ETV Bharat / bharat

ଆଜି ଜାତୀୟ ଗଣିତ ଦିବସ

ଆଜି ହେଉଛି ଜାତୀୟ ଗଣିତ ଦିବସ । ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ସଫଳତାକୁ ସ୍ବୀକୃତି ଦେବା ପାଇଁ ପ୍ରତିବର୍ଷ 22 ଡିସେମ୍ବରରେ ଜାତୀୟ ଗଣିତ ଦିବସ ପାଳନ କରାଯାଏ ।

ଆଜି ଜାତୀୟ ଗଣିତ ଦିବସ
ଆଜି ଜାତୀୟ ଗଣିତ ଦିବସ
author img

By

Published : Dec 22, 2020, 11:01 PM IST

ହାଇଦ୍ରାବାଦ: ଆଜି ହେଉଛି ଜାତୀୟ ଗଣିତ ଦିବସ । ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ସଫଳତାକୁ ସ୍ବୀକୃତି ଦେବା ପାଇଁ ପ୍ରତିବର୍ଷ 22 ଡିସେମ୍ବରରେ ଜାତୀୟ ଗଣିତ ଦିବସ ପାଳନ କରାଯାଏ । 2012 ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ 22 ଡିସେମ୍ବରରକୁ ଜାତୀୟ ଗଣିତ ଦିବସ ଭାବେ ଘୋଷଣା କରିଥିଲେ । ମାନବିକତାର ବିକାଶରେ ଗଣିତର ମହତ୍ତ୍ବ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଦିବସ ପାଳନର ଉଦ୍ଦେଶ୍ୟ ଅଟେ ।

ଆଜି ଜାତୀୟ ଗଣିତ ଦିବସ
ଆଜି ଜାତୀୟ ଗଣିତ ଦିବସ

ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଜାତୀୟ ଗଣିତ ଦିବସ ପାଳନ କରାଯାଏ । ଏହାବ୍ୟତୀତ ଛାତ୍ରଛାତ୍ରୀଙ୍କୁ ଗଣିତରେ ଶିକ୍ଷିତ କରିବା ଏବଂ ସାରା ବିଶ୍ବରେ ଶିକ୍ଷାର୍ଥୀମାନଙ୍କ ପାଇଁ ଜ୍ଞାନ ବିସ୍ତାର କରିବା ଦିଗରେ ଭାରତ ଓ ୟୁନିସ୍କୋ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ଭାରତର ସମସ୍ତ ରାଜ୍ୟ ବିଭିନ୍ନ ପ୍ରକ୍ରିୟାରେ ଗଣିତ ଦିବସକୁ ପାଳନ କରନ୍ତି । ଏହି ଦିନ ସ୍କୁଲ, କଲେଜ ଏବଂ ବିଶ୍ବ ବିଦ୍ୟାଳୟଗୁଡିକରେ କୁଇଜ ଏବଂ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥାଏ । ଭାରତର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତା ଏବଂ କର୍ମଶାଳାରେ ଅଂଶଗ୍ରହଣ କରିଥାନ୍ତି ।

ଆଜି ଜାତୀୟ ଗଣିତ ଦିବସ
ଆଜି ଜାତୀୟ ଗଣିତ ଦିବସ

ଶ୍ରୀନିବାସ ରାମାନୁଜନ କିଏ ?

ରାମାନୁଜନ ମାତ୍ର 12 ବର୍ଷ ବୟସରେ ଆନୁଷ୍ଠାନିକ ଶିକ୍ଷାର ଅଭାବ ସତ୍ତ୍ବେ ମଧ୍ୟ ସେ ଟ୍ରିଗୋଣମେଟ୍ରୀରେ ସଫଳତା ହାସଲ କରି ନିଜେ ଅନେକ ଥିଓରୀ ପ୍ରତିପାଦନ କରିଥିଲେ । 1904 ମସିହାରେ ମାଧ୍ୟମିକ ବିଦ୍ୟାଳୟ ପାଠ୍ୟକ୍ରମ ଶେଷ କରିବା ପରେ ରାମାନୁଜନ କୁମ୍ବାକୋନମ ସରକାରୀ କଳା ମହାବିଦ୍ୟାଳୟରେ ପଢିବାକୁ ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ମାତ୍ର ସେ ଅନ୍ୟ ବିଷୟଗୁଡିକରେ ଭଲ ପ୍ରଦର୍ଶନ କରି ନଥିବାରୁ ବୃତ୍ତି ପାଇବାରୁ ବଞ୍ଚିତ ହୋଇଥିଲେ । ଏହାପରେ 14 ବର୍ଷ ବୟସରେ ରାମାନୁଜନ ମାଡ୍ରାସର ପାଚିଆପ୍ପା କଲେଜରେ ଯୋଗ ଦେଇଥିଲେ ।

1912 ମସିହାରେ ଭାରତୀୟ ଗଣିତ ସୋସାଇଟର ପ୍ରତିଷ୍ଠାତା ରାମସ୍ବାମୀ ଆୟର ତାଙ୍କୁ ମାଡ୍ରାସ ପୋର୍ଟ ଟ୍ରଷ୍ଟରେ କିରାଣୀ ଚାକିରୀ ପାଇବାରେ ସାହାଯ୍ୟ କରିଥିଲେ । ଏହାପରେ ରାମାନୁଜନ ନିଜର କାର୍ଯ୍ୟ ବ୍ରିଟିଶ ଗଣିତଜ୍ଞଙ୍କ ପାଖକୁ ପଠାଇବା ଆରମ୍ଭ କରିଥିଲେ ଏବଂ 1913 ମସିହାରେ ତାଙ୍କର ଏହି ସଫଳତା ପାଇଁ କେମ୍ବ୍ରିଜ୍ ଗଣିତଜ୍ଞ ଜିଏଚ୍ ହାର୍ଡି ତାଙ୍କୁ ଲଣ୍ଡନକୁ ଡାକିଥିଲେ ।

1914 ମସିହାରେ ରାମାନୁଜନ ବ୍ରିଟେନରେ ପହଞ୍ଚିଥିଲେ । ସେଠାରେ ସେ କେମ୍ବ୍ରିଜରେ ଯୋଗ ଦେଇଥିଲେ । 1917 ମସିହାରେ ରାମାନୁଜନ ଲଣ୍ଡନ ଗଣିତ ସମାଜର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । 1918 ମସିହାରେ ସେ ରୟାଲ ସୋସାଇଟିର ଜଣେ ସଦସ୍ୟ ହୋଇଥିଲେ । ମାତ୍ର ଦେଶର ଖାଦ୍ୟର ଅଭ୍ୟସ୍ତ ହୋଇ ସେ 1919 ରେ ଭାରତକୁ ଫେରି ଆସିଥିଲେ । ଏହାପରେ ରାମାନୁଜନଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଥିଲା ଏବଂ 1920 ମସିହାରେ ମାତ୍ର 32 ବର୍ଷ ବୟସରେ ସେ ଇହଧାମ ତ୍ୟାଗ କରିଥିଲେ ।

ଗଣିତ ପ୍ରତି ରାମାନୁଜନଙ୍କ ଅବଦାନ:

ଗଣିତଜ୍ଞମାନେ ରାମାନୁଜନଙ୍କ ପ୍ରତିଭାକୁ ଯଥାକ୍ରମେ ଅଷ୍ଟାଦଶ ଓ ଉନବିଂଶ ଶତାବ୍ଦୀର ଇଉଲର ଏବଂ ଜାକୋବିଙ୍କ ସହ ବିବେଚନା କରିଥାନ୍ତି । ସଂଖ୍ୟା ସିଦ୍ଧାନ୍ତରେ ତାଙ୍କର କାର୍ଯ୍ୟକୁ ବିଶେଷ ଭାବେ ସମ୍ମାନିତ କରାଯାଏ । କ୍ରମାଗତ ଭଗ୍ନାଂଶଗୁଡିକର ବିକାଶ ପାଇଁ ରାମାନୁଜନଙ୍କୁ ଜଣାଯାଏ ଏବଂ ରିମାନ ସିରିଜ, ଏଲିପଟିକ, ଇଣ୍ଟିଗ୍ରେଲ, ହାଇପରଜୋମେଟ୍ରିକ ସିରିଜ ଏବଂ ଜେଟାର କାର୍ଯ୍ୟକାରିତା ସମୀକରଣ ଉପରେ ସେ କାର୍ଯ୍ୟ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.