ETV Bharat / bharat

ଛତିଶଗଡରେ ସୁରକ୍ଷାକର୍ମୀ-ନକ୍ସଲ ମୁହାଁମୁହିଁ, 3 ଯବାନ ଶହୀଦ

ଛତିଶଗଡ଼ ବିଜାପୁରରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ 3 ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ଏନକାଉଣ୍ଟରରେ ଜଣେ ନାବାଳିକାର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

author img

By

Published : Jun 28, 2019, 5:23 PM IST

ଫାଇଲ ଫଟୋ

ରାୟପୁର: ଛତିଶଗଡ଼ର ବିଜାପୁରରେ ଶୁକ୍ରବାର ନକ୍ସଲ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ବିଜାପୁରର ଭୈରମଗଢ ଥାନା ଅନ୍ତର୍ଗତ କେଶକୁତୁଲରେ ହୋଇଥିବା ଏହି ଏନକାଉଣ୍ଟରରେ 3 ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ଏନକାଉଣ୍ଟରରେ ଜଣେ ନାବାଳିକାର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥିରେ ଆଉ ଜଣେ ସ୍କୁଲ ଛାତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, କେଶକୁତୁଲ ଅଞ୍ଚଳରେ କିଛି ନକ୍ସଲ ଲୁଚି ରହିଥିବା ଗୁପ୍ତ ସୂଚନା ମିଳିବା ପରେ ସିଆରପିଏଫ୍‌ର ୧୯୯ ବାଟାଲିୟନ ଓ ପୋଲିସ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ କରାଯାଇଥିଲା । ସର୍ଚ୍ଚ ଅପରେସନରେ ନକ୍ସଲ ପୋଲିସ ଉପରକୁ ଗୁଳି ଚାଳନା କରିଥିଲେ । ଏହାପରେ ଉଭୟ ପକ୍ଷରୁ ଗୁଳିବିନିମୟ ଆରମ୍ଭ ହୋଇଥିଲା ।

ଦୀର୍ଘ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ୨ ଜଣ ଯବାନ ଶହୀଦ ହୋଇଥିଲେ । ଏଥିରେ ଆଉ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତରଣ କରୁଥିବା ସମୟରେ ସେ ଅଧାରାସ୍ତାରେ ହିଁ ଶହୀଦ ହୋଇଥିଲେ । ଶହୀଦ ଯବାନ ମାନେ ସିଆରପିଏଫ୍‌ର ୧୯୯ ବାଟାଲିୟନର ଥିଲେ । ସେମାନଙ୍କ ନାମ ମୋହନ ଲାଲ, ଓପି ସାଝୀ ଏବଂ ମହାଦେବ ପଟେଲ ବୋଲି ଜଣା ପଡିଛି ।

Intro:Body:

wrwe

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.