ETV Bharat / bharat

ନିଜ ନିଷ୍ପତ୍ତିରେ ଅଟଳ NTA, ନିର୍ଦ୍ଧାରିତ ସମୟରେ ହେବ JEE-NEET

author img

By

Published : Aug 25, 2020, 10:30 PM IST

ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଜେଇଇ ମେନ(JEE Main) ଓ ନୀଟ୍‌(NEET) ପରୀକ୍ଷା ହେବ ବୋଲି ଏନଟିଏ ପକ୍ଷରୁ ଘୋଷଣା କରାଯାଇଛି । ଅଧିକ ପଢନ୍ତୁ...

ନିଜ ନିଷ୍ପତ୍ତିରେ ଅଟଳ NTA, ନିର୍ଦ୍ଧାରିତ ସମୟରେ ହେବ JEE-NEET
ନିଜ ନିଷ୍ପତ୍ତିରେ ଅଟଳ NTA, ନିର୍ଦ୍ଧାରିତ ସମୟରେ ହେବ JEE-NEET

ନୂଆଦିଲ୍ଲୀ: ଅନେକ ରାଜନେତା ଓ ବ୍ୟକ୍ତିବିଶେଷଙ୍କ ଅନୁରୋଧ ସତ୍ତ୍ବେ ନିଜ ନିଷ୍ପତ୍ତିରେ ଅଟଳ ରହିଛି ଜାୟୀୟ ପରୀକ୍ଷା ସଂସ୍ଥା(NTA) । ପୂର୍ବ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ଜେଇଇ ମେନ(JEE Main) ଓ ନୀଟ୍‌(NEET) ପରୀକ୍ଷା ହେବ ବୋଲି ଏନଟିଏ ପକ୍ଷରୁ ଘୋଷଣା କରାଯାଇଛି ।

ପର୍ଯ୍ୟାୟକ୍ରମେ ସେପ୍ଟେମ୍ବର 1ରୁ 6 ଏବଂ 13ରେ ଜେଇଇ ମେନ ଓ ନୀଟ୍‌ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଏନଟିଏ ପକ୍ଷରୁ ଘୋଷଣା କରାଯାଇଛି । ଏନେଇ ଏକ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।

ତେବେ ମହାମାରୀ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜାତୀୟ ସ୍ତରୀୟ ପରୀକ୍ଷାକୁ ଘୁଞ୍ଚାଇବାକୁ ଅନେକ ରାଜନେତା ସରକାରଙ୍କୁ ଅନୁରୋଧ କରିଥିଲେ । କେବଳ ସେତିକି ନୁହେଁ ପରୀକ୍ଷା ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ମଧ୍ୟ ଆବେଦନ ହୋଇଥିଲା । ପରେ କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.