ETV Bharat / bharat

ପୃଥିବୀ ପାଇଁ ପ୍ରାକୃତିକ ବିପତ୍ତିର ବର୍ଷ ପାଲଟିଲା 2020 - ପ୍ରାକୃତିକ ବିପର୍ଯ୍ୟୟ

ପ୍ରାକୃତିକ ବିପର୍ଯ୍ୟୟର ସାକ୍ଷୀ ରହିଛି 2020 । କେଉଁଠି ଜଙ୍ଗଲ ନିଆଁ ସବୁକିଛି ଜାଳି ପୋଡି ଛାରଖାର କରିଦେଇଛି ତ ଆଉ କେଉଁଠି ମନରୁ ଲିଭୁନାହିଁ ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର କରାଳ ରୂପ । ଅଧିକ ପଢନ୍ତୁ...

ପୃଥିବୀ ପାଇଁ ପ୍ରାକୃତିକ ବିପର୍ଯ୍ୟୟର ବର୍ଷ ପାଲଟିଲା 2020

author img

By

Published : Dec 24, 2020, 10:21 PM IST

ନୂଆଦିଲ୍ଲୀ: କେବଳ ଯେ ଭାରତ ନୁହେଁ ସାରା ବିଶ୍ବ ଛାତିରେ ଭୟର ଛାପ ଛାଡି ଯାଇଛି 2020 । ସାଧାରଣ ଜୀବନକୁ ସମ୍ପୂ୍ର୍ଣ୍ଣ ବଦଳାଇ ଦେଇଛି ଏହି ବର୍ଷ । କେତେବେଳେ କୋରୋନା ଭୟ ତ ପୁଣି କେତେବେଳେ ପ୍ରାକୃତିକ ବିପର୍ଯ୍ୟୟର ସାକ୍ଷୀ ରହିଛି 2020 । କେଉଁଠି ଜଙ୍ଗଲ ନିଆଁ ସବୁକିଛି ଜାଳି ପୋଡି ଛାରଖାର କରିଦେଇଛି ତ ଆଉ କେଉଁଠି ମନରୁ ଲିଭୁନାହିଁ ବାତ୍ୟା ଓ ବନ୍ୟା କ୍ଷୟକ୍ଷତିର କରାଳ ରୂପ ।

ପୃଥିବୀ ପାଇଁ ପ୍ରାକୃତିକ ବିପର୍ଯ୍ୟୟର ବର୍ଷ ପାଲଟିଲା 2020
ଆମାଜନ ରେନଫରେଷ୍ଟ ଅଗ୍ନିକାଣ୍ଡସେପ୍ଟେମ୍ବର ପ୍ରଥମ ସପ୍ତାହରେ ବ୍ରାଜିଲର ଆମାଜନ ରେନ୍‌ଫରେଷ୍ଟରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ । ବ୍ରାଜିଲର ଜାତୀୟ ମହାକାଶ ଗବେଷଣା ସଂସ୍ଥା INPE ତଥ୍ୟ ଅନୁଯାୟୀ ବ୍ରାଜିଲ ସେପ୍ଟେମ୍ବରରେ ଆମାଜନ ରେନଫରେଷ୍ଟରେ 8,373 ଥର ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ବର୍ଷର ପ୍ରଥମ ନଅ ମାସରେ ଆମାଜନରେ ଅଗ୍ନିକାଣ୍ଡ 13% ବୃଦ୍ଧି ପାଇଛି।
ଆମାଜନ ରେନଫରେଷ୍ଟ ଅଗ୍ନିକାଣ୍ଡ
ଆମାଜନ ରେନଫରେଷ୍ଟ ଅଗ୍ନିକାଣ୍ଡ
ଇଣ୍ଡୋନେସିଆ ବନ୍ୟାଇଣ୍ଡୋନେସିଆରେ ଜାନୁଆରୀ ପହିଲା ରାତିକୁ ଛାରଖାର କରିଦେଇଥିଲା ପ୍ରଳୟଙ୍କାରୀ ବନ୍ୟା । ଫୁଲିଉଠିଥିବା ନଦୀର ଜଳରାଶି ପରବର୍ତ୍ତୀ ସମୟରେ ପ୍ରଳୟଙ୍କାରୀ ବନ୍ୟାର ରୂପ ନେଇଥିଲା । ବନ୍ୟା କାରଣରୁ 4 ଲକ୍ଷରୁ ଅଧିକ ବିସ୍ଥାପିତ ହୋଇଥିବାବେଳେ 66 ଜଣଙ୍କ ମୃତ୍ୟୁ ହୋଇଥିଲା ।ଫିଲିପାଇନ୍ସ ଜ୍ବାଳାମୁଖୀ ବିସ୍ଫୋରଣଫିଲିପାଇନ୍ସରେ ରହିଛି 20ରୁ ଅଧିକ ଜ୍ବାଳାମୁଖୀ, ଯେଉଁ କାରଣରୁ ଦେଶ ଉପରେ ସର୍ବଦା କ୍ଷୟକ୍ଷତିର ବିପଦ ରହିଥାଏ । 2020 ଜାନୁଆରୀରେ ଫିଲିପାଇନ୍ସରେ ଦେଖିବାକୁ ମିଳିଥିଲା ଜ୍ବାଳାମୁଖୀ ବିସ୍ଫୋରଣ । ଏହାଯୋଗୁଁ ପ୍ରଶାସନକୁ 3 ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପଡିଥିଲା ।
ଫିଲିପାଇନ୍ସ ଜ୍ବାଳାମୁଖୀ ବିସ୍ଫୋରଣ
ଫିଲିପାଇନ୍ସ ଜ୍ବାଳାମୁଖୀ ବିସ୍ଫୋରଣ
ଫିଲିପାଇନ୍ସରେ ଭାମକୋ ଭୟାବହତା2020 ନଭେମ୍ବରରେ ଫିଲିପାଇନ୍ସରେ ସ୍ଥଳଭାଗ ଛୁଇଁଥିଲା ସାମୁଦ୍ରିକ ଝଡ ଭାମକୋ । ଏହି ଝଡ ଫିଲିପାଇନ୍ସରେ ରଚିଥିଲା କ୍ଷୟକ୍ଷତିର ତାଣ୍ଡବ । 70ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଘରଦ୍ବାର ଭାଙ୍ଗି ନଷ୍ଟ ହୋଇଥିଲା ।
ଫିଲିପାଇନ୍ସରେ ଭାମକୋ ଭୟାବହତା
ଫିଲିପାଇନ୍ସରେ ଭାମକୋ ଭୟାବହତା
ଚୀନ-ଭାରତ-ଇରାନ-ଫିଲିପାଇନ୍ସ-ଋଷ-ତୁର୍କୀରେ ଭୂମିକମ୍ପ2020ରେ ଭୂମିକମ୍ପର ଛାତିଛରା ଦୃଶ୍ୟ ଲୋକଙ୍କ ମନରେ ଏବେ ବି ସଦ୍ୟ ରହିଛି । ଚଳିତବର୍ଷ ଭୂମିକମ୍ପରେ ଥରିଥିଲା ଭାରତ ସମେତ ଚୀନ, ଇରାନ, ଫିଲିପାଇନ୍ସ, ଋଷ, ତୁର୍କୀ । ଜାମାଇକା ଓ ଋଷରେ ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ରହିଥିଲା 7 । ସେପଟେ ନିକଟରେ ତୁର୍କୀରେ ହୋଇଥିବା ବଡ ଧରଣର ଭୂମିକମ୍ପରେ 41 ଜଣଙ୍କ ଜୀବନ ଯାଇଥିବା ବେଳେ ଅନେକ ଅଟାଳିକା ମାଟିରେ ମିଶିଯାଇଥିଲା ।
ଚୀନ-ଭାରତ-ଇରାନ-ଫିଲିପାଇନ୍ସ-ଋଷ-ତୁର୍କୀରେ ଭୂମିକମ୍ପ

ବାଂଲାଦେଶ-ଭାରତରେ ଅମ୍ଫାନ ଆତଙ୍କ2020ରେ ବଙ୍ଗୋପସାଗରରେ ସୃଷ୍ଟି ଘୁର୍ଣ୍ଣିଝଡ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେଇଥିଲା, ଯାହାର ନାଁ ଥିଲା ଅମ୍ଫାନ । ଏହି ବାତ୍ୟା ପ୍ରଭାବରେ ଭାରତ ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି ଦେଖିବାକୁ ମିଳିଥିଲା । ଭାରତରେ ଏହି ବାତ୍ୟା ନେଇଥିଲା 85ରୁ ଉର୍ଦ୍ଧ୍ବ ଜୀବନ । ପଶ୍ଚିମବଙ୍ଗର ମେଦିନାପୁର, ଦକ୍ଷିଣ 24 ପ୍ରଗଣା, କୋଲକାତା, ହାୱଡା, ହୁଗଲିରେ ବ୍ୟପକ କ୍ଷୟକ୍ଷତି ହୋଇଥିବା ବେଳେ ଓଡିଶାରେ 45 ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ ।
ବାଂଲାଦେଶ-ଭାରତରେ ଅମ୍ଫାନ ଆତଙ୍କ
ବାଂଲାଦେଶ-ଭାରତରେ ଅମ୍ଫାନ ଆତଙ୍କ
କେବଳ ଅମ୍ଫାନ ନୁହେଁ ବର୍ଷ ଶେଷରେ ହୋଇଥିବା ନିଭାର ଓ ବୁରେଭି ଭଳି ବାତ୍ୟା ପ୍ରଭାବରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକୁ ଜଳପ୍ରଳୟର ସାମ୍ନା କରିବାକୁ ପଡିଥିଲା ।
ଉତ୍ତରାଖଣ୍ଡ ଜଙ୍ଗଲରେ ଅଗ୍ନିକାଣ୍ଡମେ ମାସରେ ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ପରବର୍ତ୍ତୀ ସମୟରେ ବ୍ୟାପକ ହେବାକୁ ଲାଗିଥିଲା । ଏହି ନିଆଁ 51 ହେକ୍ଟର ଜଙ୍ଗଲ ଭୂମିକୁ ନିଜ ଆୟତ୍ତକୁ ନେଇଥିଲା । ଏଥିଯୋଗୁଁ ବନ ବିଭାଗକୁ 1 ଲକ୍ଷରୁ ଅଧିକ ମୂଲ୍ୟ ସମ୍ପତ୍ତିର କ୍ଷତି ସହିବାକୁ ପଡିଥିଲା ।
ଉତ୍ତରାଖଣ୍ଡ ଜଙ୍ଗଲରେ ଅଗ୍ନିକାଣ୍ଡ
ଉତ୍ତରାଖଣ୍ଡ ଜଙ୍ଗଲରେ ଅଗ୍ନିକାଣ୍ଡ
ଆସାମରେ ବନ୍ୟା ବିତ୍ପାତଭାରତରେ କିଛି ରାଜ୍ୟ ପାଇଁ ବର୍ଷା ବରଦାନ ସାବ୍ୟସ୍ତ ହେଉଥିବା ବେଳେ ଅନ୍ୟକିଛି ରାଜ୍ୟ ପାଇଁ ଏହା ଅଭିଷାପ ରୂପେ ପରିଗଣିତ ହୁଏ । 2020ରେ ଆସାମର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇଥିଲା । ଆସାମ ବନ୍ୟା ଯୋଗୁଁ 100ରୁ ଅଧିକ ଜଣଙ୍କ ମୃତ୍ୟୁ ହେବା ସହ 1,981,801 ଜଣ ପ୍ରଭାବିତ ହୋଇଥିଲେ । ସେପଟେ କାଜିରଙ୍ଗା ଜାତୀୟ ଉଦ୍ୟାନରେ 14 ଗଣ୍ଡାଙ୍କ ସମେତ 137 ଜୀବଜନ୍ତୁ ପ୍ରାଣ ହରାଇଥିଲେ ।
ଆସାମରେ ବନ୍ୟା ବିତ୍ପାତ
ଆସାମରେ ବନ୍ୟା ବିତ୍ପାତ
ହାଇଦ୍ରାବାଦ ବର୍ଷା ବିତ୍ପାତଦୀର୍ଘ 100 ବର୍ଷର ରେକର୍ଡ ଭାଙ୍ଗିଥିଲା ହାଇଦ୍ରାବାଦ ବର୍ଷା । ସବୁବେଳେ ଶୁଷ୍କ ଦିଶୁଥିବା ସହର ହୋଇଥିଲା ଜଳମଗ୍ନ । ଗଳିକନ୍ଦିରୁ ସହରର ପ୍ରମୁଖ ରାସ୍ତା ସବୁକିଛି ଜଳତାଣ୍ଡବରେ ହୋଇଥିଲା ଉବୁଟୁବୁ । କେଇ ଘଣ୍ଟା ବର୍ଷାରେ ଭାସିଯାଇଥିଲେ ମଣିଷ, ଭାସିଗଲା ଗାଡିମୋଟର । ବିଦ୍ୟୁତ ସେବା ବିଚ୍ଛିନ୍ନ ଯୋଗୁଁ ମୋତି ଭଳି ଚମକୁଥିବା ନୱାଜ ସହର ପ୍ରାୟ 12 ଘଣ୍ଟା ଅନ୍ଧକାର ହୋଇଯାଇଥିଲା । ସହରର ବିଭିନ୍ନ ସ୍ଥାନରେ 190 ମିଲିମିଟର ପର୍ଯ୍ୟନ୍ତ ହୋଇଥିଲା ବାଦଲଫଟା ବର୍ଷା ।
ହାଇଦ୍ରାବାଦ ବର୍ଷା ବିତ୍ପାତ
ହାଇଦ୍ରାବାଦ ବର୍ଷା ବିତ୍ପାତ
ଆଣ୍ଟାର୍କଟିକାରେ ହଳଦିଆ ବରଫ ଆଣ୍ଟାର୍କିଟାର ପରିକଳ୍ପନା କଲେ ସେତେବେଳେ ଆଖି ସାମ୍ନାକୁ ଆସିଯାଏ ଧଳା ବରଫର ଚାଦର ସହ ଗ୍ଲାସିୟରର ଦୃଶ୍ୟ । ହେଲେ ଚଳିତବର୍ଷ ଆଣ୍ଟାର୍କଟିକାର ଅନେକ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ କାରଣରୁ ହଳଦିଆ ରଙ୍ଗର ବରଫ ପାତ ହୋଇଥିଲା ।
ଆଣ୍ଟାର୍କଟିକାରେ ହଳଦିଆ ବରଫ
ଆଣ୍ଟାର୍କଟିକାରେ ହଳଦିଆ ବରଫ
ଏସିଆ, ପୂର୍ବ ଆଫ୍ରିକା, ଭାରତରେ ପଙ୍ଗପାଳ ଆତଙ୍କରେଗିସ୍ତାନର ପଙ୍ଗପାଳ ତଥା ପ୍ରବାସୀ କୀଟ ବେଶ ବିପଦଜନକ ହୋଇଥାନ୍ତି । ଏମାନେ 35 ହଜାର ଲୋକଙ୍କ ଖାଦ୍ୟ ଏକା ସହିତ ଖାଇଯିବା ସହ ଫସଲ ମଧ୍ୟ ନଷ୍ଟ କରିଥାଆନ୍ତି । ଭାରତର ଅନେକ ରାଜ୍ୟକୁ ଏହି ପଙ୍ଗପାଳ ଆକ୍ରମଣ କରିଥିଲେ । ଯାହା ପ୍ରଭାବରେ ଗୁଜୁରାଟ, ହରିୟାଣା, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଓ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ବ୍ୟାପକ ଫସଲ କ୍ଷୟକ୍ଷତି ହୋଇଥିଲା ।
ଏସିଆ, ପୂର୍ବ ଆଫ୍ରିକା, ଭାରତରେ ପଙ୍ଗପାଳ ଆତଙ୍କ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.