ETV Bharat / bharat

ନବରାତ୍ରୀ 7ମ ଦିନ: ଅକାଳ ମୃତ୍ୟୁରୁ ରକ୍ଷା କରନ୍ତି ମା କାଳରାତ୍ରୀ - ନବରାତ୍ରୀ ପୂଜା 2020

ନବରାତ୍ରୀ ପୂଜାର 7ମ ଦିନରେ ମା' କାଳରାତ୍ରୀଙ୍କୁ ପୂଜା କରିଥାନ୍ତି ଭକ୍ତମାନେ । ମା କାଳରାତ୍ରୀ ଅଭୟ ବରଦାନ ସହ ଗ୍ରହଦୋଷ ଦୂର କରିଥାନ୍ତି । ଏଥିସହ ଅକାଳମୃତ୍ୟୁରୁ ମଧ୍ୟ ରକ୍ଷା କରିଥାନ୍ତି ଓ ଅଜ୍ଞାତ ଭୟ, ଶତ୍ରୁ ଭୟ ଓ ମାନସିକ କଷ୍ଟ ଦୂର କରିଥାନ୍ତି।

ନବରାତ୍ରୀ 7ମ ଦିନ: ଅକାଳ ମୃତ୍ୟୁରୁ ରକ୍ଷା କରନ୍ତି ମା କାଳରାତ୍ରୀ

author img

By

Published : Oct 23, 2020, 10:42 AM IST

ହାଇଦ୍ରାବାଦ: ଚାଲିଛି ମା' ଜଗତଜନନୀଙ୍କ ନବରାତ୍ରୀ ପୂଜା । ଏହି ନବରାତ୍ରୀ ପୂଜାର 7ମ ଦିନରେ ମା' କାଳରାତ୍ରୀଙ୍କୁ ପୂଜା କରିଥାନ୍ତି ଭକ୍ତମାନେ । ଅସୁରଙ୍କ ସଂହାର କରିବା ପାଇଁ ମା' ଉଗ୍ର ରୂପ ଧାରଣ କରିଥିଲେ । ମାନ୍ୟତା ରହିଛି ସପ୍ତମୀ ତିଥିରେ ମା'ଙ୍କୁ ବିଧିବିଧାନ ଓ ଭକ୍ତି ଭାବରେ ପୂଜା କଲେ ମା' ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି । ଏଥିପାଇଁ ମା' ଶୁଭଙ୍କରୀ ନାଁରେ ବି ପରିଚିତ । ବିଶେଷ କରି ମା'ଙ୍କ ପୂଜା ରାତିରେ କରାଯାଏ ।

ଦେବୀ ଭାଗବତ ପୁରାଣ ଅନୁସାର, ମା କାଳରାତ୍ରୀ ଅଭୟ ବରଦାନ ସହ ଗ୍ରହଦୋଷ ଦୂର କରିଥାନ୍ତି । ଏଥିସହ ଅକାଳମୃତ୍ୟୁରୁ ମଧ୍ୟ ରକ୍ଷା କରିଥାନ୍ତି ଓ ଅଜ୍ଞାତ ଭୟ, ଶତ୍ରୁ ଭୟ ଓ ମାନସିକ କଷ୍ଟ ଦୂର କରିଥାନ୍ତି। ମା' କାଳରାତ୍ରୀ କାଳୀ, ମହାକାଳୀ, ଭଦ୍ରକାଳୀ, ଭୈରବୀ, ରୁଦ୍ରାଣୀ, ଚଣ୍ଡି, ରୌଦ୍ରୀ ଓ ଧୁମୋରଣା, ଚାମୁଣ୍ଡାଙ୍କ ନାଁରେ ଜଣାସୁଣା ।

ଦେବୀ କାଳରାତ୍ରୀଙ୍କ ଶରୀର ଅନ୍ଧାର ପରି କଳା ବର୍ଣ୍ଣ , ମୁକୁଳା କେଶ ସାଙ୍ଗକୁ ବେକରେ ବିଜୁଳି ପରି ଚମକୁଥିବା ମାଳ । ମୁଖରେ କ୍ରୋଧର ଭାବ ଦେଖିବାକୁ ମିଳେ । ମା' ଗଧ ଉପରେ ବିରାଜମାନ କରିଥାନ୍ତି । ମା'ଙ୍କ ଡାହାଣ ହସ୍ତ ସର୍ବଦା ଉପରକୁ ଉଠି ରହିଥାଏ ଯାହାର ଅର୍ଥ ସମସ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି। ଡାହାଣ ପାଶ୍ବର ନିମ୍ନ ହସ୍ତ ଅଭୟ ମୁଦ୍ରାରେ ରହିଥାଏ ଓ ବାମ ପାଶ୍ବର 2 ହସ୍ତରେ ଅସ୍ତ୍ର ଧରିଥାନ୍ତି । ମା'ଙ୍କ 3ଟି ଆଖି ରହିଛି ।

ପୌରାଣିକ କଥା ଅନୁସାରେ, ଶୁମ୍ଭ-ନିଶୁମ୍ଭ ଓ ରକ୍ତବୀଜର ସଂହାର ପାଇଁ ମା ପାର୍ବତୀ ଦୁର୍ଗାଙ୍କ ରୂପ ଧାରଣା କରିଥିଲେ । ଦୁର୍ଗାଙ୍କ ରୂପରେ ଶୁମ୍ଭ-ନିଶୁମ୍ଭ 2ରାକ୍ଷାସର ବଧ କରିଥିଲେ । କିନ୍ତୁ ରକ୍ତବୀଜକୁ ବଧ କଲାବେଳେ ତା' ଶରୀରରୁ ପଡୁଥିବା ରକ୍ତ ଧରାପୃଷ୍ଠରେ ପଡି ଲକ୍ଷ ଲକ୍ଷ ରକ୍ତବୀଜ ଜନ୍ମନେଲେ । ସେତେବେଳେ ମା' ଦୁର୍ଗା କାଳରାତ୍ରୀ ସ୍ବରୂପରେ ଆର୍ବିଭାବ ହୋଇଥିଲେ ଓ ରକ୍ତବୀଜର ବଧ କରି ତା'ର ରକ୍ତପାନ କରି ସୃଷ୍ଟିକୁ ଉଦ୍ଧାର କରିଥିଲେ ।

ମା'ଙ୍କ ଏହି ସ୍ବରୂପର ପୂଜା କଲେ ସମସ୍ତ ରିଦ୍ଧି-ସିଦ୍ଧି ପ୍ରାପ୍ତ ହୋଇଥାଏ । ମା'ଙ୍କୁ ନାଲି ପୁଷ୍ପ ଓ ଗୁଡ ଭୋଗ ଅର୍ପଣ କଲେ ମା ସନ୍ତୁଷ୍ଟ ହୋଇଥାନ୍ତି ।

ମନ୍ତ୍ର

1.ଯା ଦେବୀ ସର୍ବଭୁତେଷୁ ମା' କାଳରାତ୍ରୀ ରୂପେଣ ସଂସ୍ଥିତା ।

ନମତସ୍ମୈ ନମତସ୍ମୈ ନମତସ୍ମୈ ନମୋ ନମଃ । ।

2. ଓଁ କାଳରାତ୍ରୀ ଦେବୟା ନମଃ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.