ଚେନ୍ନାଇ: ତାମିଲନାଡୁର କୋଏମ୍ବାଟୁରରେ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ)ର ଚଢାଉ । 5 ଟି ସ୍ଥାନରେ ଏନଆଇଏ ଚଢାଉ କରିଛି । ଚଢାଉ ବେଳେ ଲାପଟପ, ମୋବାଇଲ ଫୋନ, ସିମ କାର୍ଡ ଓ ପେନ ଡ୍ରାଇଭ ଜବତ ହୋଇଛି ।
ଆତଙ୍କି ଫଣ୍ଡିଂ ସହ ଜଡିତ ମାମଲାରେ ଏହି ଚଢାଉ କରାଯାଉଥିବା ଜଣା ପଡିଛି । ଏନଆଇଏ ଓ ତାମିଲନାଡୁ ପୋଲିସର ମିଳିତ ସହଯୋଗରେ ଏହି ଚଢାଉ କରାଯାଉଥିବା ବେଳେ ସନ୍ଦିଗ୍ଧଙ୍କ ତଲାସ ଜାରି ରହିଛି ।