ETV Bharat / bharat

ନବରାତ୍ରୀ: ପ୍ରଥମ ଦିନରେ ଶୈଳପୁତ୍ରୀଙ୍କ ପୂଜା, ଜାଣନ୍ତୁ ଘଟ ସ୍ଥାପନାର ଶୁଭ ମୁହୂର୍ତ୍ତ - ପ୍ରଥମ ଦିନରେ ଶୈଳପୁତ୍ରୀଙ୍କ ପୂଜା

ରବିବାରଠାରୁ ଆରମ୍ଭ ହୋଇଯାଇଛି ଶାରଦୀୟ ନବରାତ୍ରୀ । ପ୍ରଥମ ଦିନରେ ଶୈଳପୁତ୍ରୀଙ୍କ ପୂଜା । ଦେଶର ସବୁ ଶକ୍ତିପୀଠରେ ଭକ୍ତଙ୍କ ଭିଡ । ନବରାତ୍ରୀ ଅବସରରେ ଦେଶବାସୀଙ୍କ ଶୁଭେଚ୍ଛା ଜଣାଇଲେ ମୋଦି ।

ଡିଜାଇନ ଫଟୋ
author img

By

Published : Sep 29, 2019, 9:58 AM IST

ହାଇଦ୍ରାବାଦ: ଶରତ ଆକାଶରେ କଳାମେଘର ବାଦଲ ଅପସରି ଯାଉଛି । ନୀଳ ଗଗନରେ ଧଳା ବାଦଲର ମନଲୋଭା ଦୃଶ୍ୟ ଧରାପୃଷ୍ଠକୁ ଦଶଭୂଜା ମା’ ଆଦ୍ୟାଶକ୍ତିଙ୍କ ଆବିର୍ଭାବକୁ ଆଜି ସ୍ବାଗତ କରୁଛି । ମା'ଙ୍କର ସ୍ବାଗତ ପାଇଁ ଧରଣୀ ରାଣୀ ସବୁଜିମାର ଶାଢୀରେ ସତେଜ ସତେଜ ଲାଗୁଥିବା ବେଳେ ଶାରଦୀୟ ନବରାତ୍ରୀର ଆରମ୍ଭ ହୋଇସାରିଛି ।

ରବିବାର ପ୍ରଥମ ଦିନରେ ମାତା ଶୈଳପୁତ୍ରୀଙ୍କୁ ପୂଜା କରାଯିବ । ଚଳିତ ଥର ଶାରଦୀୟ ନବରାତ୍ରୀ 29 ସେପ୍ଟମ୍ବରରୁ ଅକ୍ଟୋବର 7 ପର୍ଯ୍ୟନ୍ତ ପାଳନ କରାଯିବ । 8 ଅକ୍ଟୋବର ବିଜୟା ଦଶମୀର ପର୍ବ । ନବରାତ୍ରୀରେ ମା'ଙ୍କୁ ନଅ ରୂପରେ ପୂଜାର୍ଚ୍ଚନା କରଯିବ ।

hyd
ଫାଇଲ ଫଟୋ

ନବରାତ୍ରୀ ପାଇଁ ସକାଳୁ ଦେଶର ସବୁ ଶକ୍ତିପୀଠରେ ଭକ୍ତଙ୍କ ଭିଡ ଲାଗି ରହିଛି । ମୁମ୍ବାଇର ମୁମ୍ବାଦେବୀ ମନ୍ଦିରରେ ପ୍ରଥମ ଦିନର ଆରତୀ ଆରମ୍ଭ ହୋଇ ସାରିଛି । ସେହିପରି ଦିଲ୍ଲୀର କାଳକାଜୀ ଓ ଝଣ୍ଡେବଲନ ମନ୍ଦିରରେ ମା'ଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇସାରିଛି ।

hyd
ଫଟୋ ସୌଜନ୍ୟ: ଏଏନଆଇ

ଜାଣନ୍ତୁ ଘଟ ସ୍ଥାପନାର ଶୁଭ ସମୟ...

ନବରାତ୍ରୀ ପାଇଁ ଘଟ ସ୍ଥାପନାର ଶୁଭ ମୁହୂର୍ତ୍ତ ସକାଳ 6ଟା 13ରୁ 7ଟା 40 ପର୍ଯ୍ୟନ୍ତ ରହିଛି । ଆହୁରି ମଧ୍ୟ ସକାଳ 11ଟା 47ରୁ ମଧ୍ୟାହ୍ନ 12ଟା 25 ପର୍ଯ୍ୟନ୍ତ କଳସ ସ୍ଥାପନା କରିହେବ । କଳସ ସ୍ଥାପନା ସମୟରେ ବାଲିର ବ୍ୟବହାର କରଯାଇଥାଏ । ଏହାପରେ କଳସରେ ଗଙ୍ଗାଜଳ, ଗୁଜୁରାତି, ପାନ, ଗୁଆ, ଚନ୍ଦନ ଅକ୍ଷତ, ହଳଦୀ ଆଦି କଳସରେ ରଖାଯାଏ ।

hyd
ଫାଇଲ ଫଟୋ

ନବରାତ୍ରୀରେ ମୋଦିଙ୍କ ଶୁଭେଚ୍ଛା...

ନବରାତ୍ରୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ଜାରି କରିବା ସହ ମା' ଦୁର୍ଗା ସମସ୍ତଙ୍କ ଜୀବନରେ ନୂତନ ଉର୍ଜା ଓ ଉତ୍ସାହ ସଞ୍ଚାର କରନ୍ତୁ ବୋଲି ମୋଦି ଲେଖିଛନ୍ତି ।

hyd
ଫଟୋ ସୌଜନ୍ୟ: ଟ୍ବିଟର @narendramodi

Intro:Body:

hgf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.