିତ ଜୀବନ୍ତ ପରମ୍ପରା, ବିଚାର ଓ ସଂସ୍କାର

ଭାରତ ନିଜ ସୀମାରେଖା ଭିତରର 130 କୋଟି ଲୋକଙ୍କ ଘର ନୁହେଁ । ଭାରତ ଏକ ରାଷ୍ଟ୍ର ସହିତ ଜୀବନ୍ତ ପରମ୍ପରା, ବିଚାର ଓ ସଂସ୍କାର । ଭାରତର ଶକ୍ତି ଏହାର ଭୌଗୋଳିକ ଓ ସାମାଜିକ ବିବିଧତାରେ ରହିଛି । ଆମର ଏହି ଦେଶ ଏକ ପ୍ରକାର ଫୁଲର ମାଳ ଅଟେ, ଯାହା କି ରଙ୍ଗ ବେରଙ୍ଗର ଫୁଲ ଭାରତୀୟତାର ସୂତ୍ରରେ ଗୁନ୍ଥା ହୋଇ ରହିଛି । ରାଜପଥରେ NCC ଓ NSS କ୍ୟାଡରଙ୍କ ପ୍ରଦର୍ଶନରେ ପୁରା ବିଶ୍ବ ଭାରତ ଶକ୍ତିର ଦର୍ଶନ କରିଥାଏ ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.