ETV Bharat / bharat

ଅପରେସନ 'ସମୁଦ୍ର ସେତୁ': ଦେଶ ଫେରିବେ ବିଦେଶରେ ଫସିଥିବା ଭାରତୀୟ

author img

By

Published : May 6, 2020, 12:05 AM IST

ଭାରତୀୟ ନୌସେନା ଆରମ୍ଭ କରିଛି ଅପରେସନ୍ ‘ସମୁଦ୍ର ସେତୁ’ । ବିଦେଶରୁ ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଭାରତୀୟ ନୌସେନା ଚଲାଇଛି ପ୍ରୟାସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭାରତୀୟ ନୌସେନା ଲଞ୍ଚ କଲା ‘ସମୁଦ୍ର ସେତୁ’
ଅପରେସନ 'ସମୁଦ୍ର ସେତୁ': ଦେଶ ଫେରିବେ ବିଦେଶରେ ଫସିଥିବା ଭାରତୀୟ

ନୂଆଦିଲ୍ଲୀ: ଭାରତୀୟ ନୌସେନା ବିଦେଶରୁ ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିଛି । ଏଥିଲାଗି ଆରମ୍ଭ କରିଛି ଅପରେସନ୍ ‘ସମୁଦ୍ର ସେତୁ’ । ଭାରତୀୟ ନୌସେନାର ଜାହାଜ ଜଳସ୍ବ ଅନ୍ୟ ଏକ ଜାହାଜ ସହିତ ମାଲଦ୍ବୀପ ରିପବ୍ଲିକ୍ ବନ୍ଦରରେ ପ୍ରବେଶ କରିବାକୁ ଯାଉଛି । ଏହି ଅପରେସନର ପ୍ରଥମ ପର୍ଯ୍ୟାୟରେ, ଭାରତୀୟ ନାଗରିକଙ୍କ ସ୍ଥାନାନ୍ତର କାର୍ଯ୍ୟ ମେ 8 ତାରିଖରୁ ଆରମ୍ଭ ହେବ ।

ବିଦେଶରେ ରହୁଥିବା ଭାରତୀୟ ନାଗରିକଙ୍କ ଉପରେ କୋଭିଡ-19 ମହାମାରୀର ପ୍ରଭାବ ଉପରେ ଭାରତ ସରକାର କଡ଼ା ନଜର ରଖିଛନ୍ତି । ବିଦେଶରେ ଫସି ରହିଥିବା ସାଧାରଣ ନାଗରିକଙ୍କୁ ଥଇଥାନ ପାଇଁ ଉପଯୁକ୍ତ ପ୍ରସ୍ତୁତି କରିବାକୁ ଭାରତୀୟ ନୌସେନାକୁ ନିର୍ଦ୍ଦେଶ ଦିଆଯାଇଛି ।

ମାଲଦ୍ବୀପ ରିପବ୍ଲିକରେ ଥିବା ଭାରତୀୟ ମିଶନ ନୌସେନା ଏକ ତାଲିକା ପ୍ରସ୍ତୁତି କରୁଛି । ଯେଉଁ ଭାରତୀୟ ନାଗରିକମାନେ ଏହି ଜାହାଜ ଦ୍ବାରା ଆସିବେ କେବଳ ସେମାନଙ୍କର ହିଁ ତାଲିକା ପ୍ରସ୍ତୁତ କରାଯାଉଛି । ସେମାନଙ୍କର ସମସ୍ତ ଡାକ୍ତରୀ ସ୍କ୍ରିନିଂ ପରେ ସେମାନଙ୍କୁ ଜାହାଜ ଦ୍ବାରା ଭାରତ ଅଣାଯିବ । ପ୍ରଥମ ଯାତ୍ରା ସମୟରେ ସମୁଦାୟ 1000 ନାଗରିକ ଆଣିବାକୁ ଯୋଜନା କରାଯାଇଛି । ଏଥିରେ ଉପଲବ୍ଧ କ୍ଷମତା ଏବଂ ଚିକିତ୍ସା ସୁବିଧା ସହିତ ସାମାଜିକ ଦୂରତାକୁ ମଧ୍ୟ ଧ୍ୟାନରେ ରଖାଯିବ ।

ନୌସେନାର ଜାହାଜରେ ଥଇଥାନ କାର୍ଯ୍ୟ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇଛି । ସେଠାରୁ ଅଣାଯାଉଥିବା ନାଗରିକମାନଙ୍କୁ ସମୁଦ୍ର ଯାତ୍ରା ସମୟରେ ମୌଳିକ ସୁବିଧା ଏବଂ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । କୋଭିଡ-19 ସହିତ ଜଡିତ ଆହ୍ବାନକୁ ଦୃଷ୍ଟିରେ ରଖି ପ୍ରୋଟୋକଲଗୁଡିକ ମଧ୍ୟ ନିର୍ଦ୍ଧାରିତ କରାଯାଇଛି ।

ବିଦେଶରୁ ଅଣାଯାଉଥିବା ଏହି ନାଗରିକମାନେ କେରଳର କୋଚିରେ ଅବତରଣ କରିବେ ଏବଂ ସେଠାରେ ସେମାନଙ୍କ ଅଧିକ ଯତ୍ନ ନେବା ପାଇଁ ରାଜ୍ୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ । ପ୍ରତିରକ୍ଷା ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ବିଭିନ୍ନ ଏଜେନ୍ସି ଏବଂ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଏହି ଅପରେସନ୍ ଚାଲିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.