ETV Bharat / bharat

588 ଭାରତୀୟ ନାଗରିକଙ୍କୁ ନେଇ କୋଚି ଅଭିମୁଖେ ଯାତ୍ରା କଲା ଜଲାଶ୍ୱା

author img

By

Published : May 16, 2020, 4:56 PM IST

ଶନିବାର ସକାଳେ 588 ଭାରତୀୟ ନାଗରିକଙ୍କୁ ନେଇ ଭାରତୀୟ ନୌସେନାର ଜାହାଜ ଜଲାଶ୍ୱା ମାଲଦ୍ୱୀପରେ ମେଲ ବନ୍ଦର ଛାଡି କୋଚି ଅଭିମୁଖେ ଯାତ୍ରା କରିଛି।

jalashaa
588 ଭାରତୀୟ ନାଗରିକଙ୍କୁ ନେଇ କୋଚି ଅଭିମୁଖେ ଯାତ୍ରା କଲା ଜାଲାଶୱା

ନୂଆଦିଲ୍ଲୀ: 588 ଭାରତୀୟ ନାଗରିକଙ୍କୁ ନେଇ କୋଚି ଅଭିମୁଖେ ଯାତ୍ରା କଲା ଭାରତୀୟ ନୌସେନାର ଜାହାଜ ଜଲାଶ୍ୱା । ଶନିବାର ସକାଳେ 588 ଭାରତୀୟ ନାଗରିକଙ୍କୁ ନେଇ ଭାରତୀୟ ନୌସେନାର ଜାହାଜ ଜାଲାଶୱା ମାଲଦ୍ୱୀପରେ ମେଲ ବନ୍ଦର ଛାଡି କୋଚି ଅଭିମୁଖେ ଯାତ୍ରା କରିଛି। ନାଗରିକ ମାନଙ୍କୁ ଫେରାଇ ଆଣିବା ସମୁଦ୍ର ସେତୁ ଅଭିଯାନ ଏହା ଦ୍ବିତୀୟ ଫେଜ । ଏହି ଅଭିଯାନରେ ବିଦେଶରେ ଫସିଥିବା ଭାରତୀୟ ନାଗରିକଙ୍କୁ ସମୁଦ୍ର ସେତୁ ଦ୍ବାରା ଉଦ୍ଧାର କରାଯାଉଛି ।

ଗତ ମେ 15ରେ ଏହି ଜାହାଜ ମେଲ ବନ୍ଦରରେ ପ୍ରବେଶ କରି ମାଲଦ୍ୱୀପରେ ଭାରତୀୟ ଦୂତାବାସରେ ପଞ୍ଜୀକୃତ କରିଥିବା ଭାରତୀୟ ନାଗରିକଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା। ଏହା ହେଉଛି ଆଇଏନଏସ ଜଲାଶ୍ୱାର ଦ୍ବିତୀୟ ଯାତ୍ରା । ତେବେ ଗତ ଶୁକ୍ରବାର ଜାହାଜଟି କୋଚି ଅଭିମୁଖେ ଯାତ୍ରା କରିବାକୁ ଥିଲା । ମାତ୍ର ଖରାପ ପାଗ ହେତୁ ଶନିବାର ସକାଳେ ଜାହାଜଟି ଯାତ୍ରା ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.