ETV Bharat / bharat

ବନ୍ଧୁ ପାଇଁ ଦିନଟିଏ...ଶବ୍ଦ ନୁହେଁ ସ୍ବତନ୍ତ୍ର ଅନୁଭୂତି - ଜାତୀୟ ବନ୍ଧୁତା ଦିବସ

ବନ୍ଧୁତାର ଅର୍ଥ ଅବର୍ଣ୍ଣନୀୟ । ଏହାର ମୂଲ୍ୟ ଓ ତାର ଗୁରୁତ୍ବ ବୁଝିବା ପାଇଁ ଏହି ଦିବସକୁ ପାଳନ କରାଯାଇଥାଏ । ଅଧିକ ପଢନ୍ତୁ...

ଜାତୀୟ ବନ୍ଧୁତା ଦିବସ:
ଜାତୀୟ ବନ୍ଧୁତା ଦିବସ:
author img

By

Published : Aug 2, 2020, 7:01 AM IST

ହାଇଦ୍ରାବାଦ: ଅଗଷ୍ଟ ମାସର ପ୍ରଥମ ରବିବାରକୁ ଜାତୀୟ ବନ୍ଧୁତା ଦିବସ ରୂପେ ପାଳନ କରାଯାଏ । ଯାହା ଚଳିତବର୍ଷ 2 ତାରିଖରେ ପଡୁଛି । ଏହି ଦିନ ଜଣେ ଆଉ ଜଣେ ବନ୍ଧୁଙ୍କୁ ଶୁଭେଚ୍ଛା ଜଣାଇବା ସହ, ଗିଫ୍ଟ, ଫୁଲ ତୋଡା, ଗିଫ୍ଟ କାର୍ଡ ଦେବା ସହ ବିଭିନ୍ନ ସ୍ଥାନରେ ପାର୍ଟି କରିଥାନ୍ତି । ତେବେ ଚଳିତ ବର୍ଷ ମହାମାରୀ କୋରୋନା କାରଣରୁ ଏହାକୁ ଅତି ଆଡମ୍ବର ସହକାରେ ପାଳନ ନ କରି ଘରେ ରହି ସଚେତନତା ଓ ସୁରକ୍ଷତାର ସହ ପାଳନ କରୁଛନ୍ତି ଲୋକେ ।

ତେବେ ବନ୍ଧୁତ୍ବର ଅନେକ ରୂପ ଥାଏ । ସେମାନେ ଆମ ଜୀବନରେ କେତେବଳେ କେଉଁ ରୂପରେ ଆସିଥାନ୍ତି ତାହା ବୁଝିବା ମୁସ୍କିଲ । ଆମେ ଯେତେବେଳେ ଛୋଟ ଥାଉ ସେବେ ଠାରୁ ଏହି ସମ୍ପର୍କ ସୃଷ୍ଟି କରିବା ଆରମ୍ଭ କରିଥାଉ । ଆମ ସହପାଠୀ କିମ୍ବା ପଡୋଶୀ ଏମାନେ ଆମ ବନ୍ଧୁତ୍ବ ସମ୍ପର୍କର ଏକ ଅଭିନ୍ନ ଅଙ୍ଗ । ଏକ ଭଲ ସାଙ୍ଗ ଟିଏ ମିଳିବା ପରେ ଆମ ଜୀବନର ମୋଡ ବଦଳିଯାଏ, ସଂସ୍କୃତି, ବ୍ୟବହାର, ଚାଲି ଚଳନ ଓ ଆଚାର ବ୍ୟବହାରରେ ପରିବର୍ତ୍ତନ ହୁଏ ।

ଜାତୀୟ ବନ୍ଧୁତା ଦିବସର ଇତିହାସ

1930 ମସିହାରେ ହଲମାର୍କ କାର୍ଡ ନାମକ ଏକ ଗ୍ରିଟିଙ୍ଗ କମ୍ପାନୀ ଫ୍ରେଣ୍ଡସିପ ଡେ ନାଁରେ କାର୍ଡ ବିକ୍ରି କରିବା ଆରମ୍ଭ କରିଥିଲେ । ଏହାର ପ୍ରତିଷ୍ଠାତା ଜୋଏସ ହଲ ଅଗଷ୍ଟ 2କୁ ଧାର୍ଯ୍ୟ କରିଥିଲେ ଯେ, ଆପଣଙ୍କ ନିକଟତମ ଲୋକଙ୍କ ସହ କିଛି ସମୟ ବିତାଇବା ସହ କିଛି କାର୍ଡ ଦେଇ ଏହାକୁ ପାଳନ କରିବା ପାଇଁ । ଜୋଏସ ହଲଙ୍କର ଏହି କଥା ଲୋକଙ୍କ ମଧ୍ୟରେ ବେଶ ଆଦୃତ ହୋଇଥିଲା । ଏହାପରେ 1935 ମସିହାରେ ୟୁଏସ କଂଗ୍ରେସ ଅଗଷ୍ଟ ପ୍ରଥମ ରବିବାରକୁ ଜାତୀୟ ବନ୍ଧୁତା ଦିବସ ଭାବେ ଘୋଷଣା କରିଥିଲା ।

ବନ୍ଧୁତା ଦିବସର ମହତ୍ତ୍ବ

ଏହି ଦିବସରେ ପ୍ରେମ ଏବଂ ଶାନ୍ତି ବୃଦ୍ଧି କରିବା ଏକମାତ୍ର ଲକ୍ଷ୍ୟ ।

ବନ୍ଧୁ ହେଉଛି ସେହି ଯାହା ସହ ସେମାନଙ୍କର ସୁଖ ଏବଂ ଦୁଃଖ ବାଣ୍ଟିଥାନ୍ତି ।

ଜଣେ ଭଲ ବନ୍ଧୁ ଆମକୁ ଉଚିତ ମାର୍ଗ ଦେଖାଇଥାନ୍ତି ଏବଂ ଆମ ସୁବିଧା ଅସୁବିଧା ବେଳେ ଆମ ସାଙ୍ଗରେ ସବୁବେଳେ ରହିଥାନ୍ତି ।

ଏହି କାରଣରୁ ଆମ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିବାର ଏକ ବିଶେଷ ଦିନ ଅଛି ।

ସମ୍ମାନ, ଆଦର, ପ୍ରଶଂସା, ଚିନ୍ତା, ଏବଂ ପ୍ରେମ ଭାବନା ଦ୍ୱାରା ଦୁଇ ଜଣଙ୍କ ମଧ୍ୟରେ ଏକ ଘନିଷ୍ଠତା ସୃଷ୍ଟି ହୋଇଥାଏ । ବନ୍ଧୁତା ଶବ୍ଦକୁ ସଂପୂର୍ଣ୍ଣ ରୂପେ ବ୍ୟାଖ୍ୟା କରାଯାଇପାରିବ ନାହିଁ । କିନ୍ତୁ, ବନ୍ଧୁତ୍ୱର କେତେକ ସାଧାରଣ ଗୁଣ ଅନ୍ତର୍ଭୁକ୍ତ ।

ଏହି ସମ୍ପର୍କ ବିନା, ନିଜକୁ ଏକାକୀ ଅନୁଭବ ହୋଇଥାଏ ।

ବନ୍ଧୁମାନେ ଆମ ଜୀବନକୁ ଉତ୍ସାହିତ କରନ୍ତି ଆମକୁ ଖୁସି ଦେଇଥାନ୍ତି । ସେମାନଙ୍କ ଉପସ୍ଥିତି ଆମକୁ ନୂତନ ପଥ ଦେଖାଇଥାଏ । ଏହି ବିଶେଷ ଦିନ ଆମ ଜୀବନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ବନ୍ଧୁମାନଙ୍କୁ ପାଳନ କରିବା ଆବଶ୍ୟକ ।

କୋଭିଡ-19 ମହାମାରୀ ମଧ୍ୟରେ ସେଲିବ୍ରେସନ

କୋରୋନା ଭାଇରସ ମହାମାରୀ ହେତୁ ଉତ୍ସବଗୁଡିକ ସାମାଜିକ ଦୂରତା ନିୟମକୁ ମାନି ପାଳନ କରୁଛନ୍ତି । ଏହି ବର୍ଷ ବନ୍ଧୁତ୍ୱ ଦିବସ ଅଧିକ ସ୍ବତନ୍ତ୍ର କାରଣ ବନ୍ଧୁତ୍ୱରେ ଦୂରତା ଗୁରୁତ୍ୱପୂର୍ଣ୍ଣ ହେବ ନାହିଁ । ଲୋକମାନେ, ଯେଉଁମାନେ କୋରୋନା ଭାଇରସ କାରଣରୁ ନିଜ ସାଙ୍ଗମାନଙ୍କୁ ଭେଟିବାକୁ ଅସମର୍ଥ, ସେମାନେ ସେମାନଙ୍କର ବନ୍ଧୁତାକୁ ପାଳନ କରିବା ପାଇଁ ସେମାନଙ୍କୁ ସୁନ୍ଦର ମେସେଜ, ଓ୍ବିସ, କିଛି ପଂନ୍ତି ବା କୋଟସ, ଫଟୋ ପଠାଇ ସୋସିଆଲ ମିଡିଆ ମାଧ୍ୟମରେ ପାଳନ କରି ପାରିବେ । ଏହା ବାଦ ଭିଡିଓ କଲ ମାଧ୍ୟମରେ ସାଙ୍ଗମାନଙ୍କ ସହିତ ଯୋଗାଯୋଗ କରିପାରିବେ ଏବଂ ସେମାନଙ୍କୁ ଅଭିନନ୍ଦନ ବା ଓ୍ବିସ କରିପାରିବେ ।

ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଫ୍ରେଣ୍ଡସିପ ଡେ ପାଳନ କରନ୍ତୁ।

ଚାଟ କିମ୍ବା ଭିଡିଓ କଲିଂ ପାଇଁ ଆପଣଙ୍କ ସାଙ୍ଗମାନଙ୍କ ସହିତ ଯୋଗାଯୋଗ କରନ୍ତୁ ।

ଆପଣଙ୍କ ସାଙ୍ଗକୁ ଫୁଲ ପଠାନ୍ତୁ ।

ଉପହାର କିଣି ପଠାନ୍ତୁ ।

ପୁରୁଣା ଫଟୋ ଗୁଡିକରେ ଏକ ସର୍ଟଫିଲ୍ମ ତିଆରି କରନ୍ତୁ ।

ବନ୍ଧୁ ସହ ଗେମ ଖଳନ୍ତୁ ।

ପ୍ରସିଦ୍ଧ ବ୍ୟକ୍ତିଙ୍କ ଦ୍ୱାରା ବନ୍ଧୁତା ଦିବସର କୋଟସ ବା ଉଦ୍ଧୃତି

ଏପିଜେ ଅବଦୁଲ କଲାମ:-

'ଗୋଟିଏ ସର୍ବୋତ୍ତମ ପୁସ୍ତକ ଶହେ ଭଲ ସାଙ୍ଗ ସହିତ ସମାନ, ଜଣେ ଭଲ ବନ୍ଧୁ ଲାଇବ୍ରେରୀ ସହିତ ସମାନ'।

'ପୁରୁଣା ବନ୍ଧୁମାନେ ସୁନା, ନୂତନ ବନ୍ଧୁମାନେ ହୀରା, ଯଦି ତୁମେ ହୀରା ପାଇବ, ସୁନାକୁ ଭୁଲିବ ନାହିଁ କାରଣ କେବଳ ହୀରାକୁ ସୁନା ମାଳରେ ସଜାଯାଇ ପାରେ'।

ମଦର ଟେରେସା:-

'ତୁମର ବନ୍ଧୁ ଜଣେ ସିଦ୍ଧ ବ୍ୟକ୍ତି ହେବ ବୋଲି ଆଶା କର ନାହିଁ । ତୁମ ସାଙ୍ଗକୁ ଜଣେ ସିଦ୍ଧ ବ୍ୟକ୍ତି ହେବାରେ ସାହାଯ୍ୟ କର, ତାହା ହେଉଛି ପ୍ରକୃତ ବନ୍ଧୁତା' ।

ୱିଲିୟମ ସେକ୍ସପିୟର:-

'ଜଣେ ବନ୍ଧୁ ହେଉଛି ସିଏ ତୁମେ ଯେପରି ସେ ତୁମକୁ ସେହିପରି ଗ୍ରହଣ କରେ, ତୁମେ କେଉଁ ପରିସ୍ଥିତି ଦେଇ ଆସିଛି ସେ ବୁଝିପାରେ, ତୁମେ କ’ଣ ହୋଇ ପାରିଛ ତାହା ଗ୍ରହଣ କରେ ଏବଂ ତୁମକୁ ଧୀରେ ଧୀରେ ଆଗକୁ ବଢିବାକୁ ଅନୁମତି ଦିଏ'।

ବନ୍ଧୁତ୍ୱ ଦିବସ ପାଳନ କରୁଥିବା ସେଲିବ୍ରିଟି

ସେଲିବ୍ରିଟିମାନେ ବିଶେଷ ଦିନ ଗୁଡିକୁ ପାଳନ କରିବାରେ ପଛାନ୍ତି ନାହାଁ। ସେମାନଙ୍କ ବନ୍ଧୁ କିମ୍ବା ପ୍ରଶଂସକମାନଙ୍କୁ ସେମାନେ ଓ୍ବିସ କରିଥାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ନିଜ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏହି ଦିବସରେ କିଛି ପୋଷ୍ଟ କରିଥାନ୍ତି ।

ବଲିଉଡରେ ବନ୍ଧୁତା

ଐଶ୍ୱର୍ଯ୍ୟା ରାୟ-ପ୍ରୀତି ଜିଣ୍ଟା

ପ୍ରୀତି ଏବଂ ଏଶ ବର୍ଷ ବର୍ଷ ଧରି ବେଷ୍ଟ ଫ୍ରେଣ୍ଡ ହୋଇଆସୁଛନ୍ତି । ପ୍ରିତି ପୂର୍ବତନ ମିସ ୱାର୍ଲ୍ଡକୁ ଏକ କୁଲ ମଦର ଏବଂ ତାଙ୍କ ସହିତ ବୁଲିବା ପାଇଁ ବହୁତ ମଜା ଲାଗିଥାଏ ବୋଲି କହିଥାନ୍ତି ।

କରଣ ଜୋହର-ଟ୍ୱିଙ୍କଲ ଖନ୍ନା

ଏମାନେ ପିଲାଦିନ ବନ୍ଧୁ ଅଟନ୍ତି । କରଣ ତାଙ୍କ ନିର୍ଦ୍ଦେଶକ ଡେବ୍ୟୁ 'କୁଛ କୁଛ ହୋତା ହୈ' ରେ ଟ୍ୱିଙ୍କଲକୁ ଏକ ଭୂମିକା ଦେଇଥିଲେ, ହେଲେ କୌଣସି କାରଣ ବଶତଃ ଟ୍ବିଙ୍କିଲ ଏହାକୁ କରି ପାରିନଥିଲେ ।

ପ୍ରିୟଙ୍କା ଚୋପ୍ରା-କଙ୍ଗନା ରାଣାଓ୍ବତ

କଙ୍ଗନା ଓ ପ୍ରିୟଙ୍କା ମଧ୍ୟ ଦୁହେଁ ଭଲ ବନ୍ଧୁ ଅଟନ୍ତି । ସେମାନେ ଏହି ଦିନ ପାର୍ଟି କରିଥାନ୍ତି ।

ଶ୍ରୁତି ହାସନ-ତମନ୍ନା ଭାଟିଆ

ଏମାନେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସର୍ବୋତ୍ତମ ବନ୍ଧୁ ଭାବରେ ଜଣା । ଯେତେବେଳେ ଜଣେ ନିର୍ଦ୍ଦିଷ୍ଟ ପ୍ରୋଜେକ୍ଟରେ ଜଣଙ୍କ ବଦଳରେ ଅନ୍ୟ ଜଣଙ୍କୁ ନିଆଯାଏ, ଏହା ସେମାନଙ୍କର ବ୍ୟକ୍ତିଗତ ସମ୍ପର୍କକୁ ପ୍ରଭାବିତ କରେ ନାହିଁ ।

ପ୍ରଭୁ ଦେବା-ସୋନୁ ସୁଦ

ଦକ୍ଷିଣ ଭାରତୀୟ କୋରିଓଗ୍ରାଫର-ନିର୍ଦ୍ଦେଶକ-ଅଭିନେତା ବାସ୍ତବ ଜୀବନରେ ଜଣେ ଶାନ୍ତ ବ୍ୟକ୍ତି । ଯେତେବେଳେ ସେ ସୋନୁ ସୁଦଙ୍କ ସହିତ ଅଛନ୍ତି ସେତେବେଳେ ସେ ନିଜ ବଡିଗାର୍ଡଙ୍କୁ ଛାଡି ଦିଅନ୍ତି । ଏହିପରି ପ୍ରଭାସ ସୋନୁଙ୍କ ଘରେ ନିମନ୍ତ୍ରିତ ହୋଇ ଏକାଠି ଭୋଜନ କରିଥାନ୍ତି । ଦୁହେଁ ମିଳିତ ଭାବେ ସିଦ୍ଧବିନାୟକ ମନ୍ଦିରକୁ ଯାତ୍ରା କରନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.