ETV Bharat / bharat

ଛତିଶଗଡ: ମିଳିତ ଅପରେସନରେ ଟଳିଲେ 7 ନକ୍ସଲ

author img

By

Published : Aug 3, 2019, 11:47 AM IST

ଛତିଶଗଡର ସୀତାଗୋଟା ଜଙ୍ଗଲରେ ପୋଲିସ ବାହିନୀର ମିଳିତ ଅପରେସନରେ 7ଜଣ ନକ୍ସଲ ନିହତ ହୋଇଛନ୍ତି । ଏହି ଅପରେସନରେ ବ୍ୟାପକ ମାଓ ସାମଗ୍ରୀ ଜବତ କରାଯାଇଛି ।

ଫାଇଲ ଫଟୋ

ରାୟପୁର: ପଡୋଶୀ ଛତିଶଗଡର ରାଜନନ୍ଦଗାଓଁ ଜିଲ୍ଲାର ସୀତାଗୋଟା ଜଙ୍ଗଲରେ ପୋଲିସ ବାହିନୀର ମିଳିତ ଅପରେସନରେ 7ଜଣ ନକ୍ସଲ ନିହତ ହୋଇଛନ୍ତି । ଜିଲ୍ଲା ପୋଲିସ, ଡିଆରଜି ଓ ସିଏଫ ପକ୍ଷରୁ କରାଯାଇଥିବା ଅପରେସନରେ ଏହି ସଫଳତା ମିଳିଛି । ଘଟଣାସ୍ଥଳରୁ ଏକେ-47, 303 ରାଇଫଲ, 12ଟି ବୋର ଗନ ଓ ସିଙ୍ଗିଲ ସୁଟ ରାଇଫଲ ଜବତ କରାଯାଇଛି । ଅପରେସନ ଜାରି ରହିଥିବା ପୋଲିସ ଡିଜି ଡିଏମ ଆଶ୍ବସ୍ଥି ପ୍ରକାଶ କରିଛନ୍ତି ।

ଶନିବାର ସକାଳୁ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହା ପରେ ହୋଇଥିବା ସର୍ଚ୍ଚ ଅପରେସନରେ ନକ୍ସଲଙ୍କ 7ଟି ମୃତଦେହ ଉଦ୍ଧାର କରାଯାଇଥିଲା। ଅପରେସନ କରାଯାଉଥିବା ଅଞ୍ଚଳ ମହାରାଷ୍ଟ୍ର ସୀମାବର୍ତ୍ତୀ ହୋଇଥିବା ବୋଲି ଜଣାପଡିଛି । ପାର୍ବତ୍ୟାଞ୍ଚଳ ହୋଇଥିବାରୁ ଏଠାରେ ନକ୍ସଲଙ୍କ କାର୍ଯ୍ୟକଳାପ ଦେଖାଯାଉଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.