ରାୟପୁର: ଛତିଶଗଡରେ ଅପହରଣ ପରେ 4ଜଣ ଗ୍ରାମବାସୀଙ୍କୁ ହତ୍ୟା କଲେ ନକ୍ସଲ । ପ୍ରଜାକୋର୍ଟ ସାମ୍ନାରେ 4ଜଣଙ୍କୁ ନିର୍ମମ ହତ୍ୟା । 2 ଦିନ ପୂର୍ବେ ନକ୍ସଲ ମେଟପାଳ ଓ ପୁସନାରର 25 ଜଣ ଗ୍ରାମବାସୀଙ୍କୁ ଅପହରଣ କରିଥିଲେ ।
16 ଗ୍ରାମବାସୀ ଏବେବି ନକ୍ସଲଙ୍କ କବଜାରେ ଅଛନ୍ତି । ବସ୍ତର ଆଇଜି ସୁନ୍ଦରରାଜ ପି. ଗ୍ରାମବାସୀଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ତେବେ ପୋଲିସ ଘଟଣାର ତଦନ୍ତ କରୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ