ETV Bharat / bharat

ପାଇଲଟଙ୍କ ଘରବାହୁଡା ନେଇ ଏପରି କହିଲେ ଗେହଲଟ...

author img

By

Published : Aug 12, 2020, 4:27 PM IST

ରାଜସ୍ଥାନରେ ରାଜନୈତିକ ସଙ୍କଟ ଆରମ୍ଭ ହେବା ପରଠାରୁ ଏକ ମାସ ଧରି ହୋଟେଲରେ ରହିଥିବା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ସ୍ବଭାବିକ । କିନ୍ତୁ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ବିଧାୟକମାନଙ୍କୁ ଅନୁରୋଧ କରିଛନ୍ତି ବୋଲି ଗେହଲଟ କହିଛନ୍ତି।

ପାଇଲଟଙ୍କ ଘରବାହୁଡା ନେଇ ଏପରି କହିଲେ ଗେହଲଟ...
ପାଇଲଟଙ୍କ ଘରବାହୁଡା ନେଇ ଏପରି କହିଲେ ଗେହଲଟ...

ଜୟପୁର: ରାଜସ୍ଥାନ ରାଜନୀତିର ହଟଚମଟ ଶେଷ ହୋଇଛି । ବିଦ୍ରୋହୀ ସଚିନ ପାଇଲଟ ନରମି ୧୮ ବିଧାୟକଙ୍କ ସହ କଂଗ୍ରେସକୁ ଫେରିଛନ୍ତି । ତେବେ ପାଇଲଟଙ୍କ ଫେରିବା ଦ୍ବାରା ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ସାମ୍ମାରେ ଉପୁଜିଥିବା ସଙ୍କଟ ଅନେକ ମାତ୍ରାରେ ଦୂର ହୋଇଛି । ଅନ୍ୟପକ୍ଷରେ ବିଦ୍ରୋହୀଙ୍କ ଘର ବାହୁଡାକୁ ନେଇ ଗେହଲଟ କ୍ୟାମ୍ପରେ ବିରୋଧର ସ୍ବର ଉଠୁଛି । ତେବେ ଏନେଇ ମୁଖ୍ୟମନ୍ତ୍ରୀ ଗେହଲଟ ବୁଧବାର ପ୍ରତିକ୍ରିୟା ଦେଇଛନ୍ତି । ରାଜସ୍ଥାନରେ ରାଜନୈତିକ ସଙ୍କଟ ଆରମ୍ଭ ହେବା ପରଠାରୁ ଏକ ମାସ ଧରି ହୋଟେଲରେ ରହିଥିବା କଂଗ୍ରେସ ବିଧାୟକଙ୍କ ମଧ୍ୟରେ ଅସନ୍ତୋଷ ସ୍ବଭାବିକ । କିନ୍ତୁ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ବିଧାୟକମାନଙ୍କୁ ଅନୁରୋଧ କରିଛନ୍ତି ବୋଲି ଗେହଲଟ କହିଛନ୍ତି।

ସଚିନ ପାଇଲଟ ଏବଂ ଅନ୍ୟ ବିଦ୍ରୋହୀ ବିଧାୟକଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଏକ ସ୍ପଷ୍ଟ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ' ରାଜସ୍ଥାନର ରାଜନୈତିକ ପରିସ୍ଥିତି ଯୋଗୁଁ କଂଗ୍ରେସ ବିଧାୟକଙ୍କୁ ଏତେ ଦିନ ହୋଟେଲରେ ରହିବାକୁ ପଡିଲା । ତେଣୁ ସେମାନେ ବିଦ୍ରୋହୀଙ୍କ ଉପରେ ରାଗିବା ସ୍ବଭାବିକ । କିନ୍ତୁ ମୁଁ ସେମାନଙ୍କୁ ବୁଝାଇ ଦେଇଛି । ଦେଶ, ରାଜ୍ୟ ତଥା ରାଜ୍ୟବାସୀଙ୍କ ପାଇଁ ଆମକୁ ଅନେକ ଥର ସହିବାକୁ ପଡିବ ଏବଂ ଗଣତନ୍ତ୍ରକୁ ବଞ୍ଚାଇବାକୁ ପଡ଼ିବ। ବର୍ତ୍ତମାନ ସମସ୍ତେ ମିଶି ରାଜ୍ୟର ବିକାଶ ପାଇଁ ମିଳିତ ଭାବେ କାର୍ଯ୍ୟ କରିବୁ। ଆମେ ସମସ୍ତେ ଏକାଠି କାମ କରିବୁ । ଚାଲିଯାଇଥିବା ଆମ ବନ୍ଧୁମାନେ ମଧ୍ୟ ଫେରି ଆସିଛନ୍ତି। ମୁଁ ଆଶା କରୁଛି ଯେ ସମସ୍ତ କଥା ଭୁଲି ସମସ୍ତେ ଏକାଠି ରାଜ୍ୟ ସେବା କରିବା ପାଇଁ ନିଜର ସଂକଳ୍ପ ପୂରଣ କରିବେ।'

ସେପଟେ ବିଜେପି ରାଜ୍ୟ ସରକାରକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀ ଦୋହରାଇଛନ୍ତି । ସେ କହିଛନ୍ତି, ବିଜେପିର ଖେଳ ସଫଳ ହୋଇପାରିଲା ନାହିଁ । ମିଥ୍ୟା ଆଗରେ ସତ୍ୟର ବିଜୟ ହେଲା ।

ସୂଚନାଯୋଗ୍ୟ ଯେ, ସଚିନ ପାଇଲଟଙ୍କ ନେତୃତ୍ବରେ ଗେହଲଟଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିବା 18 ଜଣ ବିଧାୟକ ନୂଆଦିଲ୍ଲୀରେ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ମଙ୍ଗଳବାର ଦିନ ଜୟପୁରକୁ ଫେରିଛନ୍ତି। ତେବେ ସେମାନଙ୍କ ପ୍ରତ୍ୟାବର୍ତ୍ତନ ନେଇ ଗେହଲ କ୍ୟାମ୍ପର କିଛି ବିଧାୟକ ରାଗିଥିବା କୁହାଯାଉଛି। ମଙ୍ଗଳବାର ରାତିରେ ଜୈସାଲମେରର ହୋଟେଲ ସୂର୍ଯ୍ୟଗଡରେ କଂଗ୍ରେସ ବିଧାନସଭା ପାର୍ଟିର ବୈଠକରେ ଏହି ବିଧାୟକମାନେ ମୁଖ୍ୟମନ୍ତ୍ରୀ ତଥା ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସମ୍ମୁଖରେ ଅସନ୍ତୋଷ ବ୍ୟକ୍ତ କରିଥିବା ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.