ETV Bharat / bharat

ସରକାରଙ୍କୁ ଟାର୍ଗେଟ କରି ଗ୍ରାମବାସୀଙ୍କୁ ନିର୍ମମ ଭାବେ ପିଟିଲେ ନକ୍ସଲ

author img

By

Published : Aug 20, 2020, 7:33 PM IST

ଗତକାଲି ରାତିରେ 24ରୁ ଅଧିକ ନକ୍ସଲ ଛତିଶଗଡ ଦନ୍ତେୱାଡାର ଚିକପାଲ ଗ୍ରାମର 20-25 ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ପିଟିଥିବା ଜଣାପଡିଛି। ଏହି ଆକ୍ରମଣରେ ଆହତ ଗ୍ରାମବାସୀଙ୍କୁ ଦନ୍ତେୱାଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସରକାରଙ୍କ ଉପରେ ରାଗ ରଖି ଗ୍ରାମବାସୀଙ୍କୁ ନିର୍ମମ ଭାବରେ ପିଟିଲେ ନକ୍ସଲ

ରାୟପୁର: ଛତିଶଗଡ ସରକାରଙ୍କ 'ଲୋନ ଭରଟୁ ଅଭିଯାନ' ଅଧୀନରେ ନକ୍ସଲମାନେ ନିରନ୍ତର ଆତ୍ମସମର୍ପଣ କରୁଛନ୍ତି। 'ଲାଲ୍ ଆତଙ୍କ' ଛାଡି ସେମାନେ ସମାଜର ମୁଖ୍ୟ ସ୍ରୋତ ସହ ଯୋଡି ହେଉଛନ୍ତି। ଯାହା ଫଳରେ ବସ୍ତରରେ ନକ୍ସଲ ଫ୍ରଣ୍ଟ ପ୍ରତିଦିନ ଦୁର୍ବଳ ହେବାକୁ ଲାଗୁଛି । ଯାହା କିଛି ନକ୍ସଲଙ୍କୁ ଉତ୍ତେଜିତ କରିଛି। ଯାହାର ପ୍ରତିଶୋଧ ସେମାନେ ନିରିହ ଗ୍ରାମବାସୀଙ୍କ ଠାରୁ ନେଉଛନ୍ତି । ଗତକାଲି ରାତିରେ 24ରୁ ଅଧିକ ନକ୍ସଲ ଛତିଶଗଡ ଦାନ୍ତେୱାଡାର ଚିକପାଲ ଗ୍ରାମର 20-25 ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ପିଟିଥିବା ଜଣାପଡିଛି।

ଏହି ଆକ୍ରମଣରେ ଆହତ ଗ୍ରାମବାସୀଙ୍କୁ ଦନ୍ତେୱାଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯେଉଁଠାରେ ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ତେବେ ଏଥିଯୋଗୁଁ ଅନେକ ଗ୍ରାମବାସୀ ଭୟରେ ଥିବା ଜଣାପଡିଛି । ଏପରିକି ସେମାନେ ଭୟରେ ଚିକିତ୍ସା ପାଇଁ ପହଞ୍ଚି ନାହାଁନ୍ତି।

ସୂଚନାନୁସାରେ, ଉତ୍ତେଜିତ ନକ୍ସଲମାନେ ଏହା ପୂର୍ବରୁ ମଧ୍ୟ ଗ୍ରାମବାସୀଙ୍କୁ ମାଡ ମାରିଥିଲେ। ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ସୋସିଆଲ ମିଡିଆ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜିଲ୍ଲାର ନକ୍ସଲ ଫ୍ରଣ୍ଟରେ ସୁରକ୍ଷା ବାହିନୀ ଯେଉଁ ସଫଳତା ପାଇଛନ୍ତି, ସେଥିରେ ନକ୍ସଲମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେଥିପାଇଁ ନକ୍ସଲମାନେ ଏଭଳି କାର୍ଯ୍ୟ କରୁଛନ୍ତି। ନକ୍ସଲମାନେ ଗ୍ରାମବାସୀଙ୍କୁ ନିର୍ମମ ଭାବରେ ପିଟୁଛନ୍ତି ।

ସୂଚନାଯୋଗ୍ୟ ଯେ, ପୋଲିସ ଏବଂ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ନିକଟ ଅତୀତରେ ନକ୍ସଲ ସଂଗଠନକୁ ଦୁର୍ବଳ କରିଦେଇଛି। ଏହି ସମୟ ମଧ୍ୟରେ ଅନେକ ବଡ ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି । ଏହାବ୍ୟତୀତ ଅପରେସନରେ ଅନେକ ନକ୍ସଲ ନିହତ ହୋଇଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.